ମର୍କଟ ଅପମାନ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୮
- ସ୍ଥିତି
- ସାର୍ବଜନୀନ (Public domain)
ଘେନ ସମବେଦନାର ଚିଠି ଏଇ ମୋରହେ ମର୍କଟ କୁଳବାଳା ତରୁ-ବିହାରିଣୀ,ତୁମରି ପାଇଁକି ଆଜି ଲାଟସଭା ଘରଲଜ୍ଜାରେ ପଡୁଛି ସଢ଼ି କରି ବେମଇନି ।ନାରୀ ମୂଲ୍ୟ ବୁଝେ ନାହିଁ ନର ଜାଣି ଜାଣିନିଜ ମାନଦଣ୍ଡେ ପରା ତୁଳିଚି ତୁମକୁ,ଲାଟସଭା ଘରେ ଏ ଯେ ପୁରୁଷ ବାହିନୀସେ ମଧ୍ୟ ଦୁଇଟି ନାରୀ, ଫାଟିଯାଏ ବୁକୁ !ମଣି ମୂଲ୍ୟ କାହୁଁ ଅବା ବୁଝିବ ଶବର,ନାରୀ ମୂଲ୍ୟ ବୁଝେ ନଇଁ ଆମ ସରକାର,ବଞ୍ଚିବାରେ କିଏ ସିନା ଦିଏ ଅଧିକାରମରିବାରେ ଅପମାନ ଏତେ ହତାଦର !ଥାଉ ଥାଉ ଦେଶେ ବନ୍ୟା, ଜର; ମହାମାରୀଯକ୍ଷ୍ମା, ମାଲେରିଆ, କାଛୁ, କମ୍ରେଡ଼ କାମଳକି ଲାଗି ତୁମକୁ ମାଡ଼ ହେ ମର୍କଟ ନାରୀଡାଳେ ଡାଳେ କୁଞ୍ଜେ କୁଞ୍ଜେ ପ୍ରତିବାଦ କର ।କର ପ୍ରତିବାଦ ସତୀ ପତି-ଶୋକତୁରାଦୂର ଗ୍ରାମାଞ୍ଚଳ ରବି ଫସଲ ମଣ୍ଡପେ,‘ଡାଇରେକ୍ଟର ଆକ୍ସନ’ ଆଗୋ କର ଜାରି ତ୍ୱରା,ପୂରୁ ବନ ଉପବନ ତୁମରି ବିଳାପେ ।ଦର ତ ବଢ଼ିଲା ଧାନ, ଚାହା, ସିଗାରେଟେବଢ଼ିଲା ତ ମନ୍ତ୍ରୀ ଦର, ମେମ୍ୱର-ଭାତିଆତୁମ ଲାଗି ନ ବଢ଼ିବ କିଆଁ ବା ଟଙ୍କାଟେଜଗତର ନାରୀରାଜ୍ୟେ ଅପମାନ ଏୟା !ଗଢ଼ି ନାରୀ ସେବାସଙ୍ଘ ଅଞ୍ଜନା ମହିଳାମହିଳା ଆଶ୍ରମ ଖୋଲି କର ଆନ୍ଦୋଳନ,ଏ ପାତ୍ର-ଅନ୍ତର ଭାବ ଯେ ମନ୍ତ୍ରୀ ବିହିଲାକର ତାର ବଗିଚାରେ ବୈଷ୍ଣବୀ କୀର୍ତ୍ତନ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର