ତନୁ ଓ ମନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୧
- ସ୍ଥିତି
- ସାର୍ବଜନୀନ (Public domain)
ତନୁ ଆଣି ଦିଏ ସିନା ମାନସ−ବାରତା,ନେତ୍ର ବେନି ନ କହେ କି ପ୍ରୀତି−ଗୁପ୍ତକଥା ?ପ୍ରିୟ−ପୂଜା−ଯୋଗ୍ୟ ନାରୀ ବକ୍ଷେ ବେନି ସ୍ତନଲାଜେ ମରି ବସ୍ତ୍ରାଞ୍ଚଳେ ଲୁଚେ ଦେଖି ଜନ ।ନ କହେ କି ସେ ଅନ୍ତର−ନିଭୃତ−ବାସନା,ଏକନିଷ୍ଠ−ପ୍ରାଣ ଇଷ୍ଟ−ପ୍ରିୟ−ଉପାସନା ?ବିମଳ ଲାବଣ୍ୟ ସ୍ୱଚ୍ଛ ଉରସସରସୀ—ସ୍ନାତ ପ୍ରେମ ହୃଦସିଂହାସନେ ଥାଏ ବସି ।ସୁବିମଳ ଗଣ୍ଡସ୍ଥଳ,ବିଲୋଳ ନୟନ,ତଦୁପରି ଘନ ସାନ୍ଦ୍ର ଚିକୁର ଶୋଭନ ।କହନ୍ତି ସେ ପ୍ରେମରାଜ୍ୟ−ରହସ୍ୟକାହାଣୀ,ତନୁ ପ୍ରଚାରଇ କେଉଁ ପ୍ରେମରାଜ୍ୟ−ବାଣୀ ?ତନୁ ତଳେ ଅନ୍ତରର ପ୍ରେମରାଜ୍ୟ ଛବିଆଭାସ ପାଇଣ ମୁଗ୍ଧ ବିଶ୍ୱେ କୋଟି କବି ।ଗନ୍ଧେ ଆମୋଦିତ ତନୁ ଏମନ୍ତ ସୁନ୍ଦର,ମାନସକୁସୁମ ଆହା କି ସୁନ୍ଦରତର !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ