ଗାଈ ଓ ଗରିବ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୬
- ସ୍ଥିତି
- ସାର୍ବଜନୀନ (Public domain)
ଗାଈ ଓ ଗରିବ ଦୁଇଟି ଜନ୍ତୁ ଜାଣିଥିବ ତୁମେ ଭାଇ,ଗରିବ ଦିଅଇ ଖଜଣା ଟିକସ, ଦୁଧ ଦିଏ ଖାଲି ଗାଈ ।ଗରିବ ଗୁହାରି କିଏ ଶୁଣେ ନାହିଁ, ଗାଈର ହମ୍ବାରବ,ଜଣେ ପଶୁ, ଜଣେ ମଣିଷ ବୋଲାଏ–କଥାଟା ଅସମ୍ଭବ !ଯୁଗ-ଯୁଗ ଧରି ଗାଈ ! ତୁମେ ପରା ମଣିଷକୁ ଦେଲ ଦୁଧତୁମ ଦୁଧ ଖାଇ ମଣିଷ କହଇ–ଗଣୁଚି ଅସଲ ସୁଧ !ତୁମରି ଆଗରେ ତୁମରି ବାଛୁରି ଖୁଣ୍ଟରେ ଦେଇ ବାନ୍ଧିଏଇ ଯେ ମଣିଷ ତୁମଠାରୁ ନିଏ ଦୁଧ ଛାଣି ଗୋଡ଼ ଛନ୍ଦି !!ହେ ଗରିବ ! ତୁମ ତୁଣ୍ଡ ବଚନ, ବିକଳ ମୁଣ୍ଡ ଝାଳଅବୁଝା ରହିଲା, ଅଦେଖା ହୋଇଲା ମହୀତଳେ କାଳ-କାଳ ।ତୁମେ ଚାଷ କର, ଅସଲ ଫସଲ ଅପରକୁ ଦିଅ ଜାଣି,ତୁମରି କୁଟୀର ଭୋକ-ଉପାସରେ ତୁମରି କୁଟୀର-ରାଣୀ !ଗଈ, ତୁମେ କେବେ ଛଳନା ନ କରି ବିତର ସତ୍ୟ ରସତୁମ ଧଳା କ୍ଷୀର କେବେ ପାଲଟିନି କେଉଁ କାଳେ କଳା ବେଶ ।ହରି ଆଣିନାହଁ ପରଧନ କେବେ ନିଜ ସନ୍ତାନ ପାଇଁଯେ ଥାନେ ରହିଚ, ତାକୁଇ ମାନିଚ ଆପଣା ମୁନିବ, ସାଇଁ !!ହେ ଗରିବ ଭାଇ ! ସବୁ ଭାରା ସହି ସଂସାର ଅଛ ଚାଳି,ଯେ ଆସି ବସିଲା ତୁମକୁ ଶାସିଲା, ଶାସନ ଦଣ୍ଡ ଧରି ।ଏ ଜାତି-ସାଗର କୂଳେ ହେ ଗରିବ ତୁମେ ତରଙ୍ଗ କୋଟି,ଅତି ନଗଣ୍ୟ କ୍ଷଣିକ ଜୀବନ ଫେନସମ ହସ ଉଠି !ଗାଈ କ୍ଷୀର ଦିଏ, ଗରିବ ନଖାଏ ଖାଇଲା ହର୍ମ୍ୟବାଲା,ଗଈ ସନ୍ତାନ ନପୁଂସକରେ ଚାଷ ଉଦ୍ଧାର କଲା ।ଗରିବ ଆସିଲା, ଲୁହ ବରଷିଲା, ମୁକ୍ତି କାହାର ନାହିଁ,ଗାଈ ଓ ଗରିବ ଦୁଇଟି ଜନ୍ତୁ, ମନେ ରଖ ତୁମେ ଭାଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ