ନାରୀ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପି“Here woman reigns; the mother, daughter, wife,Strews with fresh flowers the narrow way of life,In the clear heaven of her delightful eye,An angel guard of loves and graces lie,Around her knees domestic duties meet,And fireside pleasures gambol at her feet.”—Montgomery.ଅୟି ନାରି ! ଆଦିଶକ୍ତି ସଂସାରକାରଣ,ଭୂତଧାତ୍ରି ଜନନି ଗୋ ଜୀବର ଜୀବନ ।ଜଗତଜନନୀ ମା ଗୋ ନିଖିଳ ସସ୍ଥିତି,ତୋ ବିହୁନେ ସଂସାରର ନାହିଁ ସୃଷ୍ଟି ସ୍ଥିତି ।ସୃଜନ, ପାଳନ, ଲୟ ତବ ପୂତ କୋଳେ,ଜନମେ ତୋ ଅଙ୍କେ ଜୀବ କ୍ରନ୍ଦନର ରୋଳେ ।ସୁଧାସମ ଦୁଗ୍ଧଦାନେ ପାଳ ତାର ପ୍ରାଣ,ସେ ଦୁଗ୍ଧ ସଙ୍ଗତେ ଦିଅ ମହାଦୀକ୍ଷା ଦାନ;—“ଏହିରୂପେ ସନ୍ତାନ ରେ ଏ ବିଶ୍ୱ ଭୁବନ,ପାଳି କର ଏ ଦୁର୍ଲ୍ଲଭ ଜୀବନ ଯାପନ ।”ସସ୍ନେହେ ସନ୍ତାନଗଣ୍ଡେ ଦେଇଣ ଚୁମ୍ବନ,ପ୍ରଚାର ଗୋ ଆଦିମାତଃ ପବିତ୍ର ବଚନ;—“ଏହିରୂପେ ଆରେ ଶିଶୁ ବିପୁଳ ଧରିତ୍ରୀଏକୀଭୂତ କର ଦେଇ ସ୍ନେହ, ଭକ୍ତି, ପ୍ରୀତି ।”ନେନ୍ତ୍ର ହସ୍ତ ଠାରି କହି ଆଦର ବଚନ,ଅକ୍ଷୟ ଜ୍ଞାନର ଦ୍ୱାର କର ଉଦ୍ଘାଟନ ।“ଅନନ୍ତ ବିସୁତ ଏ ଯେ ଜ୍ଞାନ–ପାରାବାର,ମନ୍ଥି ଜ୍ଞାନରତ୍ନ ସୁତ କର ରେ ଉଦ୍ଧାର ।”ଯେଉଁ ଜ୍ଞାନ–ଭକ୍ତି–ପୁଣ୍ୟ–ବୀଜକୁ ବପନକର ଶିଶୁପ୍ରାଣକ୍ଷେତ୍ରେ, ତହିଁରୁ ଉତ୍ପନ୍ନବିରାଟ ଚରିତ୍ର–ବୃକ୍ଷ, ଯହିଁ ପ୍ରାଣିଗଣକରନ୍ତି ତା ଛାୟାତଳେ ତା ଫଳ ଭକ୍ଷଣ ।ପୀୟୁଷପ୍ରତିମ ସେହି ଫଳ ଖାଇ ଜନେଆନନ୍ଦରେ ପଥ ଯାନ୍ତି ଘୋର ଭବବନେ ।ଯେବେ ପାପକାଳକୂଟ ଢାଳିଦିଅ ମନେ,ସେ ବିଷ ନ ଝଡ଼େ ଆଉ ସନ୍ତାନ ଜୀବନେ ।ରୋଗ ମୃତ୍ୟୁ ପାପ ତାପ ହସ୍ତୁଁ କୋଟିବାର,ନିଶି ଜାଗି ଜୀବେ ମାତଃ କର ଗୋ ଉଦ୍ଧାର ।ଅନ୍ତିମ ମୁହୂର୍ତ୍ତେ କରି ସେ ଅଙ୍କେ ଶୟନକରେ ପ୍ରାଣୀ ଦେବି, ଶେଷେ ନେନ୍ତ୍ର ନିମୀଲନ ।ଦିଅ କୌଶଲ୍ୟା, ସୁମିତ୍ରା, ସୁଭଦ୍ରାଙ୍କ ପରି,ପୁତ୍ର ଶ୍ରୀରାମ, ଲକ୍ଷ୍ମଣ, ଅଭିମନ୍ୟୁ ସରି ।ନରର ଅର୍ଦ୍ଧାଙ୍ଗଭୂତା ରମଣୀ ସୁନ୍ଦରୀ,ହୁଅ ତା ସହଧର୍ମିଣୀ ତା ପ୍ରେୟ ଆଚରି ।ଗୃହଲକ୍ଷ୍ମୀ ହେ ଅଙ୍ଗନା ଦେବୀ ଅନ୍ନପୂର୍ଣ୍ଣାଅପନୋଦ ମାନବର ଘୋର କ୍ଷୁଧା ତୃଷ୍ଣା ।ତୋ ନୟନବିଭା ଯହିଁ ପତିତ ଅବଳା,
ସ୍ୱର୍ଗଲକ୍ଷ୍ମୀ ଖେଳେ ତହିଁ ଘେନି ଷୋଳକଳା ।
ତୋ କଟାକ୍ଷ ଲାଭ ଆଶେ ପ୍ରେମମୟୀ ନାରି,
ହୁଏ ଭୀରୁ କାପୁରୁଷ ବୀର ଧନୁର୍ଦ୍ଧାରୀ ।
ଯୁଗେ ଯୁଗେ ଦେଶେ ଦେଶେ ନାରୀ ପତିବ୍ରତା,
ଜନମି ପ୍ରଚାର ବିଶ୍ୱେ ପ୍ରେମ ପବିତ୍ରତା ।
ତବ ପ୍ରେମେ ହୁଏ ମାତଃ ପ୍ରାଣିର ଉତ୍ପତ୍ତି,
ତବ ପ୍ରେମେ ହୁଏ ଭବେ ଜୀବର ସଂସ୍ଥିତି ।
ଲକ୍ଷ୍ମୀରୂପେ ବିଷ୍ଣୁପତ୍ନୀ କ୍ଷୀରସିନ୍ଧୁଜଳେ,
ଚରଣ ମାଞ୍ଚଳ ବସି ପତିପଦତଳେ ।
ସତୀରୂପେ ଦକ୍ଷଯଜ୍ଞେ ଶିବ–ଅପମାନ
ନ ସହି ବହ୍ନିରେ ଦେଲ ତନୁ ବିସର୍ଜନ ।
ଗିରିରାଜ–ଗୃହେ ପୁଣି ପାର୍ବତୀ ସୁନ୍ଦରୀ
ପ୍ରତ୍ୟାଖ୍ୟାତା ହେଲ ତପୀ ଶଙ୍କରଙ୍କୁ ବରି ।
ଅଦ୍ଭୁତ ତପଶ୍ଚରଣ କଲ ପ୍ରେମଶାଳା,
ସେ ଅପୂର୍ବ ତପେ ଶିବ–ଆସନ ଟଳିଲା ।
ହର–ଅଙ୍କେ ରହି ଗୌରୀ ଅର୍ଦ୍ଧାଙ୍ଗରୂପରେ
ପ୍ରୀତିର ଗରିମା ପ୍ରଚାରୁଚ୍ଛ ଜଗତରେ ।
ସାବିତ୍ରୀରୂପରେ ସତ୍ୟେ ସତ୍ୟବାନ–ନାରୀ
ପାତିବ୍ରତ୍ୟ–ଧର୍ମ ଗଲ ମହୀରେ ପ୍ରଚାରି ।
ଯେ ସତୀତ୍ୱେ ନିଜେ ଯମ ହୋଇ ଲଣ୍ଡଭଣ୍ଡ
କଲେ ପ୍ରତ୍ୟାଖ୍ୟାନ ମହାଭୀମ କାଳଦଣ୍ଡ ।
ସତ୍ୟଯୁଗେ ନଳପ୍ରାଣା ଦମୟନ୍ତୀ ସତୀ
ପତିସଙ୍ଗେ ଘୋର ବନେ କଲ ଗୋ ବସତି ।
ତେଜୁଁ ସ୍ୱାମୀ ଆକ୍ରମିଲା ବର୍ବ୍ବର ଶବର,
ସାଧ୍ୱୀ–ଦର୍ପେ ସେ ଲମ୍ପିଟେ କଲ ଜରଜର ।
ତ୍ରେତା ଯୁଗେ ରାଜ–ଋଷି ଜନକ–ଭବନେ
ଜନ୍ମିଲ ଜାନକୀରୂପେ ଅତୁଳ ଲାବଣ୍ୟେ ।
ପତି ସଙ୍ଗେ ରଘୁବଧୂ ଭ୍ରମିଣ କାନନେ
ପ୍ରୀତି–ଜୟ–ବାନା ଉଡ଼ାଇଲ ତ୍ରିଭୁବନେ ।
ପଞ୍ଚବଟୀ ବନୁ ଲଙ୍କାନରେଶ ରାବଣ
ହରି ନେଇ ଦେଖାଇଲା ଭୟ ପ୍ରଲୋଭନ ।
ସେ ସକଳେ ତୁଚ୍ଛ କରି ଶ୍ରୀରାମ–ବନୀତା,
ସୁରନରେ କରାଇଲ ସତୀତ୍ୱେ ବନ୍ଦିତା ।
ବଶିଷ୍ଠସହଧର୍ମିଣୀ ଅରୁନ୍ଧତୀ ନାରୀ
ପାତିର୍ବତ୍ୟ–ଧର୍ମ ଗଲ ମହୀରେ ପ୍ରଚାରି ।
ଦ୍ୱାପରେ ହସ୍ତିନା–ରାଣୀ ସୁଶୀଳା ଗାନ୍ଧାରୀ
ଅନ୍ଧ ସ୍ୱାମୀ ପାଇଁ ହେଲ ନିଜେ ଅନ୍ଧ ନାରୀ ।
କଳିଯୁଗେ ରାଜସ୍ଥାନେ ଭୀମସିଂହ–ନାରୀ
ଲାବଣ୍ୟମୟୀ ପଦ୍ମିନୀ ତ୍ରିଦିବ–ସୁନ୍ଦରୀ
କାମାତୁର ଯବନର ଦୁର୍ଗେ ଯାଇ ପଶି
ତାରିଲ ସ୍ୱପତି ତହୁଁ ଅବଳା ରୂପସୀ ।
ମାତୃଭୂମି ପାଇଁ ବୀରଙ୍ଗନା ଦୁର୍ଗାବତୀ
ସମ୍ମୁଖ–ସମରେ ପ୍ରାଣ ସମର୍ପିଲ ସତୀ ।
ଦୁହିତାରୂପରେ ନାରି ଋଷିଜନ ଘରେ
ଗୋଦାହନ କରିଥିଲ ବୈଦିକ ଯୁଗରେ ।
ପୁରାକାଳେ ରୋମ–ରାଜ୍ୟେ ସାଇମନ ବୃଦ୍ଧ
ନୃପାଦେଶେ ହୋଇଥିଲା କାରାଗାରେ ରୁଦ୍ଧ ।
ତନୟା ଜାନ୍ଥିପୀରୂପେ ବୃଦ୍ଧପିତା–ପ୍ରାଣ
ରଖିଲ ଗୁପତେ ଦେଇ ସ୍ତନଦୁଗ୍ଧ ଦାନ ।
ଜ୍ଞାନେ ଗାର୍ଗୀ, ମଇତ୍ରେଇ, ଖନା, ଲୀଳାବତୀ,
ଲଡ଼ାଇଛ ନାରୀ–ପ୍ରତିଭାର ବୈଜୟନ୍ତୀ ।
ହେ ନାରୀ ! ମିନତି ମୋର ତବ ଶ୍ରୀପୟରେ—
ଦେଖା ଦିଅ ମୋତେ ସତୀ–ସାଧ୍ୱୀ–ସ୍ୱରୂପରେ ।
ରମଣୀ ସୁନ୍ଦରୀ ଦେଖି ତୋ ଅସତୀ–ବେଶ
ପ୍ରାଣୁ ଯାଏ ସୁଖ, ଭବ ଦିଶେ ମରୁଦେଶ ।
ସୀତା ସାବିତ୍ରୀଙ୍କ ରୂପେ ଗୃହେ ଗୃହେ ରହି
ସର୍ବସମ କର ନାରି ! ଏ ତୁମ୍ଭର ମହୀ ।
ସେହିପରି ଏ ମୋର ହୃଦୟନନ୍ଦକିଶୋର ବଳ