ରଙ୍ଗନ ।ଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ପ୍ରଭୁ ରଙ୍ଗନାଥ,ତବ ପଦେ ନତମାଥ ।ବହୁଦୂରେ ଦକ୍ଷିଣରେ,ଅଛ ରମ୍ୟ ଆସ୍ଥାନରେ ହେ ।୧।ଖଞ୍ଜା ବାଡ଼ୀ ଅଛି ଯେତେ,କଉଡ଼ୀ ଅସୁଲ କେତେ ।ନ ଜାଣଇ ତାହା କିଛି,ବୁଝିବି ମନେ ଭାବିଛି ହେ ।୨।ବଡ଼ଦେଉଳ ପ୍ରକାଶ-ଅଛି ଏ କଥା ବିଶ୍ୱାସ ।ପାଇବି ପ୍ରସାଦ ଭୋଗ,ଅଦୃଷ୍ଟରେ ଥିଲେ ଯୋଗ ହେ ।୩।ଚାରିଦିଗରୁ ଆନୀତ,ଯାତ୍ରୀ ହୋନ୍ତି ଉପସ୍ଥିତ ।ମେଳା ଉତ୍ସବ ଗହଳ,ସର୍ବଦା ଥାଏ ଚହଳ ହେ ।୪।