ଉଦ୍ବୋଧନ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୩
- ସ୍ଥିତି
- ସାର୍ବଜନୀନ (Public domain)
ଉଠ ଭାଇ ସରବେ ଅଭିନବ ବଳେ ମାତି । ଧ୍ରୁବ ।ଦେଇ ପ୍ରାଣ ଧନ ମାନ ରଖ ସେ ପୂରୁବ ମାନଉଠୁ ହେ ନବପ୍ରାଣ, ନବ ତେଜ ବୀର୍ଯ୍ୟେ ଭାତି ।ପଡ଼ିଛି ନବ ସୁଯୋଗ ପଡ଼ିଛି ମାହେନ୍ଦ୍ର ଯୋଗଫୁଟୁ ସେ କମଳିନୀ ପାଇ ଅଭିନବ ଜ୍ୟୋତି ।ହସୁଛି ଦେଖ ଗଗନ ବିମଳ ତାରାମଣ୍ଡନଘୋଷୁଛି ମହାନନ୍ଦେ ଆଜି ନଭ ବିଶ୍ୱପତି ।ବସି ନବ କିଶଳୟେ ପରଭୃତ ରସେ ଗାଏନିର୍ଝର-ଝର-ଶବଦ ହୃଦେ ହୃଦେ ଉଠେ ଭାତି ।ଜାଗୁ ଆହେ ନବ ପ୍ରାଣ ରହୁ ହେ ଏକତା ଧ୍ୟାନଏକମନେ ଏକପ୍ରାଣେ ଚିନ୍ତ ସଦା ଦେଶୋନ୍ନତି ।କରି ଆଲିଙ୍ଗନ କରେ ସମାଦରେ ପରସ୍ପରେଉଠ ହେ ସୋଦରେ ଆଜି ପାହିଲାଣି ଅମାରାତି ।ଫାଟୁଛି ନବ ସିନ୍ଦୂରା କରିଣ ଦୀର୍ଣ୍ଣ କନ୍ଦରାବହେ ଏକତା-ସ୍ରୋତ କଳସ୍ୱରେ ଦିନରାତି ।ପୋଷ ସେହି ଐକ୍ୟଭାବ ଉଠୁ ସେହି ମହାଭାବବହୁ ନବୀନ ମଳୟ ବିଭୁପଦେ ଏ ଆରତି ।[ରଚନାକାଳ-୧୯୧୬]ତୁମରି ବେଦନା ତଳେଦୁଆରେ ଏ କିଏ ଡାକୁଛି ଶୀର୍ଣ୍ଣ-ଶୀତ !ନୀରବ ଏ ତବ କ୍ଳାନ୍ତ ପୀଠରେ ବାଜିନାହିଁ ଇଙ୍ଗିତ ?ତବ ସମାଧିର ନବ ନୀରାଜନା ଅର୍ଘ୍ୟ ଥାଳିଟି ଧରିତୁମରି ବୁକେ ଏ ନବ ବସନ୍ତ ଚକିତେ ଉଠିଛି ଥରି ।ତବ ବେଦନାର ରକ୍ତଲେଖାଟି ଘେନି ମଧୁ କିଶଳୟେଦୀପ୍ତ ସେ ତା’ର ଅନ୍ତରଗୋଟି ଫେଇଦିଏ ନିର୍ଭୟେ ।ବିଶ୍ୱ ଦୁଲାଳ-ବିଦ୍ରୋହୀ ସୁତ ଆସିଛି ତୁମରି ଘରେ,ତୁମରି ଏ ବନେ, ତୁମରି ଦୁଆରେ, ତୁମରି କୁଞ୍ଜତଳେ,ତୁମରି ନଦୀ ଶୀର୍ଣ୍ଣ ତଟ ଜୀର୍ଣ୍ଣ-ବକୁଳ ବନ;ନୀରବ ଯହିଁ ଜୀବନ-ଯନ୍ତ୍ର, ରଚିବ ସେ ଆଶ୍ରମ ।ବିଦ୍ରୋହୀ ସେ, ମାନିବ ନାହିଁ ଜଗତ ବନ୍ଧରାଶି,ତବ ତପ-କ୍ଳିଷ୍ଟ ପ୍ରାଣେ ଯିବ ସେ ଗର୍ବେ ଭାସି ।ବିଦ୍ରୋହୀ ସେ ଯୌବନ ସେ ଚାହଁ ଚାହଁ ବୈରାଗୀଶ୍ମଶାନେ ଆଜି ବାଡ଼ବ ସିଦ୍ଧି ବିଶ୍ୱ-ଜୀବନ ଲାଗି ।ଉନ୍ମାଦ ସେ - ଉନ୍ମୁଖ ସେ - ଦିଅ ଅଭିନନ୍ଦନ;ଆଗମନେ ତା’ର କପୋଳେ ଫୁଟେ କୁଙ୍କୁମ ଚନ୍ଦନ !ସେ ବୁକୁ ତା’ର ବିଶାଳ ବିଶ୍ୱ ତବ ବୁକେ ଯିବ ଫୁଟିଦିଶିବ ମରଣ-କ୍ଳାନ୍ତ ଭାଲେ ଯୌବନ ପରିପାଟୀ ।ଏତେଦିନ ଚିରଲାଞ୍ଛିତ ତବ କୋଳେ ପଡ଼ିଥିଲେ ଶୋଇବିଦ୍ରୋହୀ ନେତା ଆସିଛି ହେ ତା’ର ବିଶ୍ୱମୁକ୍ତି ପାଇଁ ।ଆଶିଷମୟ ପରଶ ତା’ର, ଜୀବନମୟ ବକ୍ଷେ,ନଚାଇଦେବ ଜଗତସାରା ମଧୁର ତା’ର ଲକ୍ଷେ ।ବାଇବ ମୂକ କୋକିଳ ମୁଖେ ବିଶ୍ୱ-ଚମକ-ଗାନମଦିର ହସେ କରିବ ତା’ର ଗାଣ୍ଡିବ ସନ୍ଧାନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର