ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୭
- ସ୍ଥିତି
- ସାର୍ବଜନୀନ (Public domain)
ନଈ ନ ଦେଖୁଣୁଁ ଲଙ୍ଗଳା ।ନଈ ମୁହଁରେ ବାଲିବନ୍ଧ ।ନ ଦେବାୟ ନ ଧର୍ମାୟ ।ନଷ୍ଟା କ୍ୱଷେର୍ଭାଗବତା ଭବନ୍ତି ।ନାକଫୋଡ଼ା ବଳଦ ।ନାମକଟା ସିପାହୀ ।ନୀଚର କଥା କଇଁଛର ମଥା ।ନାହିଁମାମୁଠଉଁ କଣାମାମୁ ଭଲ ।ନାକଧରି ଟାଣିଲେ ମୁହଁ ଆପେ ଆସେ ।ନଈକୂଳିଆ ବନ୍ଧୁ ।ନା ଉପରେ ଗାଡ଼ୀ, ଗାଡ଼ୀ ଉପରେ ନା ।ନ ସ୍ଥାନଂ ତଳଧାରଣେ ।ନରାଣାଂ ମାତୁଳକ୍ରମଃ ।ନରାଣାଂ ନାପିତୋ ଧୂର୍ତ୍ତଃ ।ନଣନ୍ଦର ମଧ୍ୟ ନଣନ୍ଦ ଅଛନ୍ତି ।ନ ଦେବଃ ସୃଷ୍ଟିନାଶକଃ ।ନିୟତିଃ କେନ ବାଧ୍ୟତେ ।ନ ଭୁତଂ ନ ଭବିଷ୍ୟତ ।ନ ବ୍ରୂୟାତ୍ ସତ୍ୟମପ୍ରିୟଂ ।ନ ଦୁଃଖଂ ପଞ୍ଚଭିଃ ସହ ।ନ ଚ ଦୈବାତ୍ ପରଂ ବଳଂ ।ନ ହରିଃ ଶଙ୍କରୋ ବ୍ରହ୍ମା ।ନାହଙ୍କାରାତ୍ ପରୋ ରିପୁଃ ।ନ ନିମ୍ବଂ ମଧୁରାୟତେ ।ନ ହି ବିନ୍ଧ୍ୟା ବିଜାନାତି ଗୁର୍ବୀ ପ୍ରସବବେଦନା ।ନିଜର ନାକ କାଟି ପରର ଯାତ୍ରାଭଙ୍ଗ ।ନିଲଜ୍ଜ ଘରେ ଥୋବରା କୁଣିଆ ।ନିଶପାଣିରେ କି ଶୋଷ ଯାଏ ।ନାମ ବଡ଼ା ଦର୍ଶନ ଥୋଡ଼ା ।ନଷ୍ଟସ୍ୟ କାନ୍ୟା ଗତିଃ ।ନଈ ଦିଏ ଥଳ ବନ୍ଧୁ ଦିଏ ବଳ ।ନଈବଢ଼ିକି ଦିଅଁଙ୍କ ରାଣ ।ନ ଦେଖିଲା ଓଉ ଛଫଡ଼ା ।ନାଟର ଗୁରୁ ଗୋବର୍ଦ୍ଧନ ।ନୂଆ ଯୋଗୀ ଭିଖେ ବାଇ ।ନିତିମାଗନ୍ତାକୁ ଦିଅନ୍ତା ନାହିଁ, ନିଭି ମାଳୁକୁ ଚାହାନ୍ତା ନାହିଁ ।ନିଆଁ ନ ଥାଇ ଧୂଆଁ ? ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର