ମାନବ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୭
- ସ୍ଥିତି
- ସାର୍ବଜନୀନ (Public domain)
ବିଷମ–ସମସ୍ୟା ଅଟେ ମାନବଜୀବନ,ଯାହା ଭାବି ସ୍ତବ୍ଧ ହୁଏ ମୋର ପ୍ରାଣ ମନସ୍ୱର୍ଗୀୟ ନାରକ ଭାବ ଠୁଳ ଏକାଧାରେ,ଦୁଇ ପାର୍ଶ୍ୱ ଚିତ୍ର ତାର ଆଲୋକ ଅନ୍ଧରେ ।କେତେବେଳେ କେଉଁ ଭାବ ଦେଖାଏ ମାନବନରକ–ପୃରୀଷ ପୁଣି ତ୍ରିଦିବ ବିଭବ ।ଧନ୍ୟ ହେ ଅଦ୍ଭୁତ ବସ୍ତୁ ନମସ୍କାର ତତେ,ତୋ ଗୂଢ଼ ରହସ୍ୟ ମୁହିଁ ବୁଝିବି କେମନ୍ତେ !ଭୀମକାନ୍ତସମାବେଶ କେଡ଼େ ମନୋରମ—ସାହସ, ସାଧ୍ୱସ ପୁଣି ତିତିକ୍ଷା, ବିକ୍ରମ,ପବିତ୍ର ଦାମ୍ପତ୍ୟ ପ୍ରୀତି, ପିତୃମାତୃଭକ୍ତି,ସୋଦର–ସନ୍ତାନ–ସ୍ନେହ ସଖା–ଅନୁରକ୍ତି,ଜୟା ସଙ୍ଗେ ନ୍ୟାୟ, ଧର୍ମ, ପୁଣ୍ୟ, ପବିତ୍ରତା—ଏତେ ରତ୍ନେ ବିଭୂଷିତ ମାନବ ଦେବତା ।ସ୍ୱର୍ଗୀୟ–ସୁଷମା–ସୃଷ୍ଟି ମାନବ ପରାଣୀଶୋଭାର ଅକ୍ଷୟ ଉତ୍ସ କେ ପାରେ ବଖାଣି !ସୁନ୍ଦର ପାଶେ ବିଭତ୍ସ ଦିଶେ ଅସୁନ୍ଦର,ରାମ ପାଶେ ଘୃଣ୍ୟ ଅତି ଦୃଷ୍ୟ ରାବଣରଚାରୁ ଦିବ୍ୟ ଶୋଭାଧାମ ମାନବ ଅନ୍ତରଦେଖାଏ ବିଭତ୍ସ ଚିତ୍ର ଘୋର ନରକର ।ଭୀରୁତା, ଅବିଶ୍ୱସ୍ତତା, ପୁଣି ନିର୍ମମତା,ଅସମ୍ମାନ, ସ୍ୱାର୍ଥଶୀଳଭାବ କୃତଘ୍ନତା,ନିଷ୍ଠୁରତା, ପତିହିଂସା, ଅନ୍ୟାୟ, ଅଧର୍ମ,ଅପୁଣ୍ୟ, ଅପବିତ୍ରତା–ପୂର୍ଣ୍ଣ ନରକର୍ମ ।ଜ୍ଞାନସିନ୍ଧୁ ପାରି ହୁଏ ନର ବୁଦ୍ଧିବଳେ,ଅଧ୍ୟବସାୟେ ଜିଣାଇ ଭବନ–ମଣ୍ଡଳେ,ଜଗତକୁ ଜ୍ଞାନାଲୋକେ କରଇ ପ୍ରଦାନ,କରଇ ଲୋକ ଆଦର୍ଶ ଜୀବନ ଯାପନ;ଅଜ୍ଞାନ–ତିମିରେ ପୁଣି ପଡ଼େ ସେହି ନର,ମନ୍ଦୀଭୂତ କରେ ଗତି ସ୍ୱୀୟ ସମାଜର—ଏକାଧାରେ ସମାବିଷ୍ଟ ଆଲୋକ ଅନ୍ଧାର,ଦେବତ୍ୱ–ପଶୁତ୍ୱ–ବେନି–ବିଚିତ୍ର–ଆଧାର ।ଲାବଣ୍ୟମୟୀ ମୂରତି ଧରଇ ମାନବ,ସେହି ପୁଣି ଭୟାବହ ବିକଟ ଦାନବ ।କର୍ମ–ଭକ୍ତ–ଜ୍ଞାନେ ନର ଲଭଇ ଦେବତ୍ୱ,କେତେବେଳେ ପୁଣି ଭଜେ ନରକକୀଟତ୍ୱମହାନ୍–ଆଦର୍ଶୁଁ ନର ହୋଇଣ ପତିତହେଲେହେଁ କଳଙ୍କ–ପଙ୍କେ କ୍ଷଣେ କଳୁଷିତ,ସତ୍–ଚିତ୍ ଆନନ୍ଦର ଜୀବନ୍ତ ମୂରତି,ଅନନ୍ତର ଶିଶୁ, ଲକ୍ଷ ଅନନ୍ତ ଉନ୍ନତି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ