ସ୍ୱପ୍ନେ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୫
- ସ୍ଥିତି
- ସାର୍ବଜନୀନ (Public domain)
ଘୋର ‘ଭାତନିଦେ’ ଦିନେ ଥିଲି ଅଚେତନେ,ସ୍ୱପ୍ନଦେବୀ ବିଳସିଲେ ଆସି ମମ ମନେ ।ବହୁଦିନୁଁ ରୋଗଶଯ୍ୟାଶାୟିନୀ ପ୍ରେୟସୀ,କରୁଥିଲି ପରିଚାର୍ଯ୍ୟା ପାଶେ ସ୍ୱପ୍ନେ ବସି ।ଦେଖିଲି ପଲକେ ମୋର ହେଲା ସର୍ବନାଶ,ଚକିତେ ବୁଡ଼ିଲା ମୋର ସଂସାରର ଆଶା ।ତା ମୁଖମଣ୍ଡଳ ଦିଶୁଥିଲା ପାଣ୍ଡବର୍ଣ୍ଣ,ଅଙ୍ଗଯଷ୍ଟି ଦୀର୍ଘରୋଗେ ହୋଇଥିଲା କ୍ଷୀଣ ।ତଥାପି ସ୍ୱର୍ଗୀୟ ଆଭା−ପୂର୍ଣ୍ଣ ସେ ଆନନ୍ଦ,ବିବର୍ଣ୍ଣ ଦେଖିଣ ଦୁଃଖେ କଲି ମୁଁ ରୋଦନ !ତାହା ଦେଖି ହସିଲା, କି ଦାରୁଣ ଆହ୍ଲାଦ !ଭାଙ୍ଗିଗଲା ନିଦ୍ରା, ଦେଖେଁ ପ୍ରିୟା ସେବେ ପାଦ ।କୋଟିଗୁଣେ ପ୍ରେମ ମମ ହେଲା ଜାଗରଣ,ତା ଅମଳ ଗଣ୍ଡେ ଦେଲି ମୁଁ ସାନ୍ଦ୍ର ଚୁମ୍ୱନ ।ଭାଳିଲଇଁ ଅଣ୍ଟିସୁନା ଲାଗେ ମୂଲ୍ୟହୀନ,ହଜିଲେ ସେହିତା ପ୍ରାଣ ହୁଏ ଶୂନ୍ୟ ଦୀନ ।ବିରହିଣୀ ରାଈ
—୧—
ବସନ୍ତେ ମେଘମୁକ୍ତ ବିତାନେ ଚାହିଁରାଇ ଦୂତୀକୁ କହେ ବିରହୀ ରାଈ ଯେ ।ବସନ୍ତ−ଦୂତ ପିକ ‘କୁହୁ’—ନିସ୍ୱନେପୁଣି ରାବିଲା ସଖି । ନିକୁଞ୍ଜବନେ ଗୋ ।କୁହୁକ ସରି କୁହୁ ସହି ଗୋ, ଶରୀବିଦାରୁ ଅଛି ଦାରୁ ପବି ଯେପରି ଗୋ ।
—୨—
ଶ୍ରାବଣେ ନୀପଡାଳେ ବରହି−ସ୍ୱନଶ୍ରବଣେ ବୃଷଭାନୁ−ଜେମା ଉନ୍ମନ ଯେ ।ଯାଅ ଗୋ ଦୂତି, ନନ୍ଦକିଶୋର ପାଶେ,କହ କଦମ୍ୱେ ଶିଖୀ ଧଇର୍ଯ୍ୟ ନାଶେ ଗୋ ।ସେ ଭାବବିନୋଦିଆ−ମୂରଳୀ−ସ୍ୱନ—ଶ୍ରୁତିରେ ଧୃତି ମନ ପ୍ରାଣ ଉଚ୍ଛନ୍ନ ଗୋ ।ଆଶ୍ୱିନେ ଶ୍ୱେତ କାଶକୁସୁମପନ୍ତିଶାରଦ ଶୋଭା−ସରେ କି ସନ୍ତରନ୍ତି,ସୁଷମାରାଶି ଧୃତି ହରନ୍ତି ମୋରଘେନିଆ ଦୂତି, କିନା ପ୍ରାଣ ଦୋସର ଗୋ ।ନିଖିଳ ଋତୁ ଶୋଭା ପ୍ରିୟ ବିଛେଦେପରିଣତ ହୁଅଇ ବିଷମ ଖେଦେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ