ଲଖନାଉ ଦେବ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ଗୋମତୀର ତୀରବାସୀ,ଅଛି ଯେଉଁ କାଶୀବାସୀ ।କେଶରବାଗ ସୁମନ,ବାସନାରେ ପୂତ ମନ ହେ ।୧।ଗୋମତୀ ଅବଗାହନେ,ଶ୍ରୀମୁଖର ଦରଶନେ ।ଉଲ୍ଲାସିତ ଥିଲା ମନ,ମୋର ପ୍ରଭୁ ସେହି କ୍ଷଣ ହେ ।୨।ପଡ଼ିଛି ଆପଦ ଏବେସାହାଯ୍ୟ ହୋଇବ ଯେବେ ।ଦୁଃଖୀର ହେବ ଉଦ୍ଧାରଏ ବଡ଼ଲୋକ ବେଭାର ହେ ।୩।ଲଖନାଉ ଭଇରବ,ଦେଖି କରି ଦେବ ଠାବ ।ଆଶ୍ଚର୍ଯ୍ୟ ଔଷସ୍ଥ ତରୁ,ଶୁକ୍ଳଲବର୍ଣ୍ଣେ ଦିଶେ ଚାରୁ ହେ ।୪।