ବିଦାୟରେ ପ୍ରଣୟ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୧
- ସ୍ଥିତି
- ସାର୍ବଜନୀନ (Public domain)
ଲାଗିଲା ବିଦାୟ ସଭା, ପଡ଼ିଲା ଚହଳ !କିଏ ଦେବ ଅଧ୍ୟାପକ ଗଲେ ଫୁଲମାଳ ?ପୁଲକିତ ଗୀତାମୋଦେ ଅଧ୍ୟାପନା ପୁରୀଶତ ନେତ୍ରେ ଭକ୍ତି-ଅଶ୍ରୁ ପଡ଼ି ଉଛୁଳି ।ଉଚ୍ଛ୍ୱସିତ ଭାବାବେଗ,ମରମେ ମରମେଫୁଟା ପଦ୍ମପାଖୁଡ଼ାରେ ସଉରଭ ଜମେ !!କହିଲା କେ ସୁହାସିନୀ - ଯିବେ ଗୁରୁଦେବ,କିଏ ଜାଣିଥିଲା ଏଡ଼େ ବେଗେ ଏହା ହେବ ?ଆରକ୍ତ ଅଧରେ କେହୁ କହିଲା କା’ କାନେ -ମନ ମୋର ଯାହା ହୁଏ ମୁହିଁ ସିନା ଜାଣେ ?ବିଦାୟ-ସଂଗୀତୁ କେ’ବା ତୋଳି ଦୁଇ ପଦକହିଲା, ଏ ହେଲା ଜାଣ ଜୀବନ-ସଂପଦ ।ଯେତେ ଦୂରେ ଥିଲେ ଦେବେ ନଦେବ ବିସୋରିତୁମ ସ୍ମୃତିପଟୁ ଏ ଯେ କିଶୋର କିଶୋରୀ ?ଶ୍ୟାମ ବପୁ, ସୁଶୋଭିତ ଶୁଭ୍ର ପରିଚ୍ଛଦେକହିଲେ ସେ ଗୁରୁଦେବ ରହି ପଦେ ପଦେ ।‘‘ତନୁ ଯାଏ ଦୂରେ, ମନ ଏଇ ନିକେତନେଏଇ ସମୀରଣେ ମିଶି ରହିଲା ଗୋପନେ !’’ଏଇ ବାଣୀ ଶୁଣାଇବ କା’ରେ ସିନା ଭାବମିଶିଥିବ ସେ ଭାବରେ ତୁମରି ଅଭାବ ।ତୁମରି ସହାସ୍ୟ ମୁଖ, ତୁମ ଉଦ୍ଦୀପନା;ତୁମରି କୈାତୁକ ହାସ, ସଭକ୍ତି ବନ୍ଦନା ।ଖଣ୍ଡଗିରି ଶିଳାବୁକେ ଲେଖା ହେଲା ଜାଣଯୁଗ-ଯୁଗ-ଧରି ତାହା କରିବ ପ୍ରମାଣ ।ଥିଲେ ଏଠି ଅଧ୍ୟାପକ, କିଶୋର କିଶୋରୀପୂଜୁଥିଲେ ଅନ୍ତେବାସୀ ବାଣୀ ବାଗୀଶ୍ୱରୀ ।ବିଦାୟର ମାଲ୍ୟ କେହୁ ଦେବ ଗୁରୁ ଗଳେ ?ଏକୁ ଆନେ ଚାହାଁଚାହିଁ ହେଲେ ସେ ଗହଳେ ।ସୁବାସିତ କର୍ପୂରର ମାଲ୍ୟ ମନୋହର,ମିଶିଛି ତା ତୁଲେ ଚମ୍ପା କୋରକ ରୁଚିର ।କନକିତ ଜରି ଦାମେ ଗୁନ୍ଥା କଉଶଳେକିଏ ଦେବ ସେ ମାଳାଟି ଅଧ୍ୟାପକ ଗଳେ ?କିଏ ଭାଗ୍ୟବାନ ଅବା କିଏ ଭାଗ୍ୟବତୀଜଣାଇବ ଗୁରୁ ପଦେ ଗୈାରବେ ପ୍ରଣତି !ଏକାଳେ ଉଠିଲେ ଧୀରେ କିଶୋରୀ ନୀଳିମାଛୁଇଁଛି କବରୀଦାମ ବ୍ୟାପୀ ପୃଷ୍ଠସୀମା ।ଆୟତ ଲୋଚନଯୁଗେ ଲଜ୍ଜା ଅଛି ମିଶି,ନ କହିଲେ କଥା ତହୁଁ ବୁଝାପଡ଼େ ବେଶି ।ନ ହସିଲେ ହସିବାର ବାରିହୁଏ ରେଖାକିଶୋରୀ ମହଲେ ଡ଼ାକନାମ ‘ଚିତ୍ରଲେଖା’ ।ଧଇଲା ସେ ଫୁଲମାଳ, ଫୁଲ ଗଲା ଲସି,ଦଶଟି ଅଙ୍ଗୁଳି ଚମ୍ପା କୋରକକୁ ହସି -ସେ ମାଳାର ହେଲେ ମାଳା, ପାଦ ଚାଳି ଧୀରେଉଭାହେଲା ଅଧ୍ୟାପକ ଗଳା ପ୍ରତୀକ୍ଷାରେ ।କରତାଳି ତାଳେ ହେଲା ମୁଖରିତ ପୁର ।ଅର୍ଦ୍ଧାନତା ଗଳେ ଚିତ୍ରଲେଖା ଦେଇ ମାଳ,ନ ହସି ସେ ହସି, କଥା ନ କହି ସେ କହିପାଦେ ଘୁଞ୍ଚି ପ୍ରଣମିଲା ପଦାଙ୍ଗୁଳେ ଚାହିଁ ।ଫେରି ବାସେ ଚିତ୍ରଲେଖା ଶୁଣିଲା, କେ ହସିକହିଲା ମଧୁର ଭାଷେ ତା ଗଣ୍ଡ ପରଶି ।କୁମାରୀ ତୁ, ଫୁଲମାଳା ଦେଲୁ ଆନ ଗଳେଦେଇଥିଲେ ଦେଇଥାନ୍ତୁ ସ୍ୱୟଂବର ବେଳେ ।ବୁଝି ନ ବୁଝିଲା ଭଳି ଗଲା ସେ ପଳାଇସେ ଦିନ ବିଦାୟ-ଗୀତ ଗୁଣୁଗୁଣୁ ଗାଇ ।ଫେରିଲେ ବିଦାୟ ଘେନି ଅଧ୍ୟାପକମଣିରହିଲା ମାନସପଟେ ମାଳା ଓ ଚାହାଣି ।ବିଦାୟରେ ଲେଖି ହେଲା ମିଳନର ଆଶାମୈାନ ମୁଖୁ କଳପିଲେ କେତେମନ୍ତେ ଭାଷା ।କିଛିଦିନ ଅନ୍ତେ - ଦିନେ ବାସର ମିଳନେବାସି ଫୁଲମାଳା ଏକ କାଢ଼ି ସଯତନେକହିଲେ - ‘‘ପଡ଼ିଛି ଏଥି ମୋ ଜୀବନରେଖା -ମୁହିଁ ଅଧ୍ୟାପକ, ତୁମେ ମୋର ଚିତ୍ରଲେଖା !’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ