ବୁଢ଼ାରାଜା
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୭
- ସ୍ଥିତି
- ସାର୍ବଜନୀନ (Public domain)
ଦେଉଳ କୀରୀଟ-ଶିରେ ବିଜେ ବୁଢ଼ାରଜା,ବିବିଧ କୁସୁମପୁଞ୍ଜେ ମଞ୍ଜି ଅପଘନ,କୋହ୍ଳ ସୀମନ୍ତିନୀଙ୍କର ଚାହିଁ ନୃତ୍ୟମଜାତରୁ ଲୋମ ପୁଲକାଇ ମଜ୍ଜାଇଛ ମନ ।ନିତି ନିତି ରେଳ ଆରୁ ଖଟୁଅଛି ପାଦେବଜାଇ ବାଜଣା ଉଭା ହୋଇ ସିଂହଦ୍ୱାରେ,ରଞ୍ଜୁଛି ମାନସ ତୁମ୍ଭ ରମ୍ୟ ଶଙ୍ଖନାଦେ,ନାଦସ୍ରୋତ ପଡ଼େ ଯାଇ ହୃଦୟ-କେଦାରେ ।ଦେଖିନେଲ ପ୍ରଥମରେ ଚୌହାଣଙ୍କ ଲୀଳା,ସହିଲ ମର୍ହଟ୍ଟାଙ୍କର ଦୁର୍ନୀତିନିଚୟ,ଦେଖିଲ ସୁନ୍ଦର ଯୋଗେ ଯେ କାଣ୍ଡ ଚଳିଲା,ଦେଖୁଅଛ ଇଂରେଜଙ୍କ ରମ୍ୟ ଅଭିନୟ ।ମାଡ଼ି ବସିଅଛ ମହୀ ମହା ସିଂହାସନ,ତୁମ୍ଭ ଅଭିଷେକ କରେ ଜୀମୂତବାହନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର