କବିର ଗାନ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୬
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଯେ ତରଙ୍ଗ ପୁଳିନେ ପିଟିଲା କା’ ଆଶେ ସାଗରଦିବା-ଯାମିନୀକେହି କି ବୁଝିଲେ ତା ହୃଦବେଦନା ଶୁଣିଲେ କି କେ’ବାତା ହୃଦବାଣୀ ?କେତେ ଯୁଗଧରି ବିପିନୁ ବିପିନେ ବୁଲିଲା କୋକିଳତୋଳି ତା ତାନକରୁଣେ କି ଆଶେ ରଥାଙ୍ଗମିଥୁନ ପରାଣ-ପ୍ରସାରେଗାଇଲେ ଗାନ ?ପ୍ରଦୋଷ ତିମିରେ କି ଆଶେ କୁମୁଦୀ ନୀରବେ ଫେଇଲାନୟନ ହସିମାଧବୀ-ମଣ୍ଡପେ କି ସରୁ ସୋହାଗେ ଗାଇଲା ମଧୁପଫୁଲେ ରହସି ?ଗିରି-ଦରୀ ତେଜି ବୀଚୀମାଳା ହୃଦେ ତଟିନୀ କା’ ଆଶେକାଟିଲା ବାଟଅନୁସରିଲା କି ତା ହୃଦ ପାଶେ କେ ପୋଷଣ-ବନ୍ଧୁର-ଗିରି-ସଂକଟ ?କୋଟୀ ଯୁଗ ଅନ୍ତେ କେଉଁ ଅତୀତର ମହାନଭ ତଳେଶୁଭିଲା ବାଣୀ,କେଉଁ ଜଳଧିର ଅନନ୍ତ-ପୁଳିନେ ଥରିଥରି ଫୁଟି-ଉଠେ ରାଗିଣୀ ?କାହା ବୀଣାତାରେ ମୁଗ୍ଧ ଗଗନ ସ୍ତବ୍ଧ ଧରଣୀ,ପୁଲକେ ଚାହେଁ ?(ସେତ) ବହୁ ହୃଦୟର ଅନନ୍ତ ବାସନା ଏକା ବୀଣାତାରେଉଦାସେ ଗାଏ ।ଜଗତ ହୃଦୟେ ଫିଟିଲା ନିଦେଶେ ପରାଣୁ ପରାଣେକା’ ଆଶା-ବନ୍ଧପଲକେ ପଲକେ ଖେଳିଲା ଚମକେ ଅନନ୍ତ ଆବେଗେଭାବ-ପ୍ରବନ୍ଧ ।ବୁଝିଲା ଜଳଧି ତା ହୃଦ-କାହାଣୀ ଯେତେ ଗାଇଥିଲାଲଭିଛି ଆନମାଧବୀ-ମଣ୍ଡପେ କୋକିଳ ଶୁଣିଲା ଚିର ପରିଚିତଜୀବନେ ଗାନ ।ଆଶାର ହୃଦୟ ଫିଟିଗଲା କିବା ? ରଥାଙ୍ଗ ହୃଦୟଆନ ପରଶେବିଭାବରୀ ଭେଦି ଦେଖିଲା କୁମୁଦୀ ତା’ ହସ-ଇତର-ଜୀବନେ ଭାସେ ।ତରଙ୍ଗୁ ତରଙ୍ଗେ ଧାଇଁଛି କା’ ଗାନ ମହା ଅମ୍ବୁନିଧିମହା ପୁଳିନେ ?(ସେତ) କବିର ରାଗିଣୀ କବି-ବୀଣା-ତାରେଅନନ୍ତ-ପୁଲକେ ମର-ଜୀବନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର