ବଳଦେବ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୩
- ସ୍ଥିତି
- ସାର୍ବଜନୀନ (Public domain)
ତୁଳସୀ କ୍ଷେତ୍ରରେ ଘର,କରିଅଛ ହଳଧର ।ତୁମ୍ଭ ପ୍ରକୃତି ଶୀତଳ,ନ କର ତିଳକୁ ତାଳ ହେ ।୧।ଥିଲ ଯେବେ ନନ୍ଦଘର,ଥିଲା କିଞ୍ଚିତେ ହୁନ୍ଦର ।ତୁମ୍ଭର ଭାଇ ନଟିଆ,ଅଟଇ ବଡ ହଟିଆ ହେ ।୨।ଚାଲିଲା ଶକଟେ ହାତ,ଦିଏ ଖାଇ ହାଣ୍ଡିଭାତ ।ଯେ ଅମୃତରସାବଳୀ,ଖାଉଥାଅ ଥାଳୀ ଥାଳୀ ହେ ।୩।ଯେ ପାଇବ କଣିକାଏ,ସେହ ମୁକ୍ତିପଥ ପାଏ ।ପ୍ରସାଦ ଅନ୍ନ ବ୍ୟଞ୍ଜନ,ପାଆନ୍ତି ତହିଁ ବ୍ରାହ୍ମଣ ହେ ।୪।ଶୁଣା ଅଛି ତା କର୍ଣ୍ଣରେ,ଦେଖାଯିବ ଆଉ ଥରେ ।ଦେବତା ଗୁରୁ ମହତ୍ତ୍ୱ,ରଖିବା ମୋହର ମତ ହେ ।୫।ତବ ପାଶେ ହଳଧର,ସେବକେ ବିବେକୀ ନର ।ସଂସ୍କୃତ ପୁରାଣ ପାଠେ,ଅଛନ୍ତି ପଣ୍ଡିତ ମଠେ ହେ ।୬।ମାହାତ୍ମ୍ୟରେ ଅଛି ସୀମା,ତୁଳସୀକ୍ଷେତ୍ର ମହିମା ।ସେ ପୁସ୍ତକ ଆଣି ସୁଖେ,ଦେବି ସମାଜ ସମ୍ମୁଖେ ହେ ।୭।ଯେ ପୁରୋହିତ ଗୋସାଇଁ,ପ୍ରତିଦିନ ଆସି ଯାଇ ।ଦେଉଳର କର୍ମମାନ,କରନ୍ତି ଧାରା ପ୍ରମାଣ ହେ ।୮।ଶ୍ରୀପଞ୍ଚମୀ ଦିନ ଖେଳା,ଲଗାଇଦିଅ କି ମେଳା ।ଗୁଣ୍ଡିଚା ରଥଯାତ୍ରାରେ,ଜନତା ଦୀର୍ଘମାତ୍ରାରେ ହେ ।୯।ସୁପ୍ରଶସ୍ତ ରାଜପଥ,ଚଳେ ଉଚ୍ଚରବେ ରଥ ।ଗୁଣ୍ଡିଚା ମଣ୍ଡପଘର,ଅଟଇ କି ମନୋହର ହେ ।୧୦।ସେ ଚନ୍ଦନ ପୁଷ୍କରିଣୀ,ଅଟଇ ମନୋହାରିଣୀ ।ଯାତ୍ରାରେ ଯେ ଦେଖେ ଥରେ,ତାନେତ୍ର ପବିତ୍ର କରେ ହେ ।୧୧।ସୁନ୍ଦର ମୁକୁଟ ମଥା,କି କହିବି ନାହିଁ କଥା ।ମୋ ପ୍ରାର୍ଥନା ହଳପାଣି,ନିଅ ସବୁ ଦଃଖ ଟାଣି ହେ ।୧୨।ସାରଳ ।ଝଙ୍କଡ଼େ ସିଦ୍ଧସାରଳା,କରିଛ ଆସ୍ଥାନ ଖଳା ।ଦୟାଗୁଣରେ ତୁମ୍ଭର,ସୁନାମ ଅଛି ରାଜ୍ୟର ଗୋ ।୧।ଗୋପୀନାଥ ପର୍ଯ୍ୟାଙ୍କର,ସୁଯଶ ଅଛି ସ୍ଥାନର ।ତାହାଙ୍କ ଯତ୍ନେ ସାଧନ,ମନ୍ଦିର ନବଗଠନ ଗୋ ।୨।ରଜ ପଣାସଂକ୍ରମଣେ,ସୁମେଳା ବସେ ପ୍ରାଙ୍ଗଣେ ।ତୁମ୍ଭର ପୁରୁଣାଗାଦି,ଧରି ଲୋକବୃନ୍ଦ ସାନ୍ଧି ଗୋ ।୩।ସେ କନକପୁର ଗ୍ରାମ,ଶୋଭା ଧରେ ଅନୁପମ ।ତୁମ୍ଭ ପୀଠ ଚାରିପାଶ,ବହୁ ଇଦ୍ରଲୋକ ବାସ ଗୋ ।୪।ମହୀଳୋ କୀର୍ତ୍ତନପୁର,ଶାସନ ଅଛି ପ୍ରଚୁର ।ଏ ପୀଠରେ ଚଣ୍ଡୀପାଠ,କରନ୍ତି ଦ୍ୱିଜ କର୍ମଠ ଗୋ ।୫।ହେଲେ ଲୋକରେ ବସନ୍ତି,ତବ ସ୍ତୁତିପାଠେ ଶାନ୍ତ ।ମୋ କର୍ମକୁ ନୁହ ବାମ,ସାଧ ମୋ କାମନା କାମ ଗୋ ।୬।