ପାପୀ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପାପୀ ଚାଲେ ପଥ ପ୍ରାୟ ପରିଚିତଧରଣୀ ତଳେଶିରେ ନୀଳ ନଭ ଝଲକି ଉଠଇକନକ ଜଳେ ।ଅଜଣା ପଥରେ ପଥ ବାଛି ନିଏନୟନ ପୋତି ।ଢଳ ଢଳ ଢଳ ଗଡ଼ିପଡ଼େ ଲୋଳଲୋତକ-ମୋତି,ଲୋତକ-ମୋତି;ଶେଷ ଭାନୁକର କନକ-ଜ୍ୟୋତିରେଖେଳେ କି ପ୍ରୀତି !ପାପୀ ଚାଲେ ଜନ ବିଷମ ନୟନଏଡ଼ାଇବାରେଧୂଳି ପଦତଳ, ଘର୍ମ-ବିକଳନଗରଧାରେ ।ସୁଦୂର ମଳୟ-ମୁଗ୍ଧ ମୁକୁଳଗହଳେ ହସେଗୁଞ୍ଜନ କରି ନିତି ବନଚାରୀମଧୁପ ଆସେ,ମଧୁପ ଆସେ;ପଥିକ ଜନର ବ୍ୟଥିତ ବଦନକମଳ ଆଶେ ।ପାପୀ ଚାଲେ ତା’ର ଅପମାନଭାରକପାଳେ ନିହିଅପବାଦ ତା’ର ସାରା ସଂସାରଦେବ କି ଦହି !ସୁବୋଧ ସୁଜନ ପୁରବାସୀ ଜନପୋତିଲେ ମଥା,ପଣ୍ଡିତ ଗଳେ ଉଠିଲା ଉଗାରିଧରମ କଥା ।ଖାଲି ତା କଥା -ପାପୀମନେ ଖାଲି ପଡ଼ିଲା ଉଛୁଳିମରମ ବ୍ୟଥା ।ପାପୀ ଗଲା ଦୂର ମନ୍ଦିରପଥେ,ଉଠିଲା ଡାକ,ଚମକିଲେ ଅବା ତେତିଶ କୋଟି ସେଦେବତାଯାକ ।ପୁରୋହିତ ପୁର କମ୍ପିତ କରିକହିଲା ଡାକିପାପୀ ପଦତଳେ ପାପ-ପଙ୍କ ଏରହିଛି ଲାଖି ।ରହିଛି ବାକି,ମନ୍ଦିରେ ଖାଲି ଥିଲେ ସେହି ମୂକଦେବତା ସାକ୍ଷୀ ।ସେ ପାପୀ-ଲୋଚନ ପଡ଼ିଲା ମୁକ୍ତି-ମଣ୍ଡପରେ,ପାଣିଯୁଗ ତା’ର ଯୁକ୍ତ କରିଲାଭକ୍ତିଭରେ !ସେ ପାପୀ ବଚନ କରତାଳ ତଳୁଆସିଲା ଫେରି,ସ୍ମୃତି ପରାଗର ମନୁ-ସଂହିତାଭେଦି ନ ପାରି,ଭେଦି ନ ପାରି ।ପାପୀ ସେ ରହିଲା, ନେତ୍ରୁ ବହିଲାତପ୍ତ ବାରି ।ପାପୀ କହେ ବାଣୀ ଆହୁରି କି ପାପରହିଲା ବାକିଦେବତା କି ହେଲେ ପାଷାଣ ଦେଉଳେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପାଷାଣ ସାକ୍ଷୀ !
ଲୋଚନୁ ରକତ ନିଗାଡ଼ିଲେ ଯେବେ
ନାହିଁ ମୁକତି,
ପତିତପାବନ ନାମତଳେ ଅବା
କାହିଁ’ଛି ଗତି ?
କାହିଁ ଛି ଗତି !
ମନ୍ଦିର-କାରା ଭିତରେ ବନ୍ଦୀ
ଧରମ ନୀତି !
[ରଚନାକାଳ-୧୯୨୪]
ଶୈଶବ-ସ୍ନେହ
ଯୁଗଳ ସୋଦର ସୋହାଗ-ଆକୁଳେ
ଶଇଶବ କାଳୁଁ ବନ୍ଧା ସେନେହେ
ତରୁ ଶ୍ୟାମଳିତ ପଲ୍ଲୀ ଆଶ୍ରମର
ପୁଣ୍ୟ ମଧୁମୟ ଶ୍ୟାମଳ ଶୋହେ ।
ଏକ ଜୀବନର ମରମ-ବାସନା
ଆନ ପ୍ରାଣେ ଖେଳେ ମଧୁ ପୁଲକେ
ସ୍ନେହ-ଲତିକାର ମୋହନ କଳିକା
ବିକଶିତ ସଦା ସତ୍ୟ ଆଲୋକେ ।
ହସିଗଲେ ବିଧୁ ନୀରଦ-ସୋପାନେ
ଦୂର ଅସ୍ତାଚଳ ଶ୍ୟାମଳ ଶିଖେ
ପୁଲକିଲା ଯେବେ ଜଗତ ଜୀବନ
ତରୁଣ ତପନ ହେମ-ମୟୂଖେ ।
ନିକୁଞ୍ଜ ନିଳୟେ ଉଭା ସେ ଯୁଗଳ
ସୋଦର ସୁଲଭ ବିଭବ ବହି
ସ୍ନେହ-ପାଟଳିତ ସରଳ କପୋଳେ
ଯାଉଥିଲା ଦୟା କି ରଙ୍ଗେ ବହି ।
କି ଲଭି ନ ଥିଲା ଶିଶୁ ହୃଦୟ ସେ
ଲଭିବାର ପୁଣି ଥିଲା ଆହୁରି
ଜନନୀ ସୋହାଗ ଜନକ ସେନେହ
ପ୍ରକୃତି-ଭବନ ବିଳାସୁଁ ବଳି ।
କୁସୁମ ବିକାଶେ ମିଳାଇ ଅନ୍ତରେ
ଶୁଣୁଥିଲେ ଭୃଙ୍ଗ ସଙ୍ଗୀତରାଜି,
ଏତେ ଦିନେ ପୁଣି ଶାବକଟିଏ ସେ
ପୁଲକ ଜୀବନେ ଭେଟିଲେ ଆଜି ।
ଦୂର ଅନ୍ତରୀକ୍ଷେ ଶିଶୁ ହୃଦୟ ସେ
ବାନ୍ଧିଦେଲେ ସ୍ନେହ-ବନ୍ଧନେ ଦୁହେଁ
ଖେଳିଗଲା କିବା ଗୋଦାବରୀ କୋଳେ
ବୀଚି ସହ୍ୟାଦ୍ରିରୁ ସାଗରଯାଏଁ ।
ପୀରତି-ପାଳିତ ଜୀବନ-ନିଧି ସେ
ଦଣ୍ଡେ ନ ଦେଖିଲେ ନ ଯାନ୍ତି କାହିଁ
ବିହଗ ପ୍ରାଣେ ଯା ଜୀବନହୁଁ ବଡ଼
ମଣନ୍ତି ଏତିକି ଆଶ୍ଚର୍ଯ୍ୟ ତହିଁ ।
ଯୁଗଳ ସ୍ନେହର ଅମୂଲ୍ୟ ପସରା
ରଖିଲେ ଯତନେ ଗମ୍ଭୀରି ଘରେ
କେତେ ମଧୁମୟୀ ଗୀତିକା ଖେଳଇ
ସେ ମଧୁ ହୃଦୟ-ପ୍ରୀତି-ମୁକୁରେ ।
ଅବସାନ ପ୍ରାୟ ବାସର ଯୌବନ
ଚଳୁଛନ୍ତି ରବି ବାରୁଣୀ-ବାସେ ।
ସରଳ ଚରଣେ ସରଣୀ-ତରଙ୍ଗେ
ଚାଲିଆସନ୍ତି କେ ପ୍ରାଣ ବିରସେ ।
ମିଶିଗଲାଣି ସେ କନକ ସୋହାଗ
ବିଷାଦିତ ଶୁଣୁ ଲୋତକଜଳେ
ଲୁଚିଗଲାଣି ରେ ପୀରତି ନଳିନୀ
ସରଗ-ପ୍ରଦୋଷ ସରସୀ କୋଳେ ।
ଥନଥନ କରି ନୟନ ଦୁଇ ସେ
କେତେ ରଙ୍ଗେ ଆଜି ବୁଲନ୍ତି ଘରେ
ଆକୁଳେ ଲୋଡ଼ନ୍ତି କେତେ ବା କାହାକୁ
ଚାହିଁ ନୀଳଘନେ ତରୁ ସମୀରେ ।
ଦେଖିଲେ ସେଠାବେ ଶାବକ ଶିରଟି
ବସିଛି ପାରୁଶେ ପୁଲକେ ମଣି
କି କହିବେ ଅବା ମରମବେଦନା
ଶତଧାରେ ହୃଦ ହୁଅଇ ହାଣି ।
ସ୍ନେହର ସମ୍ପଦ ସ୍ନେହରେ ମିଶିଲା
ଶିଶୁପ୍ରାଣେ ହେଲା କି ଅଭିନୟ
ଶିଶୁ ଜୀବନର ଆଦ୍ୟ ସନ୍ଥ ଏ ତ
ଜଗତ-ମଣ୍ଡପେ ମଧୁ ବିଷୟ ।
ନୟନ ଲୋତକ ନୟନେ ଶୁଖାଇ
ଯାପିଲେ ଦିବସ ସୋଦର-ପ୍ରେମେ
ଜଗନ୍ନାଥ ପଦେ ଶିଶୁ-ଶାବକର
ଆତ୍ମା-ସଦ୍ଗତି ମନାସି ମନେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ