ପ୍ରୀତିମୟ ଜୀବନରତନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୮୪
- ସ୍ଥିତି
- ସାର୍ବଜନୀନ (Public domain)
ଦେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶନିଃସ୍ୱାର୍ଥ ପବିତ୍ର ଚିତ୍ତେ କର ରେ ସାଧନ,ଜଗତର ହିତ ଅର୍ଥେ ଦିଅ ରେ ଜୀବନ ।୨୪।ହେ ଈଶ୍ୱର ପତିତତାରଣ,ପ୍ରାଣାରାମ ନିରଞ୍ଜନ, ଭୟବିଘ୍ନବିନାଶନ,ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,ସଂସାରବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ।୨୫।ଆସ ନାଥ ଅଗତିର ଗତି,ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ,ତାର ମୋତେ ମହାପ୍ରଭୁ ଦେଇଣ ସୁମତି,ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି ।୨୬।ଅଯୋଧ୍ୟା ପ୍ରତ୍ୟାଗମନ(ସଂସ୍କୃତ ‘ରଘୁବଂଶ’ରୁ ଅନୂଦିତ)ଏଥୁଅନ୍ତେ ଶବ୍ଦବହ ସୁନୀଳ ଅମ୍ବରପୁଷ୍ପକ ବିମାନେ ହେଲେ ଭେଦି ବୀରବର ।ନୟନେ ପଡ଼ନ୍ତେ ରତ୍ନ-ଆକାର ଅର୍ଣ୍ଣବ,ସୀତାଙ୍କୁ ଭାଷିଲେ ବାଣୀ ରହସ୍ୟେ ରାଘବ ।ବିଦେହନନ୍ଦିନୀ, ଦେଖ ମଳୟ ପର୍ଯ୍ୟନ୍ତବିଭକ୍ତ ସେତୁରେ ମୋର ସିନ୍ଧୁ ଫେନବନ୍ତ ।ଯେସନେ ଶରଦେ ଚାରୁ ତାରାବିମଣ୍ଡିତଗଗନ ଦିଶଇ ଛାୟାପଥେ ଦ୍ୱିଖଣ୍ଡିତ ।ସମୁଦ୍ର ଉଦ୍ଭବ କଥା ଶୁଣ ରୂପବତି,ଜନମିଲେ ଆମ୍ଭ କୁଳେ ସଗର ନୃପତି ।ଆରମ୍ଭିଲେ ଯାଗ, ମେଧ୍ୟ-ତୁରଙ୍ଗ ତାଙ୍କରପାତାଳେ ବାନ୍ଧିଲେ ଇନ୍ଦ୍ର କପିଳପାଶର ।ଅଶ୍ୱ ଅର୍ଥେ ମହୀତଳ ସଗରଙ୍କ ପୁଏବିଦାରିଲେ, ତେଣୁ ଏହା ସାଗର ବୋଲାଏ ।ଏ ସଲିଳ ଘେନି ଘନ ରଚନ୍ତି ତପନ,ଜନ୍ମନ୍ତି ଏହାର ଗର୍ଭେ ବିବିଧ ରତନ ।ବାଡ଼ବ-ଅନଳ ଏହା କରଇ ଧାରଣ,ଏଥିରୁ ଗୋ ଇନ୍ଦୁମୁଖି, ଇନ୍ଦୁର ଜନମ ।ଅନେକ ଅବସ୍ଥା ଭଜିଅଛି ପାରାବାର,ଦଶଦିଗ ବ୍ୟାପିଅଛି ଏହାର ବିସ୍ତାର ।କଳି ନୋହେ ଏହାର ସ୍ୱରୂପ ପରିମାଣ,ବିଷ୍ଣୁଙ୍କ ପରାଏ ତାହା ଅତିକ୍ରମେ ଜ୍ଞାନ ।କଳ୍ପ ଅନ୍ତେ ସର୍ବଲୋକ ସଂହାରି କେଶବକରନ୍ତି ଏଥିରେ ଯୋଗନିଦ୍ରା ଅନୁଭବ ।ନାଭିପଦ୍ମାସନେ ପିତାମହ ସେ କାଳରେବିଷ୍ଣୁଙ୍କୁ କରନ୍ତି ସ୍ତବ ସୁଗମ୍ଭୀର ସ୍ୱରେ ।ପକ୍ଷ ଛେଦି ଗିରି ସର୍ବ ହରନ୍ତେ ବାସବଆଶ୍ରିଲେ ଏହାର ଜଳ ମହୀଧର ସର୍ବ,ଯେସନ ଶତ୍ରୁର ଭୟେ ଭୀତ ନୃପଗଣମଧ୍ୟସ୍ଥ ଭୂପାଳଠାରେ ପଶନ୍ତି ଶରଣ ।ଯେକାଳେ ବରାହରୂପେ ରସାତୁଳ ହରିଅବନୀ ଦେବୀଙ୍କୁ ହେଳେ ଥିଲେକ ଉଦ୍ଧାରି,ଏହାର ବିମଳ ଜଳ ବଢ଼ି ପ୍ରଳୟରେହୋଇଲା ଅବଗୁଣ୍ଠନ କ୍ଷଣେ ଭୂମୁଖରେ ।ଜଳଜନ୍ତୁ ସହ ନଦୀମୁଖର ଜୀବନଦୂରେ ତିମିବୃନ୍ଦ ମୁଖେ କରନ୍ତି ଗ୍ରହଣ ।ସେ ମୁଖ ମୁଦିଲା ବେଳେ ରନ୍ଧ୍ର ଦେଇ ଜଳଊର୍ଦ୍ଧ୍ୱକୁ ପ୍ରବାହରୂପେ ରସାତଳୁ ଅବିରଳ ।ଗଜାକାର ଗ୍ରାହଗଣ ଭେଦି ଫେନରାଶିତରଙ୍ଗ ଉପରେ ଦେଖ ଉଠୁଛନ୍ତି ଭାସି;ଦିଶୁଛି କପୋଳେ ଫେନପୁଞ୍ଜ ଲାଗିବାରୁ,କର୍ଣ୍ଣେ ଯେହ୍ନେ ବିରାଜଇ ଚାମର ସୁଚାରୁ ।ଆକାରେ ତରଙ୍ଗ ସମ ଅଜଗରଗଣବାହାରି ଅଛନ୍ତି ପିଇବାକୁ ସମୀରଣ ।ଦୂର କରେ ଫଣାମଣି ତରଙ୍ଗର ଭ୍ରାନ୍ତି,ରବିକର ଯୋଗୁଁ ଯାର ବଢ଼ିଅଛି କାନ୍ତି ।ତୁମ୍ଭ ବିମ୍ବାଧର ସମ ପ୍ରବାଳମାଳାରେ,ପଡ଼ିଅଛି ଶଙ୍ଖଯୂଥ ତରଙ୍ଗବେଗରେ ।ବଦ୍ଧ ଅଟେ ମୁଖ ତାର ପ୍ରବାଳ ଅଙ୍କୁରେ,ତେଣୁ ବାହାରଇ ତାହା ଅତି ବିଳମ୍ବରେ ।ସିନ୍ଧୁଜଳ ପିଇବାକୁ ପ୍ରବର୍ତ୍ତିଣ ଘନଭଉଁରିବେଗରେ ଦେଖ ଭ୍ରମୁଛି କେସନ ।ଏ ଛବି ଦେଖି ମନକୁ ଏମନ୍ତ ଆସୁଛି,ସିନ୍ଧୁକୁ ମନ୍ଦରଗିରି କିଅବା ମନ୍ଥୁଛି ।ନୀଳ ଦିଶେ ତୀର ତାଳୀ-ତମାଳମାଳରେ,ଲୌହଚକ୍ର ସମ ସିନ୍ଧୁ ଅଟଇ ଆକାରେ,ଚକ୍ରର କଳଙ୍କରେଖା ପ୍ରାୟ ସେହି ତୀର,ଦୂରରୁ ଦିଶଇ ଦେଖ କେମନ୍ତ ରୁଚିର ।କେତକୀରେଣୁରେ ଦେଖ ତୀର ସମୀରଣତୁମ୍ଭ ମୁଖ ବିଶାଳାକ୍ଷି, କରୁଛି ମଣ୍ଡନ ।ଚାହୁଁ ଚାହୁଁ ମୁହୂର୍ତ୍ତକେ ବିମାନ ବେଗରେପହଞ୍ଚିଲା ଦେଖ ଆସି ବେଳାପ୍ରଦେଶରେ ।ସେ ବେଳା ଶୁକ୍ତିନିର୍ଗତ ମୁକ୍ତାରେ ଶୋଭିତ,ତହିଁରେ ଗୁବାକଶ୍ରେଣୀ ଫଳେ ଆନମିତ ।ମୋର ଇଚ୍ଛା ଅନୁସରି ସଞ୍ଚରଇ ରଥ,କେତେବେଳେ ଅବଲମ୍ବେ ଦେବତାଙ୍କ ପଥ,କେଭେ ଘନପଥେ, କେଭେ ବିହଗମାର୍ଗରେପୁଷ୍ପକ ବିମାନ ଦେଖ ଗଗନେ ସଞ୍ଚରେ ।ତୁମ୍ଭ ମୁଖେ ସ୍ୱେଦବିନ୍ଦୁ ମଧ୍ୟାହ୍ନେ ଝରଇ,ତାହାକୁ ଆକାଶ ବାୟୁ ବହନେ ହରଇ ।ମନ୍ଦାକିନୀ ବୀଚି ଯୋଗୁଁ ଏ ବାୟୁ ଶୀତଳ,ବହଇ ଏ ଐରାବତ ମଦ ପରିମଳ ।ସ୍ୟନ୍ଦନର ଗବାକ୍ଷରେ ଲମ୍ବାଇଣ କରକୁତୂହଳେ ପରଶୁଛ ତୁମ୍ଭେ ଜଳଧର ।ତୁମ୍ଭ କରକମଳରେ ଅର୍ପୁଅଛି ଘନବିଜୁଳି ବଳୟରୂପ ନବ ଆଭରଣ ।ଦୂରେ ଦେଖ ବିରାଜଇ ଦଣ୍ଡକ କାନନ,ନୂତନ ନିର୍ମିତ ଯହିଁ ପର୍ଣ୍ଣନିକେତନ ।ନାହିଁ ଆଉ ରକ୍ଷୋଭୟ, ଏଣୁ ଆନନ୍ଦରେତପସ୍ୱିଏ ନିବସନ୍ତି ଆଶ୍ରମନିକରେ ।ତୁମ୍ଭ ପୟର ନେପୁର ପୟରରୁ ଖସିମଉନରେ ପଡ଼ିଥିଲା ଏଠାରେ ପ୍ରେୟସି !ପୂରୁବେ ସେ ବାଜୁଥିଲା ପୟରେ ଗରବେ,ଭ୍ରଷ୍ଟ ହୋଇ ଦୁଃଖେ ଏଥି ଥିଲା ସେ ନୀରବେ ।ଯେ ପଥେ ତୁମ୍ଭଙ୍କୁ ରକ୍ଷଃ ନେଇଥିଲା ହରି,ଦେଖାଇଲେ ସେହି ପଥ ମୋତେ ଦୟା କରି,ବଚନବିହୀନ ଏହି ବଲ୍ଲରୀନିକର,ସଞ୍ଚାଳି ପଲ୍ଲବମୟ ଶ୍ୟାମ ଶାଖାକର ।ତେଜି ତୃଣାଙ୍କୁରସ୍ପୃହା ମୃଗାଙ୍ଗନାଗଣନିବେଶି ଦକ୍ଷିଣ ଆଡ଼େ ଉତ୍ପକ୍ଷ୍ମ ନୟନ,ଜଣାଇଲେ ମୋତେ କେଉଁ ଦିଗେ ତୁମ୍ଭ ଗତିତାହା ଦେଖି ମୋ ହୃଦୟେ ଶୋକ ହେଲା ଅତି ।ଦିଶଇ ଅଗ୍ରତେ ମାଲ୍ୟବାନ ମହୀଧର,ଗଗନପରଶୀ ଅଟେ ଯାହାର ଶିଖର ।ଘନଜଳ ସଙ୍ଗେ ତହିଁ ମୋ ନୟନଜଳଝରିଲା ତୁମ୍ଭ ବିରହଯୋଗୁଁ ଅବିରଳ ।ନବମେଘଜଳସିକ୍ତ ମୃତ୍ତିକା ସୁବାସ,କଦମ୍ବ କେଶର ଯାର ଅର୍ଦ୍ଧ ପରକାଶ,ନୀଳକଣ୍ଠ ମୟୂରର ଗମ୍ଭୀର ନିଃସ୍ୱନ,ତୁମ୍ଭ ବିନା ଏ ସକଳ ଦହିଲେ ମୋ ମନ ।କନ୍ଦରଝଙ୍କାରୀ ମନ୍ଦ୍ର ଘନଗରଜନଶୁଣନ୍ତେ ହୃଦୟ ମୋର ହେଲା ଉଚ୍ଚାଟନ,ସୁମରନ୍ତେ ପୂର୍ବ କଥା ଯେବେ ଥରିଥରିଘଡ଼ଘଡ଼ି ଭୟେ ମୋତେ ପକାଇଲା ଧରି ।ଏଥି ବିକଶିତ ନବ କନ୍ଦଳୀକୁସୁମ,ଯୁକ୍ତ ତହିଁ ଜଳସିକ୍ତ ମୃତ୍ତିକାର ଧୂମ,ଦେଖନ୍ତେ ପଡ଼ିଲା ମନେ ବିବାହ ସମୟ,ଦାବାଗ୍ନି ପରାୟେ ଶୋକ ଦହିଲା ହୃଦୟ ।ସେ ମଧୁର କାଳେ ତୁମ୍ଭ ନୟନ ଯୁଗଳପୁଣ୍ୟଧୂମ ଯୋଗୁଁ ଆହା କେମନ୍ତ ପାଟଳ !ଅଗ୍ରତେ ବିରାଜେ ରମ୍ୟ ପମ୍ପା ସରୋବର,ଯାହାର ଦର୍ଶନେ ଖିନ୍ନ ହୁଅଇ ଅନ୍ତର ।ଚଉଦିଗ ସମାଚ୍ଛନ୍ନ ନିବିଡ଼ ବେତସେ,ଜଳେ ବିହରନ୍ତି ଦେଖ, ଆନନ୍ଦେ ସାରସେ ।ଉତ୍ପଳ କେଶର ଦେଇ ପରସ୍ପର ମୁଖେରଥାଙ୍ଗମିଥୁନ ଏଥି ବସିଥିଲେ ସୁଖେ ।ତୁମ୍ଭ ବିରହରେ କରି ଏ ଛବି ଦର୍ଶନପୂର୍ବ ସୁଖମାନ, ଆହା, କରିଲି ସ୍ମରଣ ।ସ୍ତବକସ୍ତନରେ ନମ୍ର ଅଶୋକବଲ୍ଲରୀଦେଖି, ‘ପାଇଲି ତୁମ୍ଭଙ୍କୁ’ ଏହା ମନେ କରିଅଧୀର ହରଷେ ଶୋକେ ଆଲିଙ୍ଗନ ଆଶେଅଶ୍ରୁପୂର୍ଣ୍ଣ ନୟନରେ ଧାଆନ୍ତେ ତା ପାଶେ,‘ନୁହନ୍ତି ଏ ସୀତା ଦେବୀ’ ସୁମିତ୍ରାନନ୍ଦନଏମନ୍ତ ବୋଲିଣ ମୋତେ କଲେ ନିବାରଣ ।ବିମାନଲମ୍ବିତ ହେମ କିଙ୍କିଣୀ ଶବଦଶୁଣିଣ ସାରସେ ତେଜି ଗୋଦାବରୀ ହ୍ରଦଉଡ଼ି ନୀଳମଣିମୟ ଅମ୍ବରମାର୍ଗରେତୁମ୍ଭଙ୍କୁ ପାଛୋଟି ଆସୁଛନ୍ତି କି ଆଦରେ ?ବହୁଦିନ ପରେ ଦେଖ ପଞ୍ଚବଟୀ ବନ,ଯାର ଦରଶନେ ହର୍ଷେ ନିମଗ୍ନ ମୋ ମନ ।ସୁମଧ୍ୟମା, ତୁମ୍ଭେ ସିଞ୍ଚି ଘଟର ସଲିଳଏହି ବାଳ ଚୂତ ତରୁ ବଢ଼ାଇଣ ଥିଲ ।ତୁମ୍ଭର ପାଳିତ ଏହି କୃଷ୍ଣସାରପନ୍ତିନୟନ ବୁଲାଇ ରଥ ଆଡ଼କୁ ଚାହାନ୍ତି ।ମୃଗୟାରୁ ବାହୁଡ଼ିଣ ଏଥି ଗୋ ସୁନ୍ଦରି,ତରଙ୍ଗ ଅନିଳେ ଦେହ କ୍ଳାନ୍ତି ପରିହରି,ପ୍ରଦୋଷେ ତୋ କୋଳେ ଶିର ନିହି ପ୍ରେମଭରେଶୋଇଥିଲି ପ୍ରିୟେ, ମଞ୍ଜୁ ବଞ୍ଜୁଳ କୁଞ୍ଜରେ ।ଦେଖ ଦେଖ ରୂପବତି ! ଦିଶେ ମନୋରମସମସ୍ତ ଲୋକପାବନ ଅଗସ୍ତ୍ୟ ଆଶ୍ରମ ।ଭ୍ରୂଭଙ୍ଗ ମାତ୍ରକେ ଯାର ନହୁଷ ନୃପତିଭ୍ରଷ୍ଟ ହୋଇ ଇନ୍ଦ୍ରପଦୁଁ ଲଭିଲେ ଦୁର୍ଗତି ।ଶରଦରେ ନଭେ ଦେଖି ଯାହାଙ୍କ ଉଦୟହୁଏ ନିରିମଳ କଳୁଷିତ ବାରିଚୟ ।ଯାର ଅଗ୍ନିତ୍ରୟ-ଧୂମ ହୋମଗନ୍ଧମୟଆଘ୍ରାଣ କରନ୍ତେ ଶୁଦ୍ଧ ହେଉଛି ହୃଦୟ ।ମହାଯଶା ମହର୍ଷି ଏ, ପ୍ରଭାବେ ଯାହାରହେଳେ ଦୂର ହୁଏ ନରହୃଦୟବିକାର ।ଦିଶୁଅଛି ମାନମୟି, ରମ୍ୟ ପଞ୍ଚାପ୍ସର,ଶାତକର୍ଣ୍ଣି ମହର୍ଷିଙ୍କ କେଳିସରୋବର ।ଚଉଦିଗ ବେଢ଼ି ଅଛି ବିବିଧ କାନନ,ମେଘ ଅନ୍ତରାଳେ ଇନ୍ଦୁ ମଣ୍ଡଳ ଯେସନ,ତେସନ ଦୂରରୁ ଦିଶେ ଏ ସରୋରତନ ।ପୂର୍ବେ କୁଶାଙ୍କୁର ମାତ୍ର କରିଣ ଆହାର,ସୁରଙ୍ଗ କୁରଙ୍ଗ ସଙ୍ଗେ କରିଣ ସଞ୍ଚାର,ଆଚରିଲେ ତୀବ୍ର ତପ ଶାତକର୍ଣ୍ଣି ଯତି,ତାହା ଦେଖି ଭୀତ ହେଲେ ସୁରରାଜ ଅତି ।ଯୌବନ-କପଟ-ଯନ୍ତ୍ରେ ପାଞ୍ଚ ଅପ୍ସରୀରବାନ୍ଧିଲେ ଯୋଗି-ମାନସ-ମୃଗ ସୁନାଶିର,ଜଳତଳେ ହର୍ମ୍ୟେ ତହିଁ ନିବସନ୍ତି ମୁନି,ବହୁଅଛି ବାୟୁ ତାଙ୍କ ମୃଦଙ୍ଗର ଧ୍ୱନି ।ଗଗନରେ ଉଠି ତାଙ୍କ ମଧୁର ସଙ୍ଗୀତପୁଷ୍ପକର ଚନ୍ଦ୍ରଶାଳା କରେ ନିନାଦିତ ।ସୁତୀକ୍ଷ୍ଣ ନାମେ ତେଜସ୍ୱୀ ଶାନ୍ତ ୠଷିବରଆଚରନ୍ତି ତୀବ୍ରତପ ଦେଖ ରାମାବର !ଅଗ୍ନି ଚତୁଷ୍ଟୟ ମଧ୍ୟେ ବସି ତପୋଧନପ୍ରଚଣ୍ଡ ଭାସ୍କରବିମ୍ବେ ଅର୍ପନ୍ତି ନୟନ ।ତାଙ୍କର କଠୋର ତପେ ଭୀତ ପୁର-ଅରିବ୍ରତଭଙ୍ଗ ଆଶେ ପାଶେ ପେଶିଲେ ଅପ୍ସରୀ ।ସୁରସୁନ୍ଦରୀଙ୍କ ନାନା ବିଳାସ ଲଳିତନ ପାରିଲା ମୋହି ଶାନ୍ତ ମୁନିବର ଚିତ୍ତ ।ବୃଥା ତାଙ୍କ ହାସ୍ୟମୁଖେ କଟାକ୍ଷ ପ୍ରେରଣ,ବୃଥା ଛଳକ୍ରମେ ମେଖଳାର ପ୍ରଦର୍ଶନ ।ଧରିଅଛି ଅକ୍ଷମାଳା-ବଳୟ ଯେ କର,ମୃଗ-ଦେହ କଣ୍ଡୂୟନେ ଯେ ଅଟେ ତତ୍ପର,ସେ ଦକ୍ଷିଣ ହସ୍ତ ମୋର ସମ୍ମାନ ନିମନ୍ତେପ୍ରସାରିତ ହୋଇଅଛି ଊର୍ଦ୍ଧ୍ୱକୁ କେମନ୍ତେ ?ସଦା ମୌନବ୍ରତୀ ମୁନି, ଶିର ପ୍ରକମ୍ପରେପ୍ରଣତି ଗ୍ରହିଣ ମୋର ଚିତ୍ତ ପ୍ରାସାଦରେବିମାନର ବ୍ୟବଧାନୁ ବିମୁକ୍ତ ଈକ୍ଷଣନିହିଲେ ଭାସ୍କରବିମ୍ବେ ପୁଣି ତପୋଧନ ।ଅଗ୍ରତେ ଦିଶଇ ପ୍ରିୟେ, ଅତିଥିଶରଣଶରଭଙ୍ଗ ମହର୍ଷିଙ୍କ ପୁଣ୍ୟ ତପୋବନ ।ମହାତପା ଋଷି ବହୁକାଳ ଇନ୍ଧନରେ,ସାଧି ହୁତାଶନ-ତୃପ୍ତି ସଂଯତ ମନରେ,ଅବଶେଷେ ମନ୍ତ୍ରପୂତ ନିଜର ଶରୀରଅର୍ପିଲେ ଆହୁତିରୂପେ ଆନନ୍ଦେ ଅଗ୍ନିର ।ସ୍ନିଗ୍ଧ ଛାୟା ସୁମଧୁର ଫଳ ଦାନ କରି,ପଥିକର ପଥଶ୍ରମ ଦୟାଭାବେ ହରି,ତପୋବନ ତରୁବୃନ୍ଦ ସୁପୁତ୍ର ଯେସନଅତିଥି ସତ୍କାର ବ୍ରତ କରନ୍ତି ପାଳନ ।ଧରି ଦର୍ପକଳମତ୍ତ ବୃଷଭର ଶିରୀହରଇ ନୟନ ପ୍ରିୟେ, ଚିତ୍ରକୂଟ ଗିରି ।ବୃଷମୁଖ ତୁଲ୍ୟ ଏହି ଗିରିର କନ୍ଦର,ନିରନ୍ତର ନିର୍ଝରର ନିନାଦେ ମୁଖର,ବପ୍ରପଙ୍କ ପରି କଳା ନବଜଳଧରଘୋଟିଅଛି ଦେଖ ପ୍ରିୟେ, ପର୍ବତ ଶିଖର ।ଚିତ୍ରକୂଟ ଗିରିପାଶେ ବହେ ମନ୍ଦାକିନୀ,ଦୂରୁଁ ଦିଶେ ସୂକ୍ଷ୍ମରେଖା ପରାୟେ ତଟିନୀ,ପ୍ରଶାନ୍ତ ନିର୍ମଳ ଯଥା ଦେବତାଙ୍କ ମନ,ଜାହ୍ନବୀର ଜଳ ସଦା ତେମନ୍ତ ପ୍ରସନ୍ନ ।ଅବନୀ-ରମଣୀ କଣ୍ଠେ ମୁକୁତାର ହାରପ୍ରାୟେ ମନ୍ଦାକିନୀ ପ୍ରିୟେ, ଦିଶଇ ଉଦାର ।ଏହି ସେ ତମାଳ ତରୁ ଦିଶଇ ମଞ୍ଜୁଳ,ଉଦ୍ଗ୍ରୀବ କଳାପିକୁଳେ ନିତ୍ୟ ସମାକୁଳ ।ସୁରଭି ପଲ୍ଲବେ ଯାର କରି ସୁଯତନରଚିଲି ପ୍ରେୟସି, ତୁମ୍ଭ ଶ୍ରବଣଭୂଷଣ,ଯବାଙ୍କୁର ସମ ପାଣ୍ଡୁ ଚାରୁ କପୋଳରସେ ରମ୍ୟ ଭୂଷଣ ଲାଗି ରାଜିଲା ସୁନ୍ଦର ।ଅଗ୍ରତେ ରାଜଇ ଅତ୍ରି ମୁନି ତପୋବନ,ତପସ୍ୟା ପ୍ରଭାବେ ଯହିଁ ଘଟେ ଅଘଟନ;ଦଣ୍ଡଭୟ ବିନା ଯହିଁ ଜନ୍ତୁଏ ଶାସିତ,ପୁଷ୍ପବିନା ତରୁବୃନ୍ଦ ହୁଅନ୍ତି ଫଳିତ ।ଯେ ଜାହ୍ନବୀ ଜଳୁ ସପ୍ତୠଷି ସ୍ୱହସ୍ତରେକନକକମଳଚୟ ତୋଳନ୍ତି ଆଦରେ,ଯାହାର ପ୍ରବାହ ଶିରେ, ପ୍ରସନ୍ନ ପାବନ,ନିଜେ ହର ମାଳାରୂପେ କରନ୍ତି ଧାରଣ,ସେହି ଭାଗୀରଥୀ ବହୁଛନ୍ତି ଏହି ବନେଅତ୍ରି-ସଧର୍ମିଣୀ ଅନସୂୟାଙ୍କ ଯତନେ ।ତପସ୍ୱି ମାନଙ୍କ ସ୍ନାନ-ଅର୍ଥେ ତପସ୍ୱିନୀ,ତପସ୍ୟା ବଳରେ ଆଣିଥିଲେ ମନ୍ଦାକିନୀ ।ବିଦେହନନ୍ଦିନୀ, ଦେଖ, ବସି ବୀରାସନେଧ୍ୟାନେ ରତ ମୁନିବୃନ୍ଦ ଏକତାନମନେ ।ତାଙ୍କ ବେଦୀମଧ୍ୟଗତ ମହୀରୁହଦଳସମୀର ଅଭାବେ ହୋଇ ଏକାନ୍ତ ନିଶ୍ଚଳଯୋଗମଗ୍ନ ଯୋଗୀ ପ୍ରାୟେ ଦିଶନ୍ତି ସକଳ ।ଏବେ ସେହି ଶ୍ୟାମବଟ ବିରାଜେ ଅଗ୍ରତେ,ଯାର ପାଦ ବନ୍ଦି କହିଥିଲ ପତିବ୍ରତେ-‘‘ମୋ ନାଥ ହୁଅନ୍ତୁ ପାରି ସର୍ବ ସଙ୍କଟରୁ,ନିର୍ବିଘ୍ନେ କରନ୍ତୁ ବ୍ରତ ରକ୍ଷା ମହାତରୁ !’’ପଦ୍ମରାଗ ଫଳପୁଞ୍ଜ ପତ୍ର ମରକତେମଣ୍ଡିତ ଏ ବୃକ୍ଷରାଜ ଦିଶଇ କେମନ୍ତେ ?ଜାହ୍ନବୀ ଯମୁନା ଯୋଗ ଦେଖ ଗୋ ସୁନ୍ଦରି !ଶୁଭ୍ର ନୀଳ ଜଳ ଦିଶେ ରୁଚିର କିପରି ?ଇନ୍ଦ୍ରନୀଳ ପରେ ମୋତି ପୁଣି ଇନ୍ଦନୀଳଗୁନ୍ଥା ହେଲା ମାଳା ପ୍ରାୟେ ଦିଶଇ ସଲିଳ;କିମ୍ବା ଇନ୍ଦୀବରେ ମିଶି ଶ୍ୱେତ ଶତଦଳ-ମାଳା ପରି ଦିଶେ ଏହି କଳା ଧଳା ଜଳ;କିଅବା ମାନସଗାମୀ ରାଜହଂସପନ୍ତିକାଦମ୍ବଦଳ ସଂଯୋଗେ ଯେମନ୍ତେ ଦିଶନ୍ତି;ଅଥବା ଅବନୀବରବଦନେ ରଚିତଚନ୍ଦନରଚନା କୃଷ୍ଣ ଅଗୁରୁ ମିଶ୍ରିତ;କିଅବା ଯେମନ୍ତେ ପ୍ରିୟେ, ସୁନୀଳ ଗଗନଶୁଭ୍ର ଶରଦଭ୍ର ରନ୍ଧ୍ରେ ଦିଶଇ ଶୋଭନ;ଅବା ଧଳାଭସ୍ମବୋଳା ଶଙ୍କର ଶରୀରଅସିତ ଉରଗେ ଯଥା ରାଜଇ ରୁଚିର;କିଅବା ଛାୟାରେ ମିଶା ଚିତ୍ର ଜ୍ୟୋତ୍ସ୍ନା ପରିଦିଶଇ ପ୍ରେୟସି, ଗଙ୍ଗା ଯମୁନା ଲହରୀ ।ତ୍ରିଲୋକପାବନ ଗଙ୍ଗା ଯମୁନା ସଙ୍ଗମମୁମୂର୍ଷୁ ଜନର ଅଟେ ଆଶ୍ରୟ ଚରମ;ବିଦେହନନ୍ଦିନୀ, ଏଥି ଲୋକେ କରି ସ୍ନାନଲଭନ୍ତି ପରମ ଗତି ବିନା ତତ୍ତ୍ୱଜ୍ଞାନ ।ଏହି ସେ କିରାତପତି ଗୁହକ ନଗରୀ,ପଡ଼ଇ କି ମନେ ପୂର୍ବ କଥା ଗୋ ସୁନ୍ଦରି ?ଏଥି ଗୋ ମସ୍ତକୁଁ କାଢ଼ି କନକମୁକୁଟରଚିଲି ତାପସଯୋଗ୍ୟ ନବ ଜଟାଜୂଟ;ସେକାଳେ ସୁମନ୍ତ୍ର ଅଶ୍ରୁପୂର୍ଣ୍ଣ ଲୋଚନରେଅନାଇଣ ମୋ ଆଡ଼କୁ ମ୍ଳାନ ବଦନରେ‘କୈକେୟି ! ପୂରିଲା ଏବେ ତୁମ୍ଭ ମନୋରଥ’ଏମନ୍ତ ଭାଷିଲେ ଦୁଃଖେ ବାହୁଡ଼ାଇ ରଥ ।ସରଯୂର ତଟେ ଏବେ ରଥ ଉପନୀତ,ବିଧବା ଜନନୀ ସମ ଅଟନ୍ତି ସରିତ,ପରବାସୁଁ ସମାଗତ ଦେଖି ମୋତେ ପାଶେଧବଳ ତରଙ୍ଗ-କର ଆଲିଙ୍ଗନେ ଆଶେପ୍ରସାରନ୍ତି ତରଙ୍ଗିଣୀ ଅବା ସ୍ନେହଭରେ,ଶୀକର-ଶୀତଳ ବାୟୁ ମନସ୍ତାପ ହରେ ।କନକ କମଳ କଲି ଯା ଜଳେ ବିକଶେ,ସଦା ଯହିଁ ଯକ୍ଷବାଳା କ୍ରୀଡ଼ନ୍ତି ହରଷେ,ସେହି ସେ ମାନସ ହ୍ରଦ ମାନସହରଣବେଦମତେ ସରଯୂର ଜନମକାରଣ ।ପବିତ୍ରସଲୀଳା ଏହି ନଦୀକୁଳେଶ୍ୱରୀ,ଏହାର ପୁଳିନଦେଶ ମାତାକୋଳ ପରି,ପିଇଣ ଏହାର କ୍ଷୀର ସମ ସୁଧାପୟ,ବର୍ଦ୍ଧିତ କୋଶଳ ଦେଶ ନରେଶ୍ୱରଚୟ ।ଗୋଧୂଳି ଆକାଶ ପରି ତାମ୍ରଧୂଳିରାଶିଦେଖ ଗୋ ସୁନ୍ଦରି, ଆଗେ ଆସୁଅଛି ଭାସି,ହନୁମନ୍ତ ମୁଖୁଁ ପରା ଶୁଣି ମୋ ସନ୍ଦେଶସୈନ୍ୟ ସଙ୍ଗେ ଆସୁଛନ୍ତି ଭରତ ନରେଶ ।ରଣେ ଖର ଦୂଷଣଙ୍କୁ ବଧି ବାହୁଡ଼ନ୍ତେତୁମଙ୍କୁ ମୋ କରେ ଦେଲେ ସୌମିତ୍ରି ଯେମନ୍ତେ,ପିତୃସତ୍ୟ ପ୍ରତିପାଳି ମୁହିଁ ପ୍ରତ୍ୟାଗତ,ରାଜଶ୍ରୀ ଅର୍ପିବେ ଏବେ ମୋଠାରେ ଭରତ ।ଆଗରେ ବଶିଷ୍ଠ, ପଛେ ଭରତ ସୁମତି,ଚଉପାଶେ ବେଢ଼ିଛନ୍ତି ଅମାତ୍ୟପଙ୍କତି,ତହିଁ ପଛେ ରାଜସେନା ରଣେ ଚିରଜୟୀସାଗରଲହରୀ ସମ କି ରଙ୍ଗେ ଆସଇ !ବଳ୍କଳବସନ ଦେହେ, ଅର୍ଘ୍ୟପାତ୍ର କରେଧାର୍ମିକ ଭରତ ଆସୁଛନ୍ତି ନତ ଶିରେ ।ନୀରବନ୍ତେ ରାମ, ଦେବବିମାନଇଚ୍ଛା ଜାଣି ବେଗେ ଉଳା ସମାନତାରାପଥୁଁ ଖସେ ଅବନୀତଳ,ଅନମ୍ବର ଦେଶ ଦିଶେ ଉଜ୍ଜ୍ୱଳଅନାଇଲେ ବିସ୍ମୟରେ ଯେଆନନ୍ଦ ମଗନ ଅଯୋଧ୍ୟାନିବାସୀ ଭରତଙ୍କ ଅନୁଚରେ ଯେ ।ବିଭୀଷଣ ଆଗେ ଦେଖାନ୍ତି ବାଟ,ଶ୍ରୀକର ଧରନ୍ତି କବିସମ୍ରାଟ,ବେନିଏ ଅଟନ୍ତି ସେବାଚତୁର,ସୋପାନେ, ଅବନୀ ତଳୁ ଅଦୂର,ପଦ ଦେଇ ରଘୁପତିସ୍ଫଟିକ ପଦବୀ କରିଣ ପବିତ୍ର ବିଜେ କଲେ ବସୁମତୀପ୍ରଣମି ବଶିଷ୍ଠ ମୁନି ଚରଣେଅର୍ଘ୍ୟ ଘେନି ପ୍ରଭୁ, ସାଶ୍ରୁନୟନେଚୁମ୍ବିଲେ ଭରତ ଶତ୍ରୁଘ୍ନଶିରଆଲିଙ୍ଗି ଆଦରେ ରଘୁ ପ୍ରବୀର,ଧନ୍ୟ ସେ ସାଧୁ ଭରତ,ଭୋଗ ପରିହରି ଭ୍ରାତୃପ୍ରେମବଶେ ଆଚରିଲେ ଯତିବ୍ରତ ।ଦେଖ ହେ ଭରତ, କପି-ଈଶ୍ୱର,ବିପଦବନ୍ଧୁ ଏ ଦୁଃଖୀ ରାମର,ମହାମିତ୍ର ମୋର ଏ ବିଭୀଷଣ,ଅରାତିବିନାଶେ ଅତି ଭୀଷଣ,ଭାଷନ୍ତେ ରାମ ଏସନ,ଲକ୍ଷ୍ମଣ ଉପେକ୍ଷି ବେନିଙ୍କି ଭରତ ସାଦରେ କଲେ ବନ୍ଦନ ।ଭରତ ଚରଣେ ନୁଆଇଁ ଶିରସାଷ୍ଟାଙ୍ଗେ ନମିଲେ ସୌମିତ୍ରି ବୀର,ଉଠାଇ ଭରତ ତାଙ୍କୁ ସାଦରେଆଲିଙ୍ଗିଲେ ଅଙ୍ଗ ପ୍ରେମନିର୍ଭରେ,ଅନୁଭବି ସେ ଆଶ୍ଳେଷେମେଘନାଦ-ଭୀମ-ପ୍ରହାର-ଅଙ୍କିତ ବନ୍ଧୁର ସେ ଉରୋଦେଶେ ।କପିସେନାନୀଏ ମନୁଷ୍ୟ ବେଶଧରିଲେ ଲଭିଣ ରାମ ଆଦେଶ,ବସିଲେ ବାରଣରାଜିପୃଷ୍ଠରେ,ମଦବାରିଧାରା ଯା ଗଣ୍ଡୁ କ୍ଷରେ,ଶଇଳୁ ଯେହ୍ନେ ନିର୍ଝର,ପରିଚିତ ଗିରି ଆରୋହଣ ସୁଖ ଲଭିଲେ ତହିଁ ବାନର ।ବିଭୀଷଣ ପ୍ରଭୁ ଆଦେଶ ମତେସଗଣେ ବସିଲେ ସୁନ୍ଦର ରଥେ,କିଅବା ଦେବା ସେ ରଥ ଉପମା ?ଭୂତଳେ ଅତୁଳ ଯାର ସୁଷମା,ସେ ସ୍ୟନ୍ଦନ ଦରଶନେନିଶାଚରଙ୍କର ଲଙ୍କାର ସ୍ୟନ୍ଦନ ଶୋଭା ପଡ଼ିଗଲା ମନେ ।କାମଗତି ଧ୍ୱଜଶୋଭିତ ରଥେବସିଲେ ନୃମଣି ଭ୍ରାତା ସଙ୍ଗତେ,ବୁଧ ବୃହସ୍ପତି ଯୋଗେ ଯେସନଦିଶନ୍ତି ଶଶାଙ୍କ ତାରାରମଣସାୟନ୍ତନ ଘନ ପରେ,କେତନ ପରାୟ ସ୍ୱର୍ଣ୍ଣସୌଦାମିନୀ ସ୍ଫୁରୁଥାଏ ଅନମ୍ବରେ ।ପ୍ରଳୟୁ ବରାହରୂପୀ ମୁରାରିବସୁନ୍ଧରା ଯେହ୍ନେ ଥିଲେ ଉଦ୍ଧାରି,ଜ୍ୟୋତ୍ସ୍ନାକୁ ଯେସନ ଶରତ କାଳପ୍ରକାଶେ ବିନାଶି ଜଳଦମାଳ,ସୀତା ସତୀଙ୍କି ତେସନଉଦ୍ଧାରିଲେ ରବିକୁଳ-ରବି ରାମ ସଂହାରି ରଣେ ରାବଣ ।ସେ ସୀତା ଚରଣେ ଶିର ଭରତଲଗାଇଲେ ଭକ୍ତିଭାବେ ତଦ୍ଗତ,ଜାନକୀ ପୟର ପବିତ୍ର ଅତି,ନ ଘେନିଲା ଲଙ୍କାପତି ପ୍ରଣତି,ରାମ ପ୍ରେମେ ଜଟାଧରକୈକେୟୀନନ୍ଦନ ଶିର ଲାଗି ତହିଁ ପୂତ ହେଲେ ପରସ୍ପର ।ଧାଇଁଲେ ଅଗ୍ରତେ ବ୍ୟଗ୍ର ପ୍ରଜାଏ,ପଛେ ପୁଷ୍ପଶୋଭୀ ପୁଷ୍ପକ ଧାଏଁ,ଅର୍ଦ୍ଧ କ୍ରୋଶ କ୍ଷଣେ ହୁଅନ୍ତେ ପାର,ଦିଶିଲା ବସନ-ଗୃହ ଉଦାରଅଯୋଧ୍ୟାର ଉପବନେ,ଆନନ୍ଦେ ବିଦେହ-ନନ୍ଦିନୀରମଣ ମିଳିଲେ ତହିଁ ସଗଣେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ