ଲାଲ୍ କିଲା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୪
- ସ୍ଥିତି
- ସାର୍ବଜନୀନ (Public domain)
ଜୟ ତୁ ଦୁର୍ଗ ! ମୋଗଲ ଗର୍ବଲାଲ୍ କିଲା, ଲାଲ୍ କିଲା,ସାହାଜାହାନର ପ୍ରୀତି ସଙ୍ଗୀତଯା’କୋଳେ ଉଚ୍ଛୁଳିଥିଲା ।ଯା ପାଷାଣ ଶୁଣିଥିଲା କିଂକଣୀମମ୍ତାଜ ପଦ ଚୁମିପାଲଟିଚି ସେଇ ସାରା ଭାରତରଅମର ତୀର୍ଥଭୂମି ।ଲାଲ୍କିଲା, ତୋର ପରଦା ସେ ପଟେଇତିହାସେ ଅଛି ଲେଖା–ସେ ଦିନ ତୋ ପଦେ ଯୋଡ଼ି କରଯୁଗକରିଲେ ବିଦେଶୀ ଦେଖ ।ବଣିକ-ବାହିନୀ ମାଗିଲେ ଭିକ୍ଷା,ବେପରା ଚାଲିଲା ଦେଶେ,ଆଜି ଭାରତର ନଭୋମଣ୍ଡଳେସେ ବଣିକ ବାନା ଭାସେ ।ଲାଲ୍ କିଲା, ତୋର ନିବିଡ଼ ନୀରବଗଭୀର ଗର୍ଭେ ଦିନେବିଚାରେ ବନ୍ଦୀ ବାହାଦୂରଶାହାହେଲେ ବିଦ୍ରୋହୀ ନାମେ ।ଏତେ ଦିନ ପରେ ତୋର କୋଳେ ଶୁଭିଲା‘ଜୟହିନ୍ଦ୍’, ‘ଜୟହିନ୍ଦ୍’ଆକୁମାରୀ ହିମାଳୟ ଚହଳାଇ‘ଇମ୍ପାଲ’ ତଟୁ ‘ସିଂଧୁ’ !!ଦିଲ୍ଲୀର ବିଖ୍ୟାତ ଲାଲ୍ କିଲ୍ଲାରେ ନେତାଜୀ-ଚାଳିତ ଜାତୀୟ ସୈନ୍ୟ ସେନାପତିମାନଙ୍କର ବିଚାର ହେଉଥିଲା ବେଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର