ଜଗତର ଲୋଚନନନ୍ଦନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୫
- ସ୍ଥିତି
- ସାର୍ବଜନୀନ (Public domain)
ଯୁବତୀର ରକ୍ତାଧର, ରମ୍ୟ ଜ୍ୟୋତି ନୟନର,ସ୍ୱର୍ଣ୍ଣ ଘନ ସମ ବକ୍ଷ, ଚାରୁ ପଦ୍ମାନନ,ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ ।୬।ଯୁବକର ତେଜ ବୀର୍ଯ୍ୟ ବଳ,ପ୍ରୌଢ଼ର ଚତୁର ଜ୍ଞାନ, ସୁକୌଶଳ କାର୍ଯ୍ୟମାନ,କାଳର ପ୍ରଭାବେ ଦିନେ ହୋଇବ ବିଫଳ,କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ।୭।ଧନ ମାନ ଯଶ ଆଦି ଯାହାଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ,କାଳଚକ୍ର ଆବର୍ତ୍ତନେ କି ବେଗରେ ଆହାପଳାନ୍ତିରେ ଅନୁସରି ନିଜ ନିଜ ରାହା ।୮।ବିମୋହନ ମନ୍ମଥ ବିଳାସଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ,କୌଶଳେ ଜନ୍ମାଇ ଚିତ୍ତେ କ୍ଷଣିକ ଉଲ୍ଲାସରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ ।୯।ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେଧର୍ମର ପୁଣ୍ୟ ରାଜତ୍ୱ, ପ୍ରଜ୍ଞାର ମହତ ତତ୍ତ୍ୱହୁଏ ପରାହତ, ପାପ ଗର୍ଜଇ ଭୈରବେ,ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ।୧୦।ମୁକୁଟମଣ୍ଡିତ ରାଜଶିରନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦନିରନ୍ତର ରାଜମନ କରଇ ଅସ୍ଥିର ।ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।୧୧।ଏ ସଂସାରେ ନାହିଁ ସୁଖ ଶାନ୍ତି.ଅହଙ୍କାର ଦ୍ୱେଷ ରୋଷ ଲୋଭ ମୋହ ଅସନ୍ତୋଷଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।୧୨।କାହିଁ ଶାନ୍ତି, କାହିଁ ନିତ୍ୟସୁଖ,ଯାହା ଲଭିବାର ଲାଗି ଅଛି ଅବିରତ ଜାଗିଚିତ୍ତଗୃହେ ଆଶାଦ୍ୱୀପ ଉଜ୍ଜ୍ୱଳମୟୂଖ,କାହିଁ ଗଲେ ପାସୋରିବ ମୃତ୍ୟୁ ପାପ ଦୁଃଖ ।୧୩।ରେ ହୃଦୟ ! ନ ହୁଅ କାତର,ସଂସାରର ବିଡ଼ମ୍ବନା ପାପ ସନ୍ତାପ ଯାତନାବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କରନିରେଖି ନିରାଶାବିଷେ ନ ହୁଅ ଜର୍ଜର ।୧୪।ଧର ଧୈର୍ଯ୍ୟ ଘେନରେ ସାନ୍ତ୍ୱନା,ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ,ସେ ଅମୃତ ମହୌଷଧ, ଯାହାର କାମନାଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା ।୧୫।ସ୍ଥିର ହୁଅରେ ଚଞ୍ଚଳ ମନ,ଘେନ ମହାତତ୍ତ୍ୱ ଦୀକ୍ଷା, ଜୀବର ପରମ ଶିକ୍ଷା,ତେବେରେ ଲଭିବୁ ସେହି ପ୍ରାଣାରାମ ଧନ,ଆକଚଳ ହୃଦୟ କରେ ଯାର ଅନ୍ୱେଷଣ ।୧୬।ଧୂଳିର ଏ ମର କଳେବର,ଅହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ !ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,କମଳ ଶୋଭଇ ଯଥା ପଙ୍କମୟ ସରେ ।୧୭।ଏ ସଂସାର ଅନ୍ଧକାର ସ୍ଥାନ,ଅନ୍ଧାରେ ହେଲେ ଜଡ଼ିତ ନ ହୁଅଇ ବିକସିତଜୀବାତ୍ମା କୁସୁମ ଏଥି, ହୁଏ ମ୍ରିୟମାଣହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ ।୧୮।ଦିବାକରେ ନିରେଖି ଗଗନେହର୍ଷେ ଫୁଟେ ପଦ୍ମଫୁଳ, ତେସନେ ଆତ୍ମା ପ୍ରଫୁଲ୍ଲଅନନ୍ତ ମଙ୍ଗଳାଳୟ ବଭୁ ଦରଶନେ,ପୁଣ୍ୟର ତପନ ଯାହୁ ପାପର ଭୁବନେ ।୧୯।ଯହିଁ ଦେବେ ଭୁଞ୍ଜନ୍ତି ଅମୃତବିଭୁପାଦପଦ୍ମ ପାଶେ, ପୁଣ୍ୟ ଜ୍ୟୋତିର୍ମୟ ବାସେ,ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ,ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ ।୨୦।ଏ ପିପାସା ନୁହଇ ନିବାରିଅସାର ସଂସାର ଜଳେ, ରିପୁଚୟ କୋଳାହଳେନୋହେ ନିର୍ବାପିତ କେଭେ; ଏକା ଧର୍ମବାରିଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି ।୨୧।ତେବେ ଆରେ ଅସ୍ଥିର ହୃଦୟ,ତ୍ୟଜ କୁତ୍ସିତ ବାସନା କର ତାଙ୍କ ଆରାଧନା,ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ,ଅମୃତଜୀବନଦାତା ବ୍ରହ୍ମାଣ୍ଡଆଶ୍ରୟ ।୨୨।ପରିହରି ପାପ ପ୍ରଲୋଭନଉଜ୍ଜ୍ୱଳ କର ବିଶ୍ୱାସ, ସ୍ୱାର୍ଥ ଅହଂକାର ନାଶ,କର ରେ ହୃଦୟାକାଶ ନିର୍ମଳ ବହନ,ତେବେ ରେ ଲଭିବୁ ଧର୍ମରସ ଆସ୍ୱାଦନ ।୨୩।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ