ନର-ନାରୀ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୨
- ସ୍ଥିତି
- ସାର୍ବଜନୀନ (Public domain)
“The woman’s cause is man’s : they rise or sinkTogether; dwarfed or godlike, bond or freeNot like to like, but like in difference.”—Tennyson.ବୁଦ୍ଧି–ଭାଗବୃତ୍ତି–ଇଚ୍ଛା–ଦେଇ ବିଶ୍ୱସାଇଁ;ରମଣୀ ପୁରୁଷେ ଛନ୍ତି ଜଗତେ ପଠାଇ ।ସମାଜରେ ପୁରୁଷକୁ କ୍ଷମା ଶତଗୁଣ,ଥିଲେହେଁ ସହସ୍ର ଦୋଷ ରଟେ ତାର ଗୁଣ ।ରମଣୀର ଶତଗୁଣ ଲୁଚେ ଦୋଷସ୍ତୋକେବିଷମ–ଅସାମ୍ୟ–ରାଜ୍ୟ ଏ ଭାରତଲୋକେ ।ନାରୀ ଯେବେ ହେବ ସର୍ବଗୁଣେ ବିଭୂଷିତା,ଉଚିତ ହେବାର ତାର ବିଶେଷ ଶିକ୍ଷିତା ।ଦୁର୍ବଳ ମନୁଷ୍ୟ ମନ ରିପୁବିକ୍ଷୋଭିତଶିକ୍ଷାଧର୍ମ–କବଚରେ ବେଢ଼ିବା ଉଚିତ ।ପଶୁସମ ମୂର୍ଖଭାବେ କରିଣ ବର୍ଦ୍ଧିତକହୁଛ ନାରୀଙ୍କୁ “ହୁଅ ଧର୍ମେ ବିମଣ୍ଡିତ ।”ସ୍ୱଦେଶୀୟ ଭ୍ରାତୃବୃନ୍ଦ ! ଏହା କେଉଁ ନୀତି,ଫାଟେ ବକ୍ଷ ଦେଖି ତବ ଅପରୂପ ରୀତି ।ଭାଗିନୀଙ୍କୁ ଜ୍ଞାନ ଧର୍ମ କର ଭାଇ ଦାନ,ସଙ୍ଗେ କରେ ସୁଚରିତ୍ର–ପ୍ରହରୀ ପ୍ରଦାନ ।ଘଟିବ ପ୍ରମାଦ ଯେବେ ହୋଇ ସାବଧାନସମ୍ଭାଳିବେ ନିଜ ସୃଷ୍ଟି ପ୍ରଭୁ ଭଗବାନ ।ସତ୍ୟ ନ୍ୟାୟ ଜୟୀ ହେବ ଜାଣିବ ନିଶ୍ଚୟ,ଅଛି ପାପ–ଘୋରଦଣ୍ଡ କର ନାହିଁ ଭୟ ।ପାପୀ ହୋଇ କେହି କେବେ ପାଇ ନାହିଁ ସୁଖ,ପାପୀୟସୀ ନାରୀ ଭୋଗେ ନରକର ଦୁଃଖ ।“ଯତୋଧର୍ମସ୍ତତୋଜୟଃ” କରିଣ ବିଶ୍ୱାସ,ସ୍ୱକର୍ତ୍ତବ୍ୟ ବଞ୍ଚିତ ହେବେ ରମଣୀ ନିକରଏ ଉଦ୍ଦେଶ୍ୟ ଥାନ୍ତା ଯେବେ ବିଶ୍ୱପତିଙ୍କର ।ମାନସିକ ବୃତ୍ତି କିମ୍ପା ଦେଲେ ତାଙ୍କୁ ତେବେ ?ନରଠାରୁ ନାରୀ ବୁଦ୍ଧି ନୁହେ ନ୍ୟୂନ କେବେ ।ଦେଇଛନ୍ତି ବିଶ୍ୱକର୍ତ୍ତା ତାଙ୍କୁ ଇଚ୍ଛାଜ୍ଞାନ,ବିକାଶ ନିମନ୍ତେ କର ସୁଯୋଗ ପ୍ରଦାନ ।ଏତେ କାଳ ରମଣୀଙ୍କୁ ଶାରୀରିକ ବଳେରଖିଅଛ ଅଜ୍ଞାନତା–କରାଳ କବଳେ ।ସୁବିଧା ସହାୟ ଯେହୁ ଯେହୁ ପାଇଛନ୍ତି,ଉଡ଼ୁଅଛି ତାଙ୍କ ଜ୍ଞାନ–ଜୟ–ବୈଜୟନ୍ତୀ ।ଆତ୍ରେୟୀ ମୈତ୍ରେୟୀ ବିଶ୍ୱବାରା ଲୀଳାବତୀ,ଖନା ଦୁର୍ଗାବତୀ ଲକ୍ଷ୍ମୀବାଈ ଶକ୍ତିମତୀ,କୋବିଦ–ସମାଜେ ଅବା ଆହବ ଅଙ୍ଗନେଜୟମାଲ୍ୟ ପାଇଛନ୍ତି ଜ୍ଞାନୀ–ବୀର–ବନେ ।ସମାନେ ସମାନେ ସିନା ପୀରତି ମଧୁର,ନିକୃଷ୍ଟ ଜନରେ ପ୍ରେମ ହୁଏ ଶୀଘ୍ର ଜର ।ଦିଅ ଶିକ୍ଷା ସ୍ୱାଧୀନତା ସୀମନ୍ତିନୀଗଣେ,ଭୁଞ୍ଜିବ ଅତୁଳ ସୁଖ ପ୍ରେୟାସୀ ଗହଣେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ