ପତିତା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୦୮
- ସ୍ଥିତି
- ସାର୍ବଜନୀନ (Public domain)
ହେ ପତିତା, ହେ ସୁନ୍ଦରି, ହେ ଚିରଲାଞ୍ଛିତା,ନିଜ ପାଇଁ ନିଜ ହାତେ ଜାଳିଲ କି ଚିତାବିଶ୍ୱ ବଡ଼ଦାଣ୍ଡେ ? ଏ କି ତୁମରି କଳ୍ପନା ?ତୁମରି ଜୀବନକ୍ଷୁଧା, ପ୍ରେମ ଆରାଧନାକରିଲା କି ଏତେସରି ? ଭାଳେ ବସି ମନେ,ଉଦ୍ବେଳିତ ଯୌବନର ପ୍ରାରମ୍ଭ ଜୀବନେକି ସ୍ୱପ୍ନ ଦେଖିଲ ନାରୀ ? କି ରଙ୍ଗ ଅଧରେପରଶିଲା କିଏ ତବ ଏ ଅଧରଧାରେ ?ହୁ-ହୁ ଜଳେ ଏ ଯେ ଚିତା କି ଭୀଷଣ !ସେ ମଧ୍ୟେ ପାତିଛ ତୁମେ ଆପଣା ଆସନ !ନତମୁଖେ ଆଜି ତବ ଫୁଟେ ନାହିଁ ହାସ,ତୁଟି ତ ଯାଇଛି ଆଦ୍ୟ ଯଉବନ ପ୍ରାସ ।ତୁଟିବ ପଲକେ କାଲି ଜୀବନ କମ୍ପନ,ପୁଣ୍ୟ ଯଉବନର କି ଏହି ପରିଣାମ ?ଜାଣେ, ଜାଣେ ହେ ଲାଞ୍ଛିତା, ଜାଣେ ଅବହେଳେପଥ ଭୁଲେ ନାହିଁ ନାରୀ ଗଉରବେ ହେଲେ !ସୁନାର ସଂସାର ତାରେ ଟାଣେ, ଟାଣେ, ଟାଣେଅପମାନ ଅପବାଦ ଦୁର୍ଗମ ସଙ୍ଗମେ ।ବସନ ଭୁଲାଏ ତାରେ, ଭୁଲାଏ ବଚନ,ଭୁଲାଏ ଏ ପଥେ ପଥେ କ୍ଷିପ୍ତ ଯଉବନ ।ପାପ-ଅନ୍ଧକାର ଯେବେ ଆସେ ଘୋଟି ଘୋଟିଯୌବନ-ସାଗର-ତୀରେ, ତୁମେ ଗୋ ତହିଁଟିଭୁଲିବା ଆଗରୁ, ଭୁଲା ଦୀପ ସତେ ଆସେପାଛୋଟି ନେବାକୁ ତବ ଚରଣେ ବିଶ୍ୱାସେଦେଖାଇ ଆଲୋକ ? ଏ ଯେ ଅନ୍ଧାର ! ଅନ୍ଧାର !ନରକର ଦୀପ ସେ କି ? ଅତି ଭୟଙ୍କର !ଗଢ଼ିଲା ଯେ ପୁରୁଷ ଗୋ ସତୀ ଶାସ୍ତ୍ରକଥାସେ ଜାତି ସନ୍ତାନ ସତେ ବୁଝଇ କି ବ୍ୟଥା ?‘ଭୁଲିଲେ କି ପଥ ନାରୀ, ଭୁଲେ ନର ପଥ ?’କହନ୍ତି ସଂସାରୀ ଜନେ ଭାଲେ ଟେକି ହାତ ।ଏ କି ଭଗବାନ ! ଏ କି ଗଢ଼ିଲ ସଂସାର,ପାପ ସାରି ଫେରିପାରେ ଶତ ଲକ୍ଷ ନର–ଚରଣ ଏ ପଥେ ପଥେ ପୁଣ୍ୟ ଦେବାଳୟେ ।ନାରୀ ଭାଗ୍ୟେ ଏ କି କଥା ? ବିଷମ ସଂଶୟେପଡ଼ି ପୁଚ୍ଛେ, କହି କି ହେ ପାର ନାରାୟଣ,ଏ ରାଜ୍ୟେ ଏ ଭେଦବୃଦ୍ଧି କିଲାଗି ଭିଆଣ ?ମାନବ-ବୁଦ୍ଧିର ଏ କି ବିଷମ କଳ୍ପନା !କରିବାକୁ ନାରୀ ପଦରେଣୁ ଆରାଧନାଭୁଲାଇ, ଅନ୍ଧାରେ ଦୀପ ଜାଳି, ଅବଶେଷେଯାଏ ଫେରି ଗତି-ମୁକ୍ତି-ଭକ୍ତି ଅବକାଶେ !ଏ ସଂସାର ପରପାରେ ହୁଏ କି ବିଚାରନାରୀ ନର ପ୍ରେମ ପ୍ରୀତି, ଆହେ ବିଶ୍ୱେଶ୍ୱର !ନାରୀର ସାକ୍ଷୀଟି ନାରୀ, ନର ସାକ୍ଷୀ ନର ।ନର ଶାସ୍ତ୍ର କରେ ତା’ରେ ଦି’ରେ ଦି’ଗୁଣେ ପ୍ରଚାର !ନର ଦେବାଳୟ, ନର ମୁକ୍ତି, ଉପାସନା,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର