କିଶୋର କବି
ଗୋଦାବରୀଶ ମିଶ୍ର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
ଆପଣା କବିତା ପାଠେ ମୁଗ୍ଧ କବିବରପୁଛନ୍ତି ବିଷାଦ କୋପେ ଅତି ଜର ଜର-‘‘ହୃଦ କି କରିଛ, ସଖା, ପାଷାଣୁ ନୀରସ,ନିତି ମୋ କବିତା ପଢ଼ି ବାଛୁଥାଅ ଦୋଷ ?’’ସେନେହେ ବିନୟେ ସଖା କରଇ ଉତ୍ତର,-‘‘ମୋ କଥାରେ ମିଛେ ଏତେ ଭାବନା ତୁମରକବିତା ନାହିଁ ମୁଁ ବୁଝେ; ଜାଣିଥିବ ସତ,ମୁଁ ଯାହା କହଇ ଖାଲି ଅପରଙ୍କ ମତ ।’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର