ଭାରତୀ-ବନ୍ଦନା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୯
- ସ୍ଥିତି
- ସାର୍ବଜନୀନ (Public domain)
(ଶ୍ରୀପଞ୍ଚମୀ–ଉପଲକ୍ଷରେ ରଚିତ)
(୧)
ଅନନ୍ତ-ମାନସ-କମଳବାସିନୀଦିବ୍ୟଜ୍ଞାନମୟୀ ଅମୃତଭାଷିଣୀବିଧାତାର ବାଣୀ ବିଶ୍ୱବିମୋହିନୀକ୍ଷଣେ କୋଟି ବିଶ୍ୱ ସୃଜନକାରିଣୀଚିଦାନନ୍ଦମୟୀ ଅରୂପଧାରିଣୀନିତ୍ୟ ନବ ନବ ସୃଷ୍ଟିପ୍ରକାଶିନୀଆସ ମା ଭାରତୀ ଭାରତଧାମେ ।ଅନ୍ଧକାରମୟ ତୋ ବିନା ଭାରତ,ଭୀଷର ଶ୍ମଶାନରୂପେ ପରିଣତ,ମୃତ ଅଚେତନ ଭାରତ ସନ୍ତତି ,ହରାଇଣ ଆଶା ଉତ୍ସାହ ଶକତି,ନୀରବ ନିଶ୍ଚଳ ଭାରତ ସଂସାରନାହିଁ ଗୋ ଜୀବନ-ବୀଣାର ଝଙ୍କାରଭାରତ ଭାରତ କେବଳ ନାମେ !
(୨)
ଥିଲା ଦିନ ଯେବେ ତୋହର ପ୍ରସାଦେକୋଟି କୋଟି କଣ୍ଠ ଅମୃତ ନିନାଦେତେଜେ ପରିପୂର୍ଣ୍ଣ ସ୍ୱାଧୀନତା-ଗୀତବହି କରୁଥିଲା ଜଗତ ମୋହିତ,କାହିଁ ବେଦମାତଃ ସେ ପୁଣ୍ୟ ଦିନ !ଜଡ଼ତା ନୈରାଶ୍ୟ ଅନ୍ଧାରେ ଜଡ଼ିତଚିର-ପରାଧୀନ ପତିତ ନିଦ୍ରିତଭାରତ ସନ୍ତାନ ସର୍ବେ ନରନାରୀନିଜର ମହିମା ଗୌରବ ପାସୋରିହୋଇଛନ୍ତି ମାତଃ କେମନ୍ତ ହୀନ !
(୩)
କେତେକାଳ ଆଉ ରହିଥିବ ପଡ଼ିଭାରତ ଦାରୁଣ ଅବସାଦେ ସଢ଼ି,ଆସ ମା ଭାରତୀ କରୁଣା କରି ।ଗମ୍ଭୀରେ ବଜାଅ ମୃତ୍ୟୁଭୟଜିଣାପ୍ରାଣସଞ୍ଚାରିଣୀ ସେ ଅମୃତ ବୀଣାଜାଗୁ ଏ ଭାରତ ଜୀବନ ଧରି ।
(୪)
ଆସ ମା ଆସ ମା ଆସ ମା ଜନନୀ ,ଆଜି ପୁଣ୍ୟ ମାଘେ ପୁଣ୍ୟ ଶ୍ରୀପଞ୍ଚମୀ,ସୁଚାରୁ ନବୀନ ମଧୁ ଆଗମନେହସଇ ଧରଣୀ ଆନନ୍ଦିତ ମନେ,ଆସ ମା ଭାରତେ ଭାରତୀ ରାଣୀ ।ତିମିର-ସାଗରୁ ନବ ଦିନମଣିହିରଣ୍ମୟ କରେ ଉଦ୍ଧାରି ଧରଣୀଭାରତ-ଆକାଶ କରୁ ସମୁଜ୍ଜ୍ୱଳ,ଉଛୁଳୁ ଭାରତେ ଆନନ୍ଦଚହଳହସୁ ଏ ଭାରତ ଶୁଣି ତୋ ବୀଣା ।
(୫)
ଦିଅ ମା ଫିଟାଇ ସ୍ୱରଗର ଦ୍ୱାର,ଉଜ୍ଜ୍ୱଳ କର ମା ଭାରତ-ସଂସାର,ସ୍ୱରଗର ପ୍ରେମ ପୁଣ୍ୟ ଜ୍ୟୋତିରାଶିଭାରତ ଲଲାଟ ଧୌତ କରୁ ଆସି,ପୁଣ୍ୟ-ଜଳେ ଧୁଅ ଭାରତର ତନୁ,ପାପ ତାପ ଯାଉ ଭାରତଭବନୁ,କର ମା’ କରୁଣା ଭାରତ ପ୍ରତି ।ଜୟ ଜୟ ଜୟ ବ୍ରହ୍ମାଣ୍ଡ ଜନନୀଅନନ୍ତ-ମାନସ-କମଳବାସିନୀଚିଦାନନ୍ଦମୟୀ ଅରୂପଧାରିଣୀନିତ୍ୟ ନବ ନବ ସୃଷ୍ଟିପ୍ରକାଶିନୀଦିବ୍ୟଜ୍ଞାନମୟୀ ଅମୃତଭାଷିଣୀଅଚେତନ ଜନ ଜାଗ୍ରତକାରିଣୀ,ଆସ ମା ଭାରତେ ଭାରତୀ ସତୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ