କୁରୁ−ପାଣ୍ଡବ ଯୁଦ୍ଧ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୪୦
- ସ୍ଥିତି
- ସାର୍ବଜନୀନ (Public domain)
ଏହି ପ୍ରାଣେ ମମ କୁରୁକ୍ଷେତ୍ର ଯୁଦ୍ଧନିରନ୍ତର ଲାଗିଅଛି ହେ ଭାଇ !ଅନୁକ୍ଷଣ ହାରି ଯାଉଅଛି ଆହାଉଦ୍ଧାର ହେ କୃଷ୍ଣ, ରହିଛ କାହିଁ ?ପାଞ୍ଚ ଭାଇ ଯେହ୍ନେ ପାଞ୍ଚାଳୀଙ୍କ ଠାରେପ୍ରେମ ରଖି ଚଲୁଥିଲେ ନିୟତ,ମୋର ପାଞ୍ଚ ମନ ଏକମନ ହୋଇଭାଗ୍ୟଲକ୍ଷ୍ମୀ ଭୁଞ୍ଜୁଛନ୍ତି ସନ୍ତତ ।ଶତ ଭ୍ରାତା ଭୀଷ୍ମ ଦ୍ରୋଣ ସପ୍ତରଥୀଏକାଦଶ ଅକ୍ଷୌହିଣୀ ସେନାନୀତଥାପି ହାରନ୍ତି ବିଜୟୀ ପାଣ୍ଡବେଯେମନ୍ତ ଅଦ୍ଭୁତ ଏହି କାହାଣୀ ।ପର୍ବତ ପ୍ରମାଣ ବଳେ ବଳୀୟାନଏ ପ୍ରାଣର କେତେ ପାପ ଫଉଜହାରି ନ ଯାନ୍ତି କି ? ଜିଣେ ଧର୍ମ ପୁଣ୍ୟଲାଗିଅଛି ବିଶ୍ୱେ ଏହି ମଉଜ ।ନୁହ ଭୀଷ୍ମ ଦ୍ରୋଣ ନୁହ ଶଲ୍ୟ କର୍ଣ୍ଣନୁହ ଅଶ୍ୱତ୍ଥମା ହସ୍ତିନାପତିହୁଅଯୁଧିଷ୍ଠିର ହେଉନ୍ତୁ ଆଶ୍ରୟଶ୍ରୀକୃଷ୍ଣ ହେଉନ୍ତୁ ତୁମ୍ଭ ସାରଥି ।ଏକାନ୍ତ ନିର୍ଭର
—୧—
କୁରୁସଭା ତଳେ ପାଞ୍ଚାଳୀ ସତୀ,ଡାକନ୍ତି ବିକଳେ—“ବୈକୁଣ୍ଠପତି ହେ,ଦୁଃଶାସନ ହରେ ବାସ ଅଙ୍ଗରଏ ଲଜ୍ଜା ନିବାର କମଳାବର ହେ !ମାଗି ଯାଚି ଆଣି ବାଟ ଭିକାରୀ,ଲଜ୍ଜା ନିବାରଣ କରେ ତାହାରି ।କିରାତ−କାମିନୀ ବୃକ୍ଷବଳ୍ କଳେଲଜ୍ଜା ନିବାରନ୍ତି ହେଲେ ଜଙ୍ଗଲେ ।ବାଳକ ବାଳିକା ଧୂଳି ଖେଳନ୍ତିସେମାନେ ସ୍ୱଦେହେ ବସ୍ତ୍ର ରଖନ୍ତି ।ନିର୍ଜନ ନିଶାରେ ମାନବଗଣ,ଶରୀରେ କରନ୍ତି ବସ୍ତ୍ର ଧାରଣ ।ଏ ଯେ କୌରବଙ୍କ ବିରାଟ ମେଳଅସଂଖ୍ୟ ଜନତା, ଦିବସ ବେଳ ହେ !ମୁଁ ପାଞ୍ଚାଳଜେମା ପାଣ୍ଡବରାଣୀଏ ଘୋର ବିପତ୍ତି କେ ଦେଲା ଆଣି ଯେ !ଦେଖି ଶୁଣି ନାହିଁ ନେତ୍ର ଶ୍ରବଣ,ରକ୍ଷା କର ମୋତେ ଜଗଜ୍ଜୀବନ ହେ !ଦୁଃଶାସନ ଆଣ୍ଟେ ଭିଡ଼ଇ ବାସଉପୃଜେ ମୋ ପ୍ରାଣେ ବିଷମ ତ୍ରାସ ହେ !”
—୨—
ବୈକୁଣ୍ଠେ କେଶବ କମଲା ସଙ୍ଗେପଶା ଖେଳୁଛନ୍ତି ବିବିଧ ରଙ୍ଗେ ।ଟଳ ଟଳ ଟଳ ବୈକୁଣ୍ଠପୁରୀକମ୍ପିଲା ସଘନେ ଶୁଭିଲା ହୁରି ।କହନ୍ତି କମଳା, “ଶୁଣ କେଶବ,ବିପଦେ ପଡ଼ିଲା ଭକତ ତବ ହେ !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ