ବିକଳକଣ୍ଠ କୋଇଲି *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରତୀଚୀ ଭୂଧର-ଭାଲେ ରତ ରକ ରବି,କନକେ ପଖାଳି ବନ ଚାରୁ ଶ୍ୟାମ ଛବି ।ତରୁରୁ ତରୁକୁ ଉଡ଼ି, ବିହରା ନିକରଭସାଇ ଦିଅନ୍ତି ଦିବା ଶେଷ କଣ୍ଠସ୍ୱର ।କୁଳୁ କୁଳୁ ରାବେ ଧୀରେ ବହଇ ତଟିନୀ,କାନନ ଦିନାନ୍ତ ହୃଦ ପ୍ରୀତି ଗଥା ଘେନି ।ଏ ସକଳେ ସକଳରୁ ମଧୁର ଆହରିଡାଳେ ଡାଳେ ପିକତାନ ବନଦେଶ ପୂରି ।ବହୁଦିନୁ ତେଜି ମୋର ତ୍ରିଦିନ ଅବନୀ ,ଏ ବସନେ ପିକକଣ୍ଠ ନ ଥିଲି ମୁଁ ଶୁଣି ।ନିମିଷେ ଆଜି ଏ ତାନେ ପଡ଼ିଛି ଚମକି-କି ରାଇଜେ ଅଜାଣତେ ଉଭା ମୁହିଁ ନିକି !କୁହୁସୁନେ ବନଦେଶ ଉଠଇ ଉଛୁଳି,ପ୍ରତି କୁହୁ ଆସେ, ପ୍ରତି ଗିରିକୁଞୁ ଫେରି ।ସକଳ କୋକିଳ ମେଳେ ନିବସି ଉଢ଼ାଳେ,କୋଇଲି ବିକଳକଣ୍ଠ ଗାଏ ଚୁତ ଡାଳେ ।ଗାଇ ଦିନସାରା ସ୍ୱର ପଡ଼ିଟି ଗଲାଣି,ତେବେ ହେଲେ, ଲବେନାହିଁ ରୋଧେ କଣ୍ଠବାଣୀ ।ରାତିସାରା ଅବସରେ ମାଜିବ ସେ ସ୍ୱର,ପ୍ରାତେ ପୁଣି ଢାଳିବାକୁ ପଞ୍ଚମ ହିଲ୍ଲୋଳ ।ହେଲେ, ଆଜି ଏ ସାୟାହ୍ନ ସମ୍ପଦ ଭଣ୍ଡାରେଏକ କୁହୁ ତାନ ବିଶ୍ୱ ହରାଇବ କାଳେ,ସେ ଲାଗି ଏ କୋଇଲିଟି ତେଜି ହୃଦୁମାନ,ଢାଳୁଅଛି ତରୁତାଳେ ତା ବିକଳ ତାନ ।କାନନ-ସମ୍ପଦ ଲବେ ନୋହୁଅଛୁ ଊଣା,ଅଧିକ ଅଧିକ ବଢ଼ି ଗୀତ ସୁଖସୀମା ।ଏହିକ୍ଷଣି ଅନ୍ଧକାରେ ଘୋଟିଯିବ ଧରା,ଭଙ୍ଗାସ୍ୱର ଗଢ଼ିବାରେ ଲାଗିଯିବୁ ପରା ।ଆଉ ବେନି ଧାରା ଏକେ ଗାଇଥା, କୋଇଲି,ପିକ କୁହୁ ପାରାବାରେ ଢେଉଟି ତୋ ଢାଳି ।ଲୋଡ଼ି ଡ଼ାଳେ ଡ଼ାଳେ ରଖ, ରେ ବନ ଲତିକା,ରଜେ ରଜେ ଭର, ଫୁଲ-ସୁରଭି-କଣିକା ।ଦୁରୁ ଦୂରେ କହିନିଅ, ସଂଯୋଇ ସଲିଳ,କାଳରୋଳେ ମିଶାଇ ଏ ଅର୍ଦ୍ଧ କୁହୁ ସ୍ୱର ।ପଲ୍ଲ କେରା ବଇଭବେ ବଡ଼ହେଉ ଭବେ,ପୁରି ଚତ୍ରଧରପୁର ଏ ବିକଳ ରାବେ ।ଶୁଣିବେ ଅୟନେ ଯେତେ ବିଲ ପଦା ବନ,ଆକସ୍ମିକ ଧନେ ଧନ୍ୟ କରିବେ ଜୀବନ ।ବିଶ୍ୱହିତେ ଯେ ସମ୍ପଦ ସମ୍ପାଦିଛି ବିଧି,ବିଶ୍ୱ ପ୍ରତିସ୍ତରେ ଦେବ ମିଳାଇ ସେ ନିଧି ।
ସିଂହଭୂମି ଜିଲା ଚକ୍ରଧରପୁର ନିକଟରେ, ସଂଯୋଇ ନଦୀ କୂଳରେ ‘କେରା’ ଗ୍ରାମ । ଚାରିପଟେ କେତେଗୁଡ଼ିଏ ଆମ୍ବତୋଟା ଅଛି । କୋଇଲି ଚକ୍ରଧରପୁରରେ କ୍ୱଚିତ୍ ରାବେ । କିନ୍ତୁ ତା ରାବ କେରାରେ ଶୁଣାଯାଏ । କୋଇଲିକଣ୍ଠର ରାବ ବିଷୟରେ କବିଙ୍କ ପ୍ରତି, ସତ୍ୟବାଦୀ ତୁଳନାରେ, ବାଣପୁର ଅଧିକ ‘ତ୍ରିଦିବ ଅବନୀ’ । କାରଣ ବାଣପୁରରେ ସେ ବାଲ୍ୟଜୀବନ ଅତିପାତ କରିଥିଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର