ମୋ ମାନସୀ
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୨
- ସ୍ଥିତି
- ସାର୍ବଜନୀନ (Public domain)
କାହିଁ କେଉଁ ଦୂରାତୀତ ସ୍ମୃତି-ସିନ୍ଧୁକୂଳେଆଜି ଗୋ କହୁଛ କଥା ! ବାଜି କର୍ଣ୍ଣମୂଳେରସସ୍ନିଗ୍ଧ ସେ ରାଗିଣୀ ଚମକାଏ ମନ ।ରୂପସୀ ଚନ୍ଦ୍ରିକା କୋଳେ ଦେଖେ କି ସପନଦୀନ କବି । ଜୀବନର ଗିରିଦୁର୍ଗପଥେଦୁର୍ଗ-ନିବାସିନୀ ତୁମେ; ପ୍ରଥମ ପ୍ରଭାତେଯୌବନର ତୁମ ତୁଲେ ପରିଚୟ ମୋର ।ଲାଗିଲା ସେ ଦିନ ପ୍ରାଣେ ସଂଗ୍ରାମ କି ଘୋର !କେ ହାରିଲା, ଜିଣିଲା କେ ନାହିଁ ହେଲା ବାରି,ଗଲ ତୁମେ ଘୁଞ୍ଚି ପଛେ, ମୁଁ ଆସିଲି ଭାରି ।ସେହି ଦିନୁ ଭାଳେ ଏବେ ସେ ସଂଗ୍ରାମ କଥାନିର୍ବସନା ବାସନା ମୋ ଦିଏ ପ୍ରାଣେ ବ୍ୟଥା ।ହେ ଦୂରବାସିନି, ଦୂରେ ରଚିଲ ସଂଗ୍ରାମମୁକ୍ତି ମୋର, ଅସ୍ତ୍ର ମୋର, ତୁମେ ମୋର ପ୍ରାଣ ।ତୁମ ବିନୁ ନାହିଁ ମୁହିଁ, ସ୍ମୃତି-ବିହାରିଣି !ତୁମରି ସ୍ମୃତିରେ ମୋର ଶ୍ୟାମଳା ଧରଣୀହସିଉଠେ ଫୁଲଫଳେ । ଜାଗେ ନେତ୍ରପଥେ,ଜାଗେ ପ୍ରତି ଲୋମକୂପେ, ଜଡ଼ ତ୍ରସ୍ତ ଚିତ୍ତେସଜୀବ ମାନସୀ ମୂର୍ତ୍ତି । ଅନାଏଁ ଚକିତେକାଳସିନ୍ଧୁକୋଳେ ଖେଳିଉଠେ ଅବିରତେଦିବସ ଯାମିନୀ କେତେ ଜୁଆର ପ୍ରକାରେ,ଫେନସ୍ନିଗ୍ଧ ଶିଖେ ତାର ତୁମ ରୂପ ଦୋଳେଭାଦ୍ର ନୀଳ ମହାକାଶ ତାରା ସମ ହସି ।ବହୁ ଦିନ ପରିଚୟ ମନେପଡ଼େ ଆସି ।ମାଧୁରୀ ମଦିରା ନଦୀ ଉପକୂଳେ ମୋରଜାଗ୍ରତ ଜୀବନତରୀ ଭରା ଯୌବନର,ତୁମରି କପୋଳେ ଧ୍ରୁବତାରା ଦେଖି ଦେଖିଲାଗିଥିଲା ଅତୀତର ଝଙ୍କାର ଉପେକ୍ଷି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ