ସଖା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୪
- ସ୍ଥିତି
- ସାର୍ବଜନୀନ (Public domain)
ଏହି ଯେ ନିକୁଞ୍ଜ ତଳ ମୃଦୁ ଛାୟା ପରଶେ,ନିମିଷ ମଉନ ଭାଙ୍ଗି ଖେଳି ଉଠ ନିମେଷେ ।ପାଦପ-ସରସ-ଶାଖେ ବସି ସୁଖେ କୋଇଲି,ଅଦେହ ଅମୃତ-ଧାରା ବନେ ଦିଅଇ ଢାଳି ।ରବି ରତ ରତ ବେଳେ ଦୂର କାନନ ଛବି,ଢଳଇ କାନନ କିବା ଶ୍ୟାମ ଶ୍ରୀଅଙ୍ଗେ ଲଭି ।ଗୋଟି ଗୋଟି ଡାଳୁ ଡାଳୁ ଫୁଲ ପଡ଼ଇ ଝଡ଼ି,ସୁବର୍ଣ୍ଣ ଆସନେ ବନ ଦୁର୍ବା ବିତାନ ବାଢ଼ି ।ବହ, ରେ ସମୀର ଧାରା, ଆସ ପୁଲକେ ବହି;ଏ ତରୁଳତିକା ଯାଅ ପ୍ରୀତି ପରଶେ ଛୁଇଁ ।ଢଳିଯାଉ ନିମିଷକ ସୁଖସାୟାହ୍ନ ଖେଳେ,ଏ ସୁଧା ଶାଖାଟି ମୋର ସ୍ୱର୍ଣ୍ଣ ନିକୁଞ୍ଜତଳେ ।ଦୁଇଟି କଅଁଳ କଳି ଢୋଳି ସେଦିନ ମୁଖେ,ଆନ ଦୁଇ ବିଶଳୟ ଆଜି ଖେଳାଏ ସୁଖେ ।କାହିଁ ଗଲ ? ଆଜି କେଉଁ ଦୁର ରାଇଜେ ରହି,ଏ ସୁଧା ସମ୍ପଦ, ସଖା, ବାରେ ଘେନିଲ ନାହିଁ ।ସେନେହ ସଙ୍କୋଚଭରେ ଧୀରେ ବଢ଼ାଇ କର,ପରଶିଲ ନାହିଁ ଆଜି ଡାଳପତରଫୁଲ ।କୁସୁମ-ପରାଗ ତୁଲେ ଢଳି ନୟନବାରି,ନିମିଷେ ଦେଖିଲ ନାହିଁ ଏହି ନିସର୍ଗ ଶିରୀ ।ଅଧର ଅଧକେ ସୁଖେ ବାଣୀ ବଦନୁ ଫେଇ ।ଏ କୁଞ୍ଜ ସହିତେ ପଦେ କଥା ହେଲ ଯେ ନାହିଁ ।କେତେ ଘେନା ଘେନି ଆହା ବନ ବିଜନେ ବସି,ଦୁଇଟି ପରାଣୀ ସେ ଯେ ସୁଖ ସୋହାଗେ ହସି ।ଆଜି ଜଣେ କେତେ ଦୂରେ; ଆନ ରାଇଜେ କାହିଁ;ଏ ବନ ନିଗମେ ଏକା ମୁହିଁ ଅଛଇ ଚାହିଁ ।ରହ ରହ, ସଖା ସୁଖେ, ଯହିଁ ଯାଇଛ ଚାଲି,ଯୁଗ, ତ୍ରିଦିବ ମେଳେ ହୃଦ ତରଙ୍ଗ ଢାଳିସାଗର ସୈକତ ପୁରୀ ପ୍ରୀତି କରମବାସେସକାଳ ସାୟାହ୍ନ ନିତି ଯାପ ପରାଣ ହାସେ ।ବାଳୁତ ସମ୍ପଦ ଯେତେ ଘେନି ହରଷଭରେ,ସୁଖ ଶିରୀ ଭୁଞ୍ଜୁଥାଅ ଚାରୁ କନକପୁରେ ।ଉଷାକୋଳେ ହେମ ରାଗେ ଉଇଁ ନଉଠୁ ରବି,ଘେନୁ ଥାଅ ଯାଇ ନିତି ନିତ୍ୟ ମୋହନ ଛବି ।ଉରଗ ଯୁଗଳ କେଳି ହେରି କେତକୀମାଳେ,ମିଳୁଥାଅ ରବି ତାପେ ଦୀର୍ଘ ସରସୀତୀରେ,ନଉକା ବିହୁନେ ଆଶା ତେଜି ହେବାର ପାରି,ଅତୃପ୍ତ ତୃପତେ ଢଳି ଆସ ମଉନେ ଫେରି,ବୁଲି ବୁଲି ପଛେ ଶ୍ୟାମ ଝାଉଁବନେ ଉଢ଼ାଳେ,ଚାହୁଁ ଥାଅ ଦୁରେ ନୀଳ ମହୋଦଧି ନୀରେ,ସୁନୀଳ ସମ୍ପଦେ ଖେଳି ଚାରୁ ତରଙ୍ଗବେଣୀ,ତୀର ସଇକେତେ ନିଭି ଯାଉଥିବ ସେ ପୁଣି,ମୃଦୁଳ ମଳୟେ ମଧୁ ସିନ୍ଧୁ ସମୀର ବାରି,ବହିବାର ଅଯତନେ ହୁଅ ହୃଦୟେ ଭାଳି,ତେଜି ଥରେ ଅନ୍ତରୁ ହେ ଶ୍ରମନିଶ୍ୱାସ-ଧାରା,ଭାଷୁଥାଅ ପରିତୋଷେ,-‘ଆଜି ନୋହିଲା ପରା’ଗଛ ଛାଇତଳେ ବସି, ଅଙ୍ଗୁ ଶୁଖାଇ ଝାଳ,ଆନ ପଦକ୍ଷେପେ ପୁଣି ଯାଇ କୁଟୀରେ ମିଳ ।କରମୁ ବିରାମ ଲଭି କେବେ ଦିନେକ ଯାଇ,ଶ୍ୟାମଳ କେରାଣ୍ଡିମାଳେ ବୁଲ ହରଷେ ଭାଇ ।ସେ ଏକ ସରଗଶିରୀ ଦୁର ରାଇଜେ ସେଥି,ଏ ଯେ ପୁଣି ଆନ ଭୂଇଁ ସମ ସମ୍ପଦେ ଏଥି ।ରହ, ରେ ନିକୁଞ୍ଜ ଶାଖା ପତ୍ର କୁସୁମପନ୍ତି,ଯାଉଛି ମେଲାଣ ଘେନି; ହୋଇ ଆସଇ ରାତି ।ଏ ସମ୍ପଦ ନିତି ନିତି ପୂରି ଏ ଭାବେ ଥାଉ;ରବି ବୁଡ଼ିଯାଇ ନଭେ, ଶୀତ ସମୀର ବହୁ ।ସଖାଙ୍କ ଯୁଗଳ ହୃଦ, ଦୁର ଉପାନ୍ତ ଭରି,ସ୍ୱଦେଶେ କିଏ ବିଦେଶ ନିଧି ଦେବ ବିସୋରି ?
ଗଞ୍ଜାମ ଜିଲା ଛତ୍ରପୁରରେ ରହୁଥବା କବିଙ୍କର ଜଣେ ସଙ୍ଗୀ ସତ୍ୟବାଦୀ ଆସି ଫେରିଲା ପରେ ଏ ପଦ୍ୟ ଲେଖାହୋଇଛି । ଛତ୍ରପୁର ସମୁଦ୍ରକୂଳରେ । ମାତ୍ର ଦୂହିଁଙ୍କ ଭିତରେ ଗୋଟିଏ ବଡ଼ ଦହ ଅଛି । ଦହର ଏକ ପାଖରେ ଝାଉଁବଣ ଓ ଅନ୍ୟ ପାଖରେ କେତଜୀବନ-। ସେ କେତକୀବନରେ ସାପ ଥାନ୍ତି । ଦୁଇଟି ସାପ ବେଳେବେଳେ ପରସ୍ପର ସହିତ ଖେଳିବାର ଦେଖାଯାଏ । କେରାଣ୍ଡିମାଳ ପର୍ବତ ଛତ୍ରପୁରକୁ ଦଶ, ବାର କୋଶ ଦୂରରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ