ଭିକ୍ଷା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ଛି ଛି ବଡ଼ ନିନ୍ଦନୀୟ ଭିକ୍ଷୁକ ଜୀବନ,ନାହିଁ ସ୍ଥାନ ତାହା ପାଇଁ ମାନବ ସମାଜେ,ସଦା ପରଗଳଗ୍ରହ, ଉପବୃକ୍ଷ ପ୍ରାୟ ।ହସ୍ତପଦସତ୍ତ୍ୱେ ଯେହୁ ସ୍ୱାବଲମ୍ବହୀନ,ସେ ନିଖଟୁ, କର୍ମଭୀରୁ, କୀଟ ବଳି ହେୟ,ଦଗ୍ଧୋଦର ପୋଷଣାର୍ଥେ କୁବୃତ୍ତି ଯେତେକଅଛି ଏ ସଂସାରେ, ଭିକ୍ଷା ଜଘନ୍ୟ ସର୍ବହୁଁ ।ପରଦ୍ୱାରେ ଉଭା ହେବା ପିନ୍ଧାକାନି ପାତି,ଈଶ୍ୱରଦତ୍ତ ଶକ୍ତିର ଅପବ୍ୟବହାର,-ବିଶେଷତଃ ଅସମ୍ମାନ ସିନା, କହେ କାକୁଯେ ନିର୍ଲଜ୍ଜ ମୃଷ୍ଟିଭିକ୍ଷା ପାଇଁ, ଶ୍ୱାନ ସେହୁ,ଧିକ୍, ଶତଧିକ୍ ତାର ଲାଞ୍ଛିତ ଜୀବନ;ମାତା ତାର ଚିରବନ୍ଧ୍ୟା, ସେ ନରପାଂଶୁଳଧରିତ୍ରୀକୁ ମହାଭାର ପ୍ରଦାନେ କେବଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର