ମ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୩
- ସ୍ଥିତି
- ସାର୍ବଜନୀନ (Public domain)
ମାଗିଆଣିଲା ତିଅଣ ସୋଡ଼କାଏ ।ମର୍ଦ୍ଦକା ବାତ୍, ହାତୀକା ଦାନ୍ତ ।ମାହାଳିଆକୁ ମହର୍ଗ ।ମାଗିଆଣିଲା ତିଅଣ, ଶିଖେଇ ଦେଲା ବୁଦ୍ଧି ।ମନ୍ତ୍ରର ସାଧନ କିମ୍ବା ଶରୀର ପତନ ।ମୂଲିଆ ହୁଡ଼ିଲେ ଦିନେ, ଚଷା ହୁଡ଼ିଲେ ବରଷେ ।ମାନିଲେ ଦିଅଁ ନ ମାନିଲେ ପଥର ।ମା ଡାହାଣୀ ପୁଅ ମଦୁଆ ।ମାଳୀକି ଛେଳି ଅଡ଼ୁଆ ।ମହର୍ଗରୁ ଯାଇ କାନ୍ତାରରେ ପଡ଼ିବାର ।ମନ ଦୃଢ଼ ଥିଲେ ହାରୀସାଇରେ ଘର ।ମାମୁଘରେ ପତରଖଣ୍ଡିକ ଗଣ୍ଡାଏ ।ମାଗିବାଠାରୁ ହୀନ ନାହିଁ, ଦେବାଠାରୁ ପୁଣ୍ୟ ନାହିଁ ।ମଳୁ ଲେଡ଼ୁଥିଲା ଯାହ, ବଇଦ କହିଦେଲା ତାହା ।ମନ୍ଦ ଗୁଣେ ଗଡ଼ିଆ ଗଙ୍ଗା ।ମହରଗ ବେଳେ ଭୋଖ ବେଶି ।ମଣିଷମାୟାରେ ଦେବତା ପଶି ନ ପାରନ୍ତି ।ମଢ଼ ଯେଉଁଠି ଶାଗୁଣା ସେଇଠି ।ମନରେ ନାହିଁ କି ମାଳିରେ ନାହିଁ, ମାଳି ଭଜି ଭଜି ପାଇବୁ କାହିଁ ।ମୁଣ୍ଡ ଅରଜିଲେ ତୁଣ୍ଡ ଖାଏ ।ମାଛତେଲରେ ମାଛ ଭଜା ।ମୁଢ଼ୀ ମିଶ୍ରିର ସମାନ ଭାଉ ।ମହାଜନୋ ଯେନ ଗତଃ ସାପନ୍ଥାଃ ।ମୌନଂ ସମ୍ମତିଲକ୍ଷଣଂ ।ମୁଗରେ ସ୍ତୃତୀୟଃ ପନ୍ଥାଃ ।ମାଗିଖିଆଙ୍କର ଚାତର ବଡ଼ ।ମୁନିନାଂ ଚ ମତିଭ୍ରମଃ ।ମାରେ ସିପାହୀ ନାମ ସର୍ଦାରକା ।ମନ ଯେବେ ଚେଙ୍ଗା, ଗୋବରଗାଡ଼ିଆ ଗଙ୍ଗା ।ମାଗିଖିଆ ଘରେ ସହସ୍ରେ ମଣ୍ଡା ।ମଣିଷପ୍ରକୃତି ମଲେ ତୁଟେ, ଘୁଷୁରୀପ୍ରକୃତି ପଙ୍କ ର ଲୋଟେ ।ମୁଣ୍ଡବାଳ ଲମ୍ବ, ପାଚିଲେ ଉପୁଡ଼ି ଯାଏ ।ଆକ୍ଷି ବାଳ ସାନ, ସବୁ ଦିନେ ଥାଏ ।ମୋଲ୍ଲାର ଦୌଡ଼ ମଶଜିଦଯାଏ ।ମାଙ୍କଡ଼ ହାତରେ ଶାଳଗ୍ରାମ ।ମୂଷା ଗଞ୍ଜେଇ ଖାଇଲେ ବିରାଡ଼ିକି ଚିହ୍ନେ କାହୁଁ ।ମେଣ୍ଢାପୁଅ ହୋଇ ନିର୍ବାଳୁଆ ।ଯଯମର ଅରୁଚି ।ଯାର ଖାଇ ତାର ଗାଇ ।ଯାଚିଲେ ମାଣିକ ଭେଣ୍ଡି ।ଯସ୍ମିନ୍ ଦେଶେ ଯଦାଚାରଃ ।ଯସ୍ମିନ୍ ଦେଶେ ଦ୍ରୁମୋ ନାସ୍ତି ଏରଣ୍ଡୋଽପିଦ୍ରୁମାୟତେ ।ଯହିଁ ଧନ ତହିଁ ମନ ।ଯତ୍ର ଆୟ ତତ୍ର ବ୍ୟୟ ।ଯାହାକୁ ରଖ ସେ ରଖେ ।ଯତ୍ର ବାତ ତତ୍ର ଶୀତ ।ଯୌବନ ଜୁଆରର ଜଳ ।ଯାହାର ଯାହାର ରାଜି, କିସ କରିବ କାଜି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର