ଜୀବନ ସପନ
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୧
- ସ୍ଥିତି
- ସାର୍ବଜନୀନ (Public domain)
ବିରଚିବା କୁଟୀର ଗୋ ପଲ୍ଲିପୁର ପଦେ,ତୁମ ତନୁ ରୂପବାସ, ତୁମରି ସମ୍ପଦେପାଲଟିବ ଉଆସ ଏ-ଦେଖିଲି ସପନଦିନେ ଛୁଇଁଯାଉଥିଲା ପ୍ରଭାତୀ ପବନକୁସୁମ ଅଧରଧାରେ । ପ୍ରାଚୀର ଉଢ଼ାଳେକେତେ କାଳ ଶ୍ୟାମ ଲତା ପଡ଼ି-ଉଠି ତଳେ,ରଚୁଥିଲା କୁଞ୍ଜପୁର କା’ ଆସିବା ପାଇଁନିତି ପ୍ରଭାତରେ ଫୁଲ୍ଲ ନେତ୍ରେ ପଥ ଚାହିଁ ।କନକ କିରଣେ ଛୁଇଁ ଦେବ ଦିବାକରକରୁଥିଲେ କନକିତ ଦୂର ମହୀଧର ।ଦୂର ଚକ୍ରବାଳେ ଶିବ ତୋଳି ଯୁଗ ଯୁଗକି ସାଧନେ ଥିଲେ ରତ ତାଳ ତରୁଯୁଗ ।ଭାଜିଲା ସପନ, ଦୂରେ ଉଡ଼ିଲା ମୋ ମନତୁମେ ମହାକାଶ, ତଳେ ମୁଁ ଯେ ବିହଙ୍ଗମ !ଦେଖିଲି, ଗଗନେ ଛୁଏଁ ମହା ଗିରିବର,କା’ ପରଶ ପାଇଁ ବୁକୁ ଫଟାଏ ମୁକୁଳ !କା’ ବୁକୁରେ କାନ ପାତି କହିବାକୁ କଥାଗୁଣୁଗୁଣୁ ଧାଏଁ ଅଳି ଗାଇ କିବା ବ୍ୟଥା !କା’ ତନୁ ପରଶ ବାସ ବହି ସମୀରଣପଥେ ଘାଟେ ପୁରେ ଜନେ କରେ ବିତରଣ !ଅକୁହା, ଅଛୁଆଁ ପୁଣି ରହି ଅଚୁମ୍ବିତଗଢ଼ିଛି ବିଦ୍ରୋହ ଘୋର ଏ ମୋ କ୍ଷୁଦ୍ର ଚିତ୍ତ !ଗଢ଼ିଥିଲା ବିଦ୍ରୋହ ଗୋ ସୃଷ୍ଟି ପ୍ରଭାତରେଦିନେ ଦୂର ନିର୍ଝରିଣୀ ଗିରି ପାଦତଳେଭେଟିବାକୁ ମହାସିନ୍ଧୁ । ଦିନେ ପୁଣି ପ୍ରିୟେ,ଯଉବନ ରଙ୍ଗଲୀଳା ପାଖୁଡ଼ା ପରାୟେଫୁଟାଇଲା କମଳିନୀ ଫୁଲରାଜ୍ୟରାଣୀ ।ସତେ କି ଏ ସପନେ ଗୋ ପାରିବି ମୁଁ ଜାଣି ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର