ନବବଧୂ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୧
- ସ୍ଥିତି
- ସାର୍ବଜନୀନ (Public domain)
ସରଳା ଚପଳା ପଲ୍ଲୀବାଳିକା ରୂପରେକ୍ରୀଡ଼ୁଥିଲୁ ନିଃସଙ୍କୋଚେ କାଲି ଚୌଦିଗରେ,କି ମନ୍ତ୍ର ପଢ଼ିଲା ଆସି କେବଣ ଦେବତା,କେଉଁ ଦିବ୍ୟ ମୁକୁଟରେ ହେଲୁ ବିଭୂଷିତା ?କେଉଁ ପୁଣ୍ୟ ସିଂହାସନେ ହେଲୁ ଅଭିଷିକ୍ତ,ନୟନ ନିବେଶି ଦେହେ ଭୁବନ ଚକିତ ।ପାଇଲୁ ଦେବବାଞ୍ଛିତ ପଦ କେଉଁ ଚଳେ,ପୁଣ୍ୟଦର୍ଶନ−ଲାଳସେ ଉନ୍ମୁଖ ସକଳେ ।ପିନ୍ଧ ଶୁକ୍ଳଭୂଷା ଦୀପ୍ତ ଦିଗଙ୍ଗନାମାନେ,ତବ ତନୁ ନିରେଖନ୍ତି ସହାସ ନୟନେ ।ଦିବ୍ୟ ସ୍ନିଗ୍ଧ ବାସେ ମହକଇ ଅପଘନ,ପୂତ ହୋମବହ୍ନି−ଧୂମେ ରକ୍ତିମ ନୟନ ।ନବ ରକ୍ତ ପରିଚ୍ଛଦ ଧରଣୀ ଚୁମ୍ୱଇ,ସଉରଭେ ଚଉଦିଗ ମହକି ଉଠଇ ।ହରିଦ୍ରା−ଲେପିତ ତନୁ, ଚନ୍ଦନ−ଚର୍ଚିତଶିର ବକ୍ଷ, ବଦ୍ଧ ବେଣୀ, ଅଲକ୍ତ−ରଞ୍ଜିତନୂପୁର−ଶିଞ୍ଜିତ ଚାରୁ ଚରଣ ଯୁଗଳ,ଚମ୍ପକ−ଅଙ୍ଗୁଳି−କଳି କବୀନ୍ଦ୍ରସମ୍ୱଳ ।ଧନ୍ୟ ନବବଧୂ ଆଜି ଜୀବନର ଦିନ ।ଧନ୍ୟ ଲୀଳାମୟ ପ୍ରଭୁ ତୁମ୍ଭର ବିଧାନ !ଉଦ୍ବାହ−ଉତ୍ସବକାଳେ ଆଗୋ କୁଳବଧୂ,ବର ସଙ୍ଗେ ହେଉ ତବ ଶୁଭମେଳ ମଧୁ ।ଲାଗିଥାଉ ଯୁଗ୍ମ ପ୍ରାଣେ ପ୍ରେମ−ମହୋତ୍ସବ,ଏହି ଆଶୀର୍ବାଦ କରେ ଦୀନ କବି ତବ ।ନିଃସ୍ୱାର୍ଥ ପବିତ୍ର ପ୍ରେମେ ବେନିଏ ବନ୍ଧନକରିଣ ବେନିଙ୍କୁ କର ଜୀବନ ଯାପନ ।ଯୁଗ୍ନ ଅଙ୍ଗେ ଏକ ଆତ୍ମା ହୋଇ ଏକାକାରଆଲିଙ୍ଗନ କରୁ ପ୍ରେମେ ଏ ବିଶ୍ୱସଂସାର ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ