ରାଜାଙ୍କ ମାଂସ ଦାନ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୪
- ସ୍ଥିତି
- ସାର୍ବଜନୀନ (Public domain)
ବହୁଶତ ବର୍ଷ ପୂର୍ବେ ଏ ପୁଣ୍ୟ ଭାରତେ,ଯଦୁପତି ଉଶୀନର ପ୍ରଖ୍ୟାତ ଜଗତେ ।ଧରି ରାଜଦଣ୍ଡ କରେ କରନ୍ତି ଶାସନ,ବହି ସ୍ନେହ ପ୍ରଜାଗଣେ ପୁତ୍ର କନ୍ୟା ସମ ।ନ୍ୟାୟେ ସ୍ୱୟଂ ବୃହସ୍ପତି ନୃପ ଶିରୋମରି,ଦୟାର ସାକ୍ଷାତ ମୂର୍ତ୍ତି, ବୀରତ୍ୱ ଅଶନି ।ଧର୍ମରକ୍ଷା ଲାଗି ଦିନେ ଉଶୀନର ରାଜ୍ୟେ,ଆମାତ୍ୟ ଅମଲା ସହ ଲିପ୍ତ ରାଜକାର୍ଯ୍ୟେ;ଆସିଲା ସହସା ଶୁନ୍ୟୁ କପୋତ ସେକାଳେ,କହିଲା, ‘‘ଶ୍ରୀପଦେ ଦିଅ ଶରଣ ଏ ଛାରେ;ପଛେ ଗୋଡ଼ାଇଛି ଶ୍ୟେନ, ଆସିବ ଏକ୍ଷଣି,ମାରି ପ୍ରାଣେ ହତଭାଗ୍ୟେ ଖାଇବ, ନୃମଣି ।’’ନସରୁଁ ମୁଖୁ ତା କଥା, ଆସିଲା ସଞ୍ଚାଣ;କହିଲା, ‘‘ମୋ ଖାଦ୍ୟ ମୋତେ ଦିଅ ନରରାଣ !କରେ ମୁହିଁ ପକ୍ଷୀ ରାଜ୍ୟୋ ରାଜତ୍ୱ ଗଗନେ,ଯେବେ ଯାକୁ ପାଏ, ଖାଏ ବୁଭୁକ୍ଷା ମେଣ୍ଟନେ ।ହସ୍ତକ୍ଷେପ ମୋ ଶାସନେ ନକର, ରାଜନ;ଛାଡ଼ିଦିଅ କପୋତକୁ, ଯାଏ ମୁଁ ବହନ ।’’ଶୁଣି ଶ୍ୟେନ ଯୁକ୍ତି, ସିନା ହୋଇଲେ କାତର,ତେଜି କି ଆଶ୍ରିତେ ଦେବେ ନୃପ ଉଶୀନର ?କହିଲେ, ‘‘ସଞ୍ଚାଣ, କ୍ଷୁଧା ମେଣ୍ଟାଇବ ସିନା;କ୍ଷୁଧାଗ୍ନି କି ନ ଶ୍ରମିକ ଏ କପୋତ ବିନା ?ପ୍ରଚୁର ମାଂସ ମୁଁ ତୁଛା ଦେଉଅଛି ଆଣି,ବଞ୍ଚାଅ ଆଜି ହେ ପ୍ରାଣେ ଏ ନିରୀହ ପ୍ରାଣୀ । ’’ଶୁଣି ତା ସଞ୍ଚାଣ ବେଗେ କହେ ଯୁକ୍ତି ଛଳେ,‘‘ଦୟାବନ୍ତ ବାନା କିପାଁ ଉଡ଼ାଅ ଭୂତଳେ ?ଏକ ଜୀବେ ବଞ୍ଚାଇବ, ଅନ୍ୟ ଜୀବ ମାରି;କି ପୁଣ୍ୟ ଅର୍ଜିବ ବୋଲ ଏ କପୋତ ତାରି ?ବହିଛ ରାଜସ ଗୁଣ, ରାଜନ ଅନ୍ତରେ;ତହୁଁ ଯାଚ ଆନ ମାଂସ କପୋତ ବଦଳେ ।’’ରାଜସୁଁ ସାତ୍ୱିକ ଗୁଣେ ବଡ଼ ଯଦୁପତି,କହିଲେ, ‘‘ସଞ୍ଚାଣ, ଆଉ ନୁହଁ ରୁଷ୍ଟମତି ।ମାପି ତୁଳାଯନ୍ତ୍ରେ ଦେବି ମୋ ଦେହୁ ପିଶିତ,କପୋତର ବିନିମୟେ ଘେନ, ବିଭୁକ୍ଷିତ ।ତଉଲେ ଓଜନ ଯେତେ, ଦେବି ମୁହିଁ ତୁଳିଅଣାଉଛି ତୁଳାଯନ୍ତ୍ର, ସୁଶାଣିତ ଛୁରୀ ।’’ତୁଳାଦଣ୍ଡ ଏକପାର୍ଶ୍ୱ କପୋତେ ବସାଇ,ନିଜ ଦେହୁ ମାଂସ ଖଣ୍ଡ କାଟି ନରସାଇଁ ,ଥାପି ଅନ୍ୟପାର୍ଶ୍ୱେ ତାକୁ, ଧରନ୍ତେ ସେ ଦଣ୍ଡ,ହୋଇଲା କପୋତ ଭାରି, ଲଘୁମାଂସ ଖଣ୍ଡ ।କାଟିଲେ ନୃପତି ତ୍ୱଚା ଆଉ ଖଣ୍ଡେ ମାଂସ,ରକ୍ତନଦୀ ବହେସିନା, ଭାରି ଅନ୍ୟପାର୍ଶ୍ୱ ।ପଡ଼ିଗଲା ରାଜସଭା ମଧ୍ୟେ ହାହାକାର,ନୁଶୁଣିଲେ ନୃପ କିଛି, ନକଲେ ବିଚାର;ତୁଳାଯନ୍ତ୍ରେ ବସିଗଲେ ସ୍ୱମାଂସ ସହିତ,କ୍ଷୁଧାର୍ତ୍ତ ସଞ୍ଚାଣ ଦେଖି ଅତି ଆଚମ୍ବିତ ।ଉଶୀନରେ କରିବାକୁ ପ୍ରତ୍ୟକ୍ଷେ ପରୀକ୍ଷା,ଇନ୍ଦ୍ର,ଅଗ୍ନି ବହିଥିଲେ ଏହି କୂଟ ଦୀକ୍ଷା ।ସେ ପରୀକ୍ଷା କ୍ଷତ୍ରେ ଇନ୍ଦ୍ର ହେଲେ ପରାଭୁତ,ଲଭିଲେ ବିଜୟ ଠିକେ ଯଦୁକୁଳ ସୁତ ।ରାଜସଭା ଶିରେ ଇନ୍ଦ୍ର କରି ପୁଷ୍ପବୃଷ୍ଟି,କହିଲେ,‘‘ରାଜନ, ଆଜି ଧନ୍ୟ ହେଲା ସୃଷ୍ଟି ।ଜୀବେ ଏତେ ଦୟା ଆହା ବହିଛି ହୃଦୟେ ।ପରପ୍ରାଣ ରଖୁଅଛି ନିଜ ବିନିମୟେ ।’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ