ରଖିଥିବ ଚିତ୍ତେ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୮
- ସ୍ଥିତି
- ସାର୍ବଜନୀନ (Public domain)
ପରାଣ ସୋଦର ଆହେ, ହୃଦୟ ପ୍ରତିମା,ଜୀବନେ ମୋ ଚିରନ୍ତନ ଅଳି-କରମ ବିରାମେ ନିତି, ଦୁଃଖ ବଇଭବେହୃଦ କୋଣେ ରଖିଥିବ ଧରି ।କିଅଛି ମରତେ ମୋର ସୋହାଗ ସମ୍ପଦଯାହା ତୁମେ ଦେଇନାହିଁ ମୋରେ ?ରୋଗ ଶୋକ ପରିତାପେ ନିର୍ନିଦ୍ର ନୟନେବାନ୍ଧିଛି ହେ ପ୍ରୀତି ସୁଧା ଡୋରେ ।ଜୀବନ କଳୁଷ ପଙ୍କୁ ତାରିଛ ଯତନେ,ଢାଳି ହୃଦ ପୀୟୁଷ ଆସାର;ଆପଦ ଆତଙ୍କେ ସଦା ହୋଇଅଛ ସାଥିସନ୍ତରଣେ ଭବ ପାରାବାର ।କେତେ ଦିନ କେତେମନ୍ତେ ନିଶୀଥ ବିହାରେତୁମ ସଙ୍ଗେ ବସିଛି ଧିଆନେ;କେତେ ସୁଖ ଦୁଃଖ ସ୍ମୃତି ଜଡ଼ିତ, ସୋଦର,ତୁମ ମୋର ଯୁଗଳ ପରାଣେ ।ବାଳୁତ ବୟସ କଥା ଯେତେ ଏ ଜୀବନେକେତେ ଦୂରେ ରହିଛି ସକଳ;ତହିଁ ମଧ୍ୟ ଅଯତନେ ଅମର ବିକାଶେତୁମ ସ୍ମୃତି ଖେଳେ ଅବିରଳ ।ମରଣ ନିଗଡ଼େ ପଡ଼ି ଅବଶେ ବିପାକେଘାରି ଯେବେ ହେଲି ମୁଁ ବିକଳେ,ଜୀବନ ପରଶ ମଧୁ ସୋହାଗେ ସେଦିନଢାଳି ମୁଖେ ଦେଲ ତ ଚଞ୍ଚଳେ ।କେତେ କେତେ ସ୍ମୃତି ମଧ୍ୟ ଏ କଥା ଗୋଟିକହୃଦେ ମୋର ରହିଛି ଅଙ୍କିତ,ଜୀବନେ ମରଣେ କେବେ ପାରିବ ବିସୋରି,କି ସମ୍ପଦେ କରିବି ପାଲଟ ?ଅନୁଜ ସେନେହ ଭରେ ହୃଦ ପୀଠ ନେଇ,ଅଗ୍ରଜ ହେ, ରଖିଛ ଆଗ୍ରହେ;ଏତେ ସୁଖ ସଉରଭ ଦୟାର ପାତରହେଲି ସିନା ତୁମ ଅନୁଗ୍ରହେ ।ଜୀବନ ଯୌବନ କ୍ରୀଡ଼ା ସମ୍ପାଦି ପୁଲକେ,ଆଜି ଏବେ କରମ ନିଦେଶେ,ସାଧନା ବେଦୀରେ ବେନି ଚରଣ ନିବେଶି,ମିଶାମିଶି କୋମଳ ପରଶେ ।ସେନେହ ସୋଦର ବାଣୀ ସୁଖେ ଅନୁସରି,ନିତି ଦିନ ଭ୍ରମିଛି ଯେ ପଥେ,ଆଜି ମଧ୍ୟ ସେହିଠାବେ ରହିଛି ଅନାଇ;ଅଗ୍ରଜ ହେ, ରଖିଥିବ ଚିତ୍ତେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ