ଦ୍ୱନ୍ଦ ସମାସ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୭୩
- ସ୍ଥିତି
- ସାର୍ବଜନୀନ (Public domain)
(ଶ୍ୟାମା ଓ ସୀମା = ଶ୍ୟାମାସୀମା)‘ଶ୍ୟାମା’ର ନାମ କିଏ ନ ଜାଣେ ?ବାଇକ୍ପାରେ ଚଢି,ବଜାରେ ଯେତେ ନଭେଲ୍ମିଳେସାରିଛି ସବୁ ପଢି ।ଗାଇ ସେ ପାରେ ସଭାରେ ଗୀତକହି ସେ ପାରେ ହସି;ଲପନେ ତାର ଲିପ୍ତ ସଦାସ୍ନିଗ୍ଧ କ୍ରିମ୍ମସୀ ।ଚାଲିଲେ ତାର ଅଞ୍ଚଳରେସମୀରେ ଖାଲି ଥରେ,ଲୋଚନ ତାର କି ଚଞ୍ଚଳବଚନ କହିପାରେ !ନାଆଁ ତା’ ‘ସୀମା’ ଭଗିନୀ ତାରବୟସେ ଅତି ସାନ,କଥା - କଥାକେ କରେ ସେ ଖାଲିଦାରୁଣ ଅଭିମାନ ।ତରଳ ତାର ବଚନ, ହାସ,ଚରଣ ତଳ ଗତି,ସଭା ସମିତି ସଂଘେ ନିତିସମୟ ଯାଏ ବିତି ।ଚାରିଟି ଆଖି ଦୁଇ ଚଷମାବଦନେ ସମାବେଶଦୁଇ ଭଗିନୀ ସମାନ ବେଣୀ,ସମାନ ବେଶବାସ ।ଭ୍ରମଣେ ଗଲେ ଭଗିନୀ ‘ଶ୍ୟାମା’;‘ସୀମା’ ତା ତୁଲେ ଚାଲେ,ସଂଗିନୀ ବା ସଙ୍ଗୀ ମେଳେଧୂମ୍ର ସଞ୍ଜବେଳେ ।ଯେ ପରିହାସ ଆଳାପ, ହାସ‘ଶ୍ୟାମା’ର ମୁଖୁ ଉଠେ,ନିଉନ ଲବେ ନୁହେଁ ତା କେବେ‘ସୀମା’ର ଓଷ୍ଠ ପୁଟେ ।ଉଠିଲା ଦିନେ ଦୁଇ ଭଗିନୀମରମ-ପାରାବାରେ,ଏକଇ ‘ଶଶି’ ଆକର୍ଷଣ-ଲହରୀ ମାଳେ ମାଳେ !ନାଆଁ ତା ‘ଶଶି’ ହସାଇ, ହସିଭସାଇଦିଏ ମନ,କଲେଜ-ବାସେ କରିଚି ସାତବରଷ ସମାପନ ।ଶୁଭ୍ର ବେଶ କୃଷ୍ଟ କେଶ,ବାଇକ୍ସଦା ଚଢ଼େ,ଧୂମ୍ର ଜାଲ ସୃଷ୍ଟି କରେକୁଞ୍ଚିତ ଅଧରେ ।ସଂଧ୍ୟା ନିତି ଧନ୍ୟ ହୁଏତାହାରି ବେହରଣେସିନେମା ତଳେ ତଟିନୀ ଧାରେ,ବିଜନ ଆଳାପନେ ।ସେ ଦିନ ଥିଲା ଡ଼ିସେମ୍ବର,ସେଦିନ ଥିଲା ଶୀତ;ମରମ ତଳ ଗରମେ ହେଲାଶୀତ ଯେ ପରାଜିତ !ସେ ପରିଚିତ ‘ଶଶି’ରେ ହେରିରହିଲା ‘ସୀମା’ ଦୂରେ‘ସୀମା’ରେ ଏଡ଼ି ଚାହିଁଲା ଶଶି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର