ବାଳ ପାଦପ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
କି କୋମଳ ମନୋହର ଚିକ୍କଣ ଉଜ୍ଜ୍ୱଳ,ମହୀମାତୃକୋଳ-ଶୋଭୀ ବାଳ ତରୁମାନ,ଅଖଣ୍ଡିତ କିଶଳୟ ବର୍ତ୍ତୃଳ ସରଳଦିଶେ ଦରହାସାଞ୍ଚିତ ଅଧର ସମାନ ।ନୟନେ ମଖାଇ ଦିଏ ପୀରତି-କଜ୍ଜ୍ୱଳ,ପଦ୍ମରାଗ ମରକତ ବିଜୟ ବରଣ,ସିକ୍ତ କରେ ମାନସକୁ ସିଞ୍ଚି ମୁଦ-ଜଳ,ଲଭିଲେ ନବୀନ ରବି କନକକିରଣ ।ହଲୁଥିଲେ ପବନରେ ଦିଶି ଝଲମଲ,ଶୋକ-ସିନ୍ଧୁ ସୃଜି କୋଳେ ଲହରୀନର୍ତ୍ତନ,ହିମବିନ୍ଦୁ ମଧୁମୟ ତା’ ବିମଳ ଦଳ,ମଧୁମୟ କରିଦିଏ ସହୃଦୟ ମନ ।ଧନ୍ୟ ତା’ର ଶିଳ୍ପକର ଶିଳ୍ପ କଉଶଳ,ପୁନର୍ଦ୍ଧନ୍ୟ ଯେ ଗଢ଼ିଛି ନୟନଯୁଗଳ ।[୧୦ । ୧୨ । ୧୦, ‘ସମ୍ୱଲପୁର ହିତୈଷିଣୀ’]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର