କୁଟୀରେ
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୮
- ସ୍ଥିତି
- ସାର୍ବଜନୀନ (Public domain)
ରାଜେ ଊର୍ଦ୍ଧ୍ୱେ ନୀଳାକାଶ ଦିଗ୍ଦେଶବିହୀନ,ତଳେ ଶ୍ୟାମ ବସୁନ୍ଧରା ଯୁଗ-ଯୁଗାନ୍ତର,ଚଉପାଶେ ତରୁକୁଞ୍ଜ ସୀମା ହୁଏ ଲୀନପରଶି ପୁଲକେ ମହା ମୂକ ଗିରିବର ।ଭେଦି ନିଶି ଯବନିକା ଗଗନଦୁଆରେଅମର-କୁମାରୀ-ନେତ୍ର-ତାରା ଉଠେ ଜଳି,ପରକାଶେ ପଥେ ଘାଟେ ନିଶି ପ୍ରଭାତିଲେକୁମାରୀ ବଦନ ଶୋହା ତାରାଲୋକୁଁ ଜଳି ।ଶୁଭେ ଶିଶୁକଣ୍ଠ-ବୀଣା, ବୃଦ୍ଧ ସାମଗୀତି,ଉନ୍ମଦ ଯୌବନ-ବୁକୁ କଳନିର୍ଝରିଣୀଉଠଇ ଝଙ୍କାରେ, ନର ସ୍ନେହ-ମାୟାପ୍ରୀତିଏକେ ଆନେ ଥାପି ରଚେ ମହା ସମ୍ମିଳନୀ ।ଦିବସ ଆଲୋକ, ନିଶି ଛାୟା ସୁଗଭୀରଜୀବନର ସୁଖ ଦୁଃଖ ରଚେ ନିରନ୍ତର ।ଭଗ୍ନ ଶିବ ଦେବାଳୟ ମଳିନ କପାଳେପ୍ରଭାତୀ ତାମସେ କାକ ଯାଏ ଡାକି ଡାକି,ଗମ୍ଭୀରା-ପ୍ରବାସୀ ଦେବ ଜାଣନ୍ତି ସଂସାରେକି କହି ସେ ବାର୍ତ୍ତାବହ କିବା ରଖେ ବାକି !ପଲ୍ଲବଗହଳ ବଟ ତଳପ ବିଳାସେସ୍ନିଗ୍ଧ ହେମ କର, ଶାନ୍ତ ଛାୟା ଘେନାଘେନିଯୁଗାନ୍ତ ମଶାଣି ବୁକେ ଜୀବନ କି ଆସେଥରେ ଡାକିଗଲେ ବସି ପିକ ବିଶ୍ୱ-ପ୍ରେମୀ !ଯାମିନୀ ସପନ ଶେଷେ ହସି ହସି ହସି,କଳ ବୀଚି ଲୋଳ ଖେଳେ ସରସୀ ସୀମନ୍ତେକମଳ ଅଧର ଯେବେ ଫିଟେ, କୂଳେ ବସିକୁଳବଧୂ କଳହାସ୍ୟ ଢାଳେ କେତେମନ୍ତେ !ପଣନ୍ତ ପ୍ରସାର ଲୀଳା, ସରନ୍ତି ବଚନସେ ଅଧ ଅଧରେ କରେ ସ୍ୱର୍ଗ ବିରଚନ ।ଦୀନ ଅକିଞ୍ଚନ ଜନ ବୁକୁ ଶ୍ୱାସ ତୋଳିଗାଏ–‘ହରି କର ପାରି, ଗଲି ଭାସି ଏଣେ’,ଦିବା ଶ୍ରମ ଶେଷେ କିଏ ଭାଗବତ ବୋଲିକହେ, ‘ଜଗନ୍ନାଥ ଦାସ,’ ପ୍ରାଣ ବିମୋହନେ ।ଧୀରପଦେ କାଖେ କରେ କଳସୀ ରୁଚିର–ଚରଣେ ଫୁଟାଏ ବାଳା ସଞ୍ଜ-ରକ୍ତରେଖା ।ବିଦାୟେ କି ରବି ଦେଇଯାଏ ଦାନ ତାରକିଶୋରୀ ଅଧରେ ବିଭା ଦେବା ଲାଗି ଦେଖା ?ଦିବସ-ବିହାରେ ରବି ସିଂହାସନେ ଯେବେକିରଣ କନକ ଆଭା ମଉଳେ ଭୁବନେ,ଡାକଇ ଭିକାରି କାହିଁ–‘କର କୃପା ଲବେ’,ଜୀବନ କାତର ବାଣୀ ଦେବତା କି ଶୁଣେ ?ପାଲଟେ ଦେବତା ସିନା ନର ମର୍ତ୍ତ୍ୟବାସୀ,ଆନ ଯେ ଦେବତା କଥା ବୁଝେ ଅବିଶ୍ୱାସୀ !ଏ ପଲ୍ଲୀ କୁଟୀରତଳେ ଏ ଶ୍ୟାମ ବିତାନେରଚିବା ବିହାର ଆମେ ବିଶ୍ୱ-ଗୀତା ଶୁଣି,ଶୁକ ପିକ ବଣି ପାରା ସୁମଧୁର ଗାନେଜୀବନ ସପନ ଦେଖିବା ଗୋ ପ୍ରିୟେ, ପୁଣି ।ତୁମ ବୁକୁ ତଳେ ରବି, ଅଧରେ ଗୋ ଉଷା,ତୁମ ନେତ୍ରକୋଣେ ଶଶୀ ମନ୍ଦିରନିବାସୀ;ତୁମ ଶ୍ୱାସେ ମେଣ୍ଟଇଟି କେତେ ପ୍ରାଣତୃଷା,ତୁମରି ପରଶେ ଜାଗେ ଜୀବନ, ରୂପସି !ତୁମେ ଗୋ ଶ୍ୟାମଳ ଶୋଭା ଚିର ଜୀବନର,ଜୀବନ ସହସ୍ର-ନାମ ଉଛୁଳେ ଚୁମ୍ବନେ ।ଏ ପଲ୍ଲୀ କୁଟୀରେ ଆଜି କରିବା ଗୋ ଖେଳ,ନ ମାଗିବା ଭିକ୍ଷା କା’ର ପଦେ ବିସ୍ମରଣେ ।ଶରତ୍ର ଶୀତ ଶୁଭ୍ର ମହାକାଶ ଭଳିଫୁଟିବ ଉଜ୍ଜ୍ୱଳେ ପ୍ରୀତି ମୂକ ପ୍ରାଣକଳି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ