ପ୍ରୟାଗର ।ଜ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ଗଙ୍ଗା ଯମୁନା ସଙ୍ଗମ,ମଧ୍ୟରେ ତବ ଆଶ୍ରମ ।ଆହେ ବୀର ହନୁମାନ,ଗର୍ତ୍ତରେ ଅଛ ଶୟନ ହେ ।୧।ଦାରାଗଞ୍ଜେ ଦେବ ହରି,ରହିଛ ପୀଠ ଆଦରି ।ପଡ଼େ ସେହ ସ୍ଥାନ ମନ,ଯହ ଅନନ୍ତଶୟନ ହେ ।୨।ଭକ୍ତମୁନି ଭରଦ୍ୱାଜ,ଆଶ୍ରମରେ ବଡ଼ସାଜ ।ଯୁବତୀଙ୍କ ଅର୍ଥ ଅଳି,ଲାଗିଯାଏ କେତେ କଳି ହେ ।୩।ସଙ୍ଗମେ ଶ୍ରାଦ୍ଧ ତର୍ପଣ,ନଇବେଦ୍ୟ ସମର୍ପଣ ।କରିଅଛି ତୀର୍ଥରାଜ,ମାନ ରଖ ମୋର ଆଜ ହେ ।୪।