ପ୍ରଣୟ-ସ୍ୱାଧୀନତା
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୧
- ସ୍ଥିତି
- ସାର୍ବଜନୀନ (Public domain)
କାହାରେ ଭଜିବି ? କିଏ ଦବ ଗଳେ ବରଣମାଳା ?ମଞ୍ଜରୀ, ଶୁଭା, ଲିଲି, ଲାବଣ୍ୟ, ନୀହାରବାଳା,ନନ୍ଦିନୀ, ମୀନା, ମାଳିନୀ, ଦୀପ୍ତି - କା’କର ଧରିଉଦ୍ବେଳ ଏଇ ପ୍ରେମ-ପାରାବାର ହୋଇବି ପାରି ?ମଞ୍ଜରୀ ! ସେ ଯେ କୁଞ୍ଜର-ଗତି, ମାନସୀ ମୋର;ଚିତ୍ତ ବଳଇ ହେବାକୁ ତାହାର ପରାଣ-ଚୋର ।ଲବଣି-ମାର୍କା, ସୁଝୀନ-ବସନା, ପଲ୍ଲବିନୀ,ହସ ଖିଲିଖିଲି, ଦଶନ କାନ୍ତି ସଫେତ ଚିନି !ତନୁ ତାର ଘନ ଭାଦ୍ର ମାସର ! - ହାଲୁକା ଅତି ,ଏ ବୀର କବିର ବାହୁ ପରଶିଲେ ଥରିବ ଛାତି !ଲୋଡ଼ାନାଇଁ ତାରେ ବରିବି ‘ଶୁଭା’ରେ ବିଚାରେ ମନେ;ଅତି ‘ମଡ଼ର୍ଣ୍ଣ’ ! ସଂଚାରିଣୀ ସେ ସିନେମା-ବନେ ।ବେଶ୍ଚଟାପଟ୍ବଚନ ବିନ୍ଧେ ସମୟ ଜାଣି,କରିପାରେ ତାର ଦରଦୀ କବି ଏ ଗ୍ରହଣ ପାଣି !ହେଲେ; ଖାଲି ତାର ବର୍ଣ୍ଣଟା ଲାଗେ ଖଟକା ଚିତ୍ତେଏ କଳାବଜାରେ ଦେଖି କାଳୀ-ବାଳୀ ମନଟା ତୁଟେ !ଛାଡ଼ି ମୁଁ ‘ଶୁଭା’ରେ ‘ଲିଲି’ ଲଭିବାରେ ବଳାଇ ମନରାଜରାସ୍ତାରେ ବାଇକ୍ପଛରେ ସତର ଦିନକଲେଜ ଛକରେ ଛାଡ଼ିଦେଇ ତା’ରେ ଆସିଚି ଫେରି,ଫେରି ଚାହେଁ ଥରେ ମାନସ-ମୁକୁରେ ପାଗଳ ପରି,-ଓଠ କମ୍ପନ, ଭୂରୁ ଛନଛନ, ମରାଳ ଗତି;କେବଳ ତାହାର ଆରୂଢ଼ ଦଶନ ବିନ୍ଧେ ଅତି !ରଚିବ କବିତା ହସ ଦେଖି କବି ! ବିଚାରେ ମନେହୋଇପାରିବନି କୋକିଳ ତ ‘ଶୁଭା’ କବିତା-ବନେ !ଛାଡ଼ି ତା’ ଆଶାରେ, କବି ତା ଭାଷାରେ ଡ଼ାକିଲା ଦିନେଅୟି ଲାବଣ୍ୟେ ଡ଼େପୁଟୀ କନ୍ୟେ ! ଧ୍ୱନିଲା କାନେରସ ଢ଼ଳଢ଼ଳ ବଚନ ମଧୁର ପଡ଼ିଲା ଝରିଲାଜ ଛଳଛଳ ଲୋଚନ ଯୁଗଳ ଆନତ କରି ।ବଦନ-ପଦ୍ମେ ଭ୍ରମର ସମ ମୁଁ ବନ୍ଦି ନୋହିଦେଖିଲି ପୃଷ୍ଠେ କଟୀ-ଚୁମ୍ବିତ କବରୀ ନାଇଁ !ଫୁଟେ କି କବିତା କୁନ୍ତଳ ବିନା ? ଚମକିପଡ଼ି‘ନୀହାରବାଳା’ର ଫଣୀ-ବେଣୀ ପଛେ ଧାଇଁଲା ଖାଲି ।ବିପୁଳ ପୁଲକ ବେପଥୁ ଭଙ୍ଗୀ - ତନ୍ୱୀ ରାଣୀଭାବିଥିଲି ମୋରେ ମୁଗ୍ଧ କରିବ ନିତମ୍ବିନୀ ।ଚମକି ହଟିଲି ତା କର ପରଶ କଠୋର ଜାଣିତରୁଣ କବିରେ ଅନ୍ଧ କରିଲୋ କେ ‘ନନ୍ଦିନୀ’ ।ନନ୍ଦିନୀ ! ଚିର ନନ୍ଦିନୀ !! ବୋଲି ଧାଇଁଲି ପଛେହାୟ ! ତାର ସେଇ ପୃଥୁଳ କଟୀ କି କବିତା ରଚେ ?କେଶରୀମଧ୍ୟା, ବିମ୍ବ-ଅଧରା ଲୋଡ଼ା ଯେ ମୋର !‘ନନ୍ଦିନୀ’ ଏଡ଼ି ହୋଇଲି ‘ମୀନା’ର ପ୍ରଣୟେ ଭୋଳ ।ନୃତ୍ୟକୁଶଳା ହାୟ, ସେଇ ମୀନା ଲାସ୍ୟମୟୀ,କଜ୍ଜ୍ୱଳ କଳା କବରୀ ତାହାର ଲମ୍ବ ନାଇଁ !କଲି ରିଜେକ୍ଟ, ନହେଲା ପାକ୍ଟ ପୀରତି ବାଟେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର