ପାପକ୍ଷୟ ଘାଟ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
ଏହି ସେହି ସୁପବିତ୍ର ପାପକ୍ଷୟ ଘାଟ,ଗଜପତିଙ୍କର ଯହିଁ ହେଲା ପାପକ୍ଷୟ,ନିଷ୍କଣ୍ଟକ ହୋଇଗଲା ସ୍ୱରଗର ବାଟ,ମହାବ୍ୟାଧି ମୁଞ୍ଚି ରାଜା ହେଲେ ନିରାମୟ ।ବହୁଛି ନିର୍ମଳ ଜଳ ତଟର ନିକଟ,ଦେଖିଲାମାତ୍ରକେ ଲୋକନେତ୍ର ପାପ ହରେ,ନିମଜ୍ଜିତ ହେଲେ ସୁଖ ଶାନ୍ତି ଲଭେ ଘଟପବିତ୍ର ପ୍ରସାଦରାଶି ଜୀବନରେ ଭରେ ।କରିଛନ୍ତି ଚୂନଲିପ୍ତ ପାଷାଣ-ସୋପାନଗିରିଧାରୀ ଗିରିଧାରୀ-ପଦାବ୍ଜ-ଭ୍ରମର,ବିସର୍ଜିଲେ ବଦରିକା ଆଶ୍ରମରେ ପ୍ରାଣ,ନାମ ତାଙ୍କ ଏହିଠାରେ ହୋଇଛି ଅମରସୁଶୀତଳ ତଟ-ବଟ-ଛାୟା ମନୋରମ,ମନ୍ଦ ଗନ୍ଧବହ ସହ ଦୂର କରେ ଶ୍ରମ ।[୧୯.୧୧.୧୯୧୦ ସମ୍ବଲପୁର ହିତୈଷିଣୀ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର