ପ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
ପିଣ୍ଡଂ ଦତ୍ୱା ଧନଂ ହରେତ୍ନ ।ପରଧନ ଗୁଡ଼ ମୁଆଁ ।ପରପିଠା ବଡ଼ ମିଠା ।ପର୍ବତର ମୂଷିକପ୍ରସବ ।ପଲକେ ପ୍ରଳୟ ।ପିମ୍ପୂଡ଼ିକି ମୂତ ପହଁରାଏ ।ପରଘରେ ମଙ୍ଗଳବାର ।ପରଧନରେ ବନ୍ଧୁ ଅରଜିବା ।ପେଟେ ଭୋଖ ମୁହେଁ ଲାଜ ।ପରଖିଆଙ୍କର ଚାତର ଭାରୀ ।ପ୍ରବାସେ ନିୟମୋନାସ୍ତି ।ପର ହାଣିଲା କୋଡ଼ି ପାଣିପରି ।ପୋଷାପୁଅ ଗୁଞ୍ଜା ରୁଅ ।ପ୍ରହାରେଣ ଧନଞ୍ଜୟଃ ।ପୋଡ଼, ପୋତ, ପକା; ଏ ତିନିହେଁ ଏକା ।ପଇସା ଥିଲେ ବାଘଦୁଧ ମିଳେ ।ପାପ ପାତାଳରୁ ବାହାରେ ।ପେଟ ପୂରିଲେ କ୍ଷୀରୀ ଗୋବରିଆ ।ପାଗ ବାନ୍ଧୁ ବାନ୍ଧୁ କଚିରୀ ବରଖାସ୍ତ ।ପୋଥିବାଇଗଣ ଭିନେ, ବାଡ଼ିବାଇଗଣ ଭିନେ ।ପୋଡିଗଲା ତିଅଣରେ କି ସ୍ୱାଦ ।ପଣେ ଖାଇଲେ କ୍ଷଣେ ଗାଏ ।ପେଟବିକଳେ ମାଧିଆ ଯୋଗୀ ।ପାଣିକି ଛେଳି ।ପାଳଗୋଛାର ଅଗମୂଳ ନାହିଁ ।ପାଞ୍ଚ ଆଙ୍ଗୁଠି କି ସମାନ ? ।ପାପୀଦିହରେ ଛେରାରୋଗ ।ପାଲିଙ୍କିଉପରେ ପାଟଛତା, ବେଡ଼ିଉପରେ କୋରଡ଼ା ।ପିମ୍ପୂଡି ଦୀପରଖାରେ ଚଢ଼ି କହେ ମୁଁ ରଜା ।ପକେଇଲା ଛେପ ବି ଢୋକନ୍ତି ? ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର