କବିତା ଓ କର୍ତ୍ତବ୍ୟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୦
- ସ୍ଥିତି
- ସାର୍ବଜନୀନ (Public domain)
ରଖି ଯେବେ ଶିର ମମ ପ୍ରିୟତମା କୋଳେସୁଖସ୍ୱପ୍ନ ଦେଖୁଥାଏଁ ପ୍ରେମାବେଶ ଭୋଳେଗଗନ କନକ ଗଡ଼ୁଁ କ୍ଷେପଇ ନୟନଧୂଳିଧୂସରିତ ନର ଚିର−ସମାଚ୍ଛନ୍ନକହେ, “ଭାଇ ଦିଅ ଯେବେ ଅଛି ଅନ୍ନଜଳଉପବାସେ ପ୍ରାଣ ମୋର ହେଉଛି ବିକଳ”;କଳ୍ପନା−ନନ୍ଦନ−ବନୁଁ ପ୍ରସୂନ ଚୟନବେଳେ, ଯେବେ ଦୁଃସ୍ଥ ପାନ୍ଥ କରେ ସମ୍ବୋଧନ“ଦୂରାଗତ ପ୍ରବାସୀ ମୁଁ, କହି ଦିଅ ଭାଇ,ହରାଇଛି ପଥ, କେଣେ ଯିବି ଜାଣେ ନାହିଁ”;ଆରୋହି ଭଦ୍ରତା−ଗର୍ବ−ଅହମିକା−ରଥେପରିଚ୍ଛନ୍ନ ହୋଇ ଯେବେ ଯାଉଥାଏଁ ପଥେଜନମଧ୍ୟେ ନିଃଶହାୟ ବୃଦ୍ଧ ଭାରବାହୀକହେ, “ମୋ ମୁଣ୍ଡକୁ ବୋଝ ଦେଇଯାଅ ଭାଇ”;ପ୍ରଭୁହେ ! କଲ୍ୟାଣ କର, କରେ ଯେହ୍ନେ ତାହାବିସୋରି ମୁହୂର୍ତ୍ତେ ମମ କଳପନା ମାୟା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ