ନାର ।ୟଣୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ଦେବି ନାରାୟଣି,ପାଇଚ ଅମୃତପାଣି ।ମହାନଦୀ ତୀର ଜାଣି,ଆସ୍ଥାନ କଲ ଜନନି ଗୋ ।୧।ଥିଲିଥରେ ମଣ୍ଡପରେ,ପଡୁଚି ସ୍ମୃତି ପଥରେ ।ଖେଚେଡି କଲି ରନ୍ଧନ,ପାଶେ ନଥିଲା ଲବଣ ଗୋ ।୨।ହୋଇଥିଲା ରାତିଅଧ,ମନେ କଲି ଲୁଣ ସଧ ।ମୋର ମନ କଥା ଜାଣି,ଘଟାଇଲ ଦେବି ଆଣି ଗୋ ।୩।ମୋର ମାତା ସର୍ବଶୁଭା,ତୋ ପୀଠେ ହୋଇଲେ ଉଭା ।ନରାଜ ବନ୍ଧର ଶୋଭା,ଦିଶୁଥାଏ ମନ ଲୋଭା ଗୋ ।୪।ନାଚୁଥାଏ ଜଳବିନ୍ଦୁ,ଖେଳୁଥାନ୍ତି ତଳେ ଇନ୍ଦୁ,ବଡକଉତୁକ ମନେ,ମୁଁ ରହିଲି ନିରୀକ୍ଷଣେ ଗୋ ।୫।ଜଳଚର କ୍ରୀଡାମାନେ,ଚଳୁଥାଏ ଜଳଯାନ ।ନାଉରିଙ୍କ ଡାକହାକ,ପୂରିଯାଏ ନଦୀପାଖ ଗୋ ।୬।ପାଶରେ ଆମ୍ରଉଦ୍ୟାନ,ହାଟ ବସେ ଦ୍ରବ୍ୟମାନ ।ହୁଏ କେତେ କିଣାବିକା,ଦୁଃଖୀ ଚଳାନ୍ତି ଜୀବିକା ଗୋ ।୭।ଲାଗିଛି ତବ ବନ୍ଦନେ,ମୁଁହିଁ ଦୁଃଖୀ ପ୍ରାଣପଣେ ।ଦୟା କରି ମହାମାୟା,ରଖିବ ମୋହର କାୟା ଗୋ ।୮।