ମଧୁବନ ଦେବତୀ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିନାଆଁ ହରିପୁର ଗାଆଁଟି ସୁନ୍ଦରତିନି କୋଡ଼ି କୋଶେ ଡାକୁଧନ-ଜନ-ଶୋହା- ସମ୍ପଦେ କାହିଁ ଲୋକି ଉପମା ଦେବା ତାକୁ ?ଦି’କୋଡ଼ି ଘର ସେ ଦି’କୋଡ଼ି ଉଆସକହନ୍ତି ବାଟୋଇ ଜନେଭୋକୀ ଶୋଷୀ କେବେ ଫେରିଯାଆନ୍ତି ଲୋଶୁଣିନାହିଁ କେହୁ କାନେ ।ହସରୋଳେ ପୁର ଫାଟିପଡୁଥାଏବାଳକ ବାଳିକା ମେଳେପଦ୍ମ-ପୋଖରୀରେ ପଦ୍ମ ଫୁଟେ ପୁଣିସକାଳ ଗାଧୁଆବେଳେ ।ଗାଁ କୁଳବୋହୂ କୁଳ-ଲକ୍ଷ୍ମୀକୁଳହାସ କଉତୁକ ଭରେଫୁଲ ତୋଳି ଫୁଲ ଫୁଟାଉଥାନ୍ତି ଲୋନିତି କେତେ ନଈକୂଳେ ।ଭେଣ୍ଡାଏ ମଣ୍ଡନ୍ତି ଦାଣ୍ଡପିଣ୍ଡା ଯେବେଦେଖି ସେ ସୁଢ଼ଳ ଠାଣି,ମନେହୁଏ ଅବା ପାଣ୍ଡବଭାଇ ଲୋବିହାର କରନ୍ତି ପୁଣି ।କ୍ଷେତ-ଲକ୍ଷ୍ମୀ ଯେବେ ଫେରନ୍ତି ସେ ଘରେଶୁଭେ ହୁଳହୁଳି ରବ,ଓଡ଼ିଶା ମୁଲକେ ଏଭଳି ଗାଆଁ ଲୋଶହକେ ଗୋଟିଏ ଥିବ ।ଗାଆଁ ମକଦ୍ଦମ ରଘୁ ରାଇଗୁରୁଗାଆଁକୁ ଜଣେ ସେ ଖାଲିତିନି ପୁଅ ତିନି ବୋହୂ ଧରି ସେ ଲୋଥିଲେ କେବେ ଘର କରି ।ଫାଟିପଡୁଥିଲା ଧାନର ଖମାର;ଗୁହାଳେ ଗୋଧନକୁଳ,ଢାଳିଦେଉଥିଲେ ସୁରଭି ପରାଏନିତି ନିତି କ୍ଷୀରଧାର ।କହିଲେ କି ହେବ; ହେଲେ ସବୁ ଥିଲା,ଘରର ଘରଣୀ ବୁଢ଼ୀଖରା ଉଠୁଁ ଖରା ବୁଡ଼ିବାଯାଏଁ ଲୋକରୁଥିଲା ଦାନ୍ତ ରଡ଼ି ।ତିନି ବୋହୂ ତୂଲେ ସେ ଘର ଦୁଲାଳୀବୁଢ଼ୀର ଏକଇ ଝିଅ,ସତର ବରଷେ ବିଧବା ହୋଇ ସେକାନିରେ ପୋଛଇ ଲୁହ ।ବୋହୂଙ୍କ ଉପରେ ବୁଢ଼ୀର ଭର୍ତ୍ସନାକିଏ ସେ ପାରିବ ଲେଖି,ସବୁ ସହୁଥାନ୍ତି ତିନି ବୋହୂଯାକମୁହଁକୁ ତଳକୁ ରଖି ।ଦୁଲାଳୀ ଝିଅ ସେ ବାଘୁଣୀ ପରାଏପଦକେ ପଦକେ ହାଣେବୋଉ ପଟି ଧରି ବୋହୂଙ୍କୁ ଯେତେ ସେପୀଡ଼ଇ କିଏ ତା ଜାଣେ ?ଜଳନ୍ତା ଚୁଲିରେ ବିରାଡ଼ି ପୂରାଇବୋହୂ ନାଏଁ ଦିଏ ବୋଳି,ବୁଢ଼ୀ ଭାତେ ଭରି ଅଡୁଆ ବାଳ ଲୋତୁଚ୍ଛାରେ ଉଠାଏ କଳି ।ତେଲ ଇଡ଼ି ନିଜେ କାନ୍ଦି କହେ, ବୋଉ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସାରିଦେଲା ସାନବୋହୂ
କାଲି ପରା ଏଇ ପୋଡ଼ାମୁହୀଁଟା ଲୋ
ଢାଳିଲା ଅଡ଼ାକ ମହୁ ।
ଓଳିଆ ଘରକୁ ଅଳିଆ କରି ସେ
ଭାଇଙ୍କି ଦେଖାଏ ଡାକି
ତିଅଣେ ପକାଇ ଲୁଣ ମୁଠା ମୁଠା
ମୁହଁକୁ ବଙ୍କାଏ ଚାଖି ।
ନିତି ଲୁଗା ଚିରି କଳି ସେ ଲଗାଏ
ଏ ନାଆଁ ସେ ନାଆଁ ଧରି,
ରାଇଗୁରୁ ଘରେ ଦିନେ ନଅ ଥର
ଲାଗୁଥାଏ ଖାଲି କଳି ।
ଦିନେହେଲେ ବୁଢ଼ୀ କହଇ ନାଇଁ ତ
ଝିଅର ଦୁର୍ଗୁଣମାନ,
ବୋହୂକୁ ଧିକାରି ବୋହୂ ବାପଘରେ
ବରଷଇ ଗାଳି-ବାଣ ।
ସେ କଥା ଶୁଣିଲେ ପଥର ତରଳେ,
ତାତିଲା ଖଡ଼ିକା ଧରି
ଝିଅ ଲାଛିଦେଇ ଆପଣା ପିଠିରେ
ଆପଣେ ପକାଏ ହୁରି ।
ନିଜେ ଝୁଣ୍ଟିପଡ଼ି ପରେ ସେ ଉଡ଼ାଏ
ଉଠି କହେ କାନ୍ଦି କାନ୍ଦି-
ମଝିଆଁ ବୋହୂର ଏଡ଼ିକି ରାଗ ଲୋ
ଗୋଡ଼ ମୋର ଦେଲା ଛନ୍ଦି ।
ତିନି ବୋହୂଯାକ ତିନି ଲକ୍ଷ୍ମୀ, ସେ ତ
ସବୁ ସହୁଥାନ୍ତି ରହି
କାଳେ ସାନବୋହୂ ଲବଣିପିତୁଳୀ
ନ ପାରିଲା ଦୁଃଖ ସହି ।
ଛ’ ମାସେ ଶୁଖଇ ନାହିଁ ପୋଡ଼ା ଘୋଆ
ମୁଣ୍ଡେ ବାଳ ଭୁତୁଭୁତୁ
ନୁଖୁରା ଗାଧୋଇ ଦେହରେ ସତେ କି
ଫୁଟିଥିଲା ଧଳା ଛତୁ ।
ଓଳିଏ ଖାଇ ସେ ଓଳିଏ ଶୁଅଇ
ଆପଣା କପାଳ ଠୁକି
ବର ବୋଲି ଯା’ର ହାତ ଧରିଛି ଲୋ
ନ କହେ ଦିନେ ସେ ଡାକି ।
ଆଖିରୁ ଶୁଖିଲା ଲୁହଧାର ତାର,
ସୋରେ ହୋଇଗଲା ଛାଇ
ତେବେ ହେଲେ ଶାଶୁ ନଣନ୍ଦ ଜାଳାରୁ
ନିସ୍ତାର ମିଳିଲାନାଇଁ ।
ଡାକିଲା କେତେ ସେ ପ୍ରଭୁ ଜଗନ୍ନାଥେ
ଅନ୍ଧାରେ ଉଠାଇ ହାତ
ଗାଁ ବରଗଛ ଠାକୁରେ କଲା ସେ
କେତେମନ୍ତେ ପ୍ରଣିପାତ ।
ପିଲାଟି ଦିନରୁ ନନା ବୋଲି ଥରେ
ଡାକି ସେ ନଥିଲା କେବେ,
ମାଆକୁ ସୁମରି ଢାଳିଲା ଲୁହ ସେ
କେହି ନ ଶୁଣିଲେ ଲବେ ।
ଚାହିଁ ଚାହିଁ ଭାଇ ନ ଆସିଲା ଘରେ
ବୁଜୁଳା କାନ୍ଧରେ ବୋହି,
ଦୋଳ ପୁନିଅଁଠୁଁ ସାବିତ୍ରୀ ଉଆଁସ
ଦେଖୁ ଦେଖୁ ଗଲା ବହି ।
ଆଷାଢ଼ ପଶନ୍ତି ବରଷା ଅଇଲା
ଚାରିଦିଗୁ ମେଘ ଘୋଟି,
ଗାଆଁ ବିଲ ବାଡ଼ି ପାଣି ଉଛୁଳିଲା,
କ୍ଷେତରେ ଶୁଭିଲା ପାଟି ।
ହେଲେ, ସାନବୋହୂ ପାଟି ନ ଶୁଭିଲା
ତୋଟି ନ ଫିଟିଲା ଆଉ,
ଶାଶୁଏ କହନ୍ତି ‘ମରିବ ସେଉଟା’,
ନଣନ୍ଦ ବୋଲଇ ‘ଯାଉ’ ।
ସେଦିନ ବରଷା କହି ହେବାନାଇଁ,
ମେଘ ବା ପଡ଼ିଲା ଛିଡ଼ି,
ଫାଟିଗଲା ଅବା ଆକାଶ ଛାତି ଲୋ,
ଗରଜିଲା ଘଡ଼ଘଡ଼ି ।
ବିଜୁଳି ମାଇଲା, ପବନ ବହିଲା,
ଅଥିର ହୋଇଲେ ଗଛେ
ହେଲେ ରାଇଗୁରୁ ବାଡ଼ିଆଡ଼େ ବସି
ଦେବତୀ କେ ଲୁହ ପୋଛେ ?
ବିଜୁଳି ଆଲୁଏ ମୁହଁ ଦିଶେ ଫୁଟି,
ଉପରେ ନିବେଶି ଆଖି
ଅଳପ ମେଲାଇ କଅଁଳ ଅଧର
ଦେଲା ବା ସେ ଥରେ ଡାକି ।
ସେ ଡାକି ମିଶିଲା ଗଗନତଳେ ଲୋ,
ସେ ରୂପ ଲୁଚିଲା କାହିଁ,
ସକାଳେ ପଡ଼ିଲା ହରିପୁର ଗାଆଁ
ଗୋଟାକରେ ହଇଚଇ ।
ବୋହୂ କାହିଁ ଗଲା କହିଲା ନଣନ୍ଦ
‘ଏଡ଼ିକି ନିଲଜ୍ଜୀ ସତେ’;
ବୁଢ଼ୀ କହେ, ‘ସତେ ମରିବାକୁ ଥିଲା,
ଲୋକହସା କରି ମୋତେ !’
ସାଇରେ ମାଇପେ ମୁହଁକୁ ପୋତିଲେ,
କିଏ ବା ପୋଛିଲା ଲୁହ,
ଜାଣିବା ଲୋକର ମନ କି ରହଇ,
କିମିତି ସମ୍ଭାଳେ ଦେହ ?
ବେଳ ପହରକୁ ଖବର ରଟିଲା,
ତାଟକା ହୋଇଲେ ଲୋକେ -
ରାଇଗୁରୁ ଘର ସାନବୋହୂ ରମା
ଦଉଡ଼ି ଦେଇଚି ବେକେ ।
ମଧୁବନ ତୋଟା ଭାଜି ତ ପଡ଼ିଲା
ଲୋକଗହଳରେ ତହିଁ,
‘ଅନ୍ଧାର ରାତିରେ କଲା କି ସାହସ’ -
ଲୋକେ ହେଲେ କୁହାକୁହି ।
ସେ ଦିନୁ ଗଲାଣି କେତେ ଯେ ବରଷ,
କେତେ ଯେ ଗଲେଣି ଲୋକ,
କି ହେବ ଭାଳିଲେ ଗଲା ସେ କାହାଣୀ ?
କଥା ଅଛି କାଳଯାକ ।
ହରିପୁର ଗାଆଁ ମଧୁବନ ତୋଟା
ମଝିରେ ମଣ୍ଡପ କରି,
ଗାଆଁ ମାଇପିଏ ଲିପି ଆସନ୍ତି ଲୋ
ଦେଇ ଏବେ ହୁଳହୁଳି ।
ଖିରିଖେଚେଡ଼ିରେ ପୂଜି ଆସୁଛନ୍ତି
ବରଷକେ ବାରଥର,
କହୁଛନ୍ତି; ଏ ଯେ ଗ୍ରାମଦେବତୀ ଲୋ
ଝିଅ-ଶାଶୁ-ବୋହୂଙ୍କର ।
ଶାଶୁ ପୀଡ଼ା ଦେଲେ ଏ ଦିଅଁ ବୁଝନ୍ତି
ଶାଶୁଙ୍କୁ ମାରନ୍ତି ଘାରି,
ନଣନ୍ଦ ଉଝଟ- ପଣିଆ ଦେଖିଲେ
ବେକରେ ବସନ୍ତି ମାଡ଼ି ।
ସେଇ ଦିନୁ ଏବେ ହରିପୁର ପରି
ଏଡ଼େ ବଡ଼ ଗାଆଁଟାରେ,
ଶାଶୁ ନଣନ୍ଦର ପୀଡ଼ା ଆଉ ନାଇଁ
ଜଣେ ତ ବୋହୂ ନ ମରେ ।
ସହିଦିନୁ ନାଆଁ ପତାକା ଉଡୁଛି
‘ମଧୁବନ ଠାକୁରାଣୀ’,
ମଧୁବନ ଦିଅଁ ବୋହୂଏ ପୂଜନ୍ତି,
ପଆନ୍ତି ସରାଗ ପୁଣି ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ