ସବୁରି ଚିତ୍ତଚୋର
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୬
- ସ୍ଥିତି
- ସାର୍ବଜନୀନ (Public domain)
ବାଜେ କରତାଳି, ବାଜେ ମାଦଳ,ଥରିଉଠେ ନୀଳ ଗଗନ ତଳ,ଗଣି ହୁଏ ନାଇଁ ଲୋକ-ଲହରପଥ ପ୍ରାନ୍ତର ଧାରେ,ସବୁରି ବଦନେ ପୂରିଛି ଆଶା,ପୁଲକି ଉଠଇ ମରମ ଭାଷା,ପଡ଼ିଚି ଚହଲି ସବୁଜ ରସାବନ୍ଦନ ଗୀତିକାରେ ।ଜନଗଣ ମନ କାମନା ଜାଣିବିଜେକଲେ ଅବା ଅଭୟପାଣି,ଲୋଚନ କୋଣରେ ଉଠେ ଉଜାଣିସବୁରି ଅଧରେ କଥା,ଶୋହେ କରେ କରେ କୁସୁମ ମାଳା,ଦିଏ ହୁଳହୁଳି ପଳ୍ଲୀବାଳା,ଉଶ୍ୱାସ ହୁଏ ପରାଣ ଭାରାଦର୍ଶନେ ଚିର ବ୍ୟଥା ।ମାଳାଭାରେ ଗଳା ପଡ଼ିଚି ଲଇଁସେ ତ କୋଟି ଜନ ପରାଣସାଇଁ,କୁସୁମେ ଶ୍ମଶ୍ରୁ ଦେଇଚି ଛାଇ–ଚିନ୍ତିତ ଭଗବାନ,ନାଶିବେ ଦେଶର କଳି-କଳୁଷ,ଯେତେ ଏ ଦଳିତ- ଦୀନ-ମଣିଷଯୋଡ଼ି କର ଯୁଗ ଯାଚେ ଆଶିଷ–ସୁନ୍ଦର ମହୀୟାନ !!କେଉଁ ଗାଆଁ, କେଉଁ କୁଟୀର ଛାଡ଼ିଆସିଥିଲେ ବୁଲି ଦୁଇଟି ବୁଢ଼ୀ,ସେ ଲୋକ ଗହଳେ ରହିଲେ ବୁଡ଼ିକି ବା ସେ ଦେଖିଲେ ତହିଁ,କିଏ ଗୀତ ଗାଏ, କିଏସେ ହସେ,କାହା କାନେ କିଏ କି କଥା ଭାଷେ,ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ–କି କଥା ଦେଖିଲି ମୁହିଁ !ସବାରି ଭିତରେ ଏ ବୁଢ଼ା ବରଏଥିପାଇଁ କିଆଁ ଏତେ ଚହଳ,ଏତିକି ବାଜଣା, ଏତିକି ଗୋଳମଲା ଯାଏ ଏତିକି ନାଟ !ଏନ୍ତୁଡ଼ିଶାଳେ ନ ଚିପି ତୋଟିକିଏ ରଖିଥିଲା କାହା ଝିଅଟି,ଆଖି ଯାହା ଦେଖି ନଗଲା ଫୁଟି –ଗାଆଁରେ ବସିଛି ହାଟ !!କହିଲା ଆରେକ-ହୁଅ ଗୋ ତୁନି,ବେଦୀରେ ବସିବ ଏ ବୁଢ଼ା ପୁଣି !କୁଶେ ବାନ୍ଧିବେ କାହାରି ପାଣି,କିଏ ସେ ଅଭାଗିନୀ !ଏତେ ବରଜାତି, ଏଡ଼ିକି ଭିଡ଼,ଏ ବୁଢ଼ା ବରକୁ ଏତିକି ମାଳ !ଭିକମଗା ଆଜି ଛାଡ଼ିଲେ ଛାଡ଼,ଦେଖିବା ଚାଲ ଗୋ ନାନି !ବସିଲା ଏ କାଳେ ସେ ଜନ-ସଭାଜମାଟ ଧରିଲା ଜଳଦ ଅବାସଜ୍ଜିତ ପୀଠେ ହୋଇଲେ ଉଭାସେଇ ଚିନ୍ତିତ ବୀର,ଅଭୟ ବରଦ ଶ୍ରୀକର ଟେକି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର