ଭକ୍ତ ଓ ଭଗବାନ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୭୧
- ସ୍ଥିତି
- ସାର୍ବଜନୀନ (Public domain)
ବୈକୁଣ୍ଠରେ ବିଷ୍ଣୁ କରନ୍ତି ମଣୋହିଲକ୍ଷ୍ମୀ କରୁଛନ୍ତି ପରିବେଷଣ,ହାସ ପରିହାସ ଲାଗିଛି ବେନିଙ୍କକମଳା ତୋଷନ୍ତି ପତିଙ୍କ ମନ ।ତେଜିଣ ଭୋଜନ ଧରି ସୁଦର୍ଶନଦଉଡ଼ିଲେ ବିଷ୍ଣୁ ହୋଇ ଉଚ୍ଛନ୍ନ,କିଛିକ୍ଷଣ ପରେ ଫେରିଆସି ଘରେସୁଦର୍ଶନ ରଖି କଲେ ଭୋଜନ ।ହସି ହସି ଲକ୍ଷ୍ମୀ ପୁଚ୍ଛିଲେ ମାଧବେ,“ଅନ୍ନ ଛାଡ଼ି କିପାଁ ଗଲ ଦଉଡ଼ି ?”କହନ୍ତି କେଶବ, ଭକ୍ତ ଜଣେ ତବମାଡ଼ ଖାଇ ମୋତେ ଛାଡ଼ିଲା ହୁରି—‘ହୁଅ ମୋର ସାହା ଆହେ ଚଉବାହା,ବିପଦରେ ମୁହିଁ ଯାଉଛି ବୁଡ଼ି ।’ନ ସହି ତା ଦୁଃଖ ଭୋଜନର ସୁଖତେଜି ଚକ୍ର ଘେନି ଗଲି ଦଉଡ଼ି ।ମୋର ନାମ ଛାଡ଼ି ନିଜେ ଧରି ବାଡ଼ିଭକ୍ତବର ଶତ୍ରୁ କରଇ ଜୂର,ଅଧ ବାଟୁଁ ଦେଖି ଭକତେ ଉପେକ୍ଷିବାହୁଡ଼ି ଆସିଲି ବୈକୁଣ୍ଠପୁର ।ନିଜ ଶତ୍ରୁ ଯେବେ ଦଣ୍ଡିଲା ଭକତମୋର ଆଉ କିସ କାର୍ଯ୍ୟ ସେଠାର,ମୋ ଉପରେ କଲେ ଷୋଳଣା ନିର୍ଭରମୁହିଁ ସିନା କାର୍ଯ୍ୟ ତୁଲାନ୍ତି ତାର !”ଇନ୍ଦିରା କହନ୍ତି, “ହେ ବୈକୁଣ୍ଠପତି,ସଦା ତୁମ୍ଭେ ଭକ୍ତ ବୋଲରେ ଥାଅତିଳେ ମଳିନତା ଦେଖିଲେ କରତାଘୋର ନିରାଶାରେ ଭକ୍ତେ ପକାଅ ।ବଡ଼ ଈର୍ଷା ତବ ଆହେ ଭକ୍ତଧବ,ଷୋଳଣା ଭକତି ଚାହଁ ଭକ୍ତରତିଳେ ହେଲେ ଊଣା ନ ଦିଅ କରୁଣାଖଣ୍ଡାଦାଢ଼େ−ଚଢ଼ା ନୀତି ତୁମ୍ଭର !ଏକଲବ୍ୟ
—୧—
ହସ୍ତନା ନଗରୀରାଣୀ କୁରୁ ରାଜଧାନୀ,ଧରାର ଅମରାବତୀ ପୁରୀ−ପାଟରାଣୀ ।ଭୀଷ୍ମ ବାହୁ−ଚ୍ଛାୟାତଳେ ଚିର ଋଦ୍ଧମନ୍ତନିର୍ଭାକ ନିଶ୍ଚିନ୍ତ ତୃପ୍ତ ପ୍ରଦୀପ୍ତ ଶ୍ରୀମନ୍ତ ।ପୁର−ଉପକଣ୍ଠ ସ୍ଥାନ ନିରୋଳ ନିର୍ଜ୍ଜନ,କ୍ଷାତ୍ରଚର୍ଯ୍ୟେ ରତ ଏଥି ରାଜପୁତ୍ରଗଣ ।ଆଚାର୍ଯ୍ୟ−ତିଳକ ଦ୍ରୋଣ ଗୁରୁ ମହୀୟାନ,ନାନା ଅସ୍ତ୍ର ଶସ୍ତ୍ରେ ଶିକ୍ଷା କରନ୍ତି ପ୍ରଦାନ ।ଦେଶେ ଦେଶେ ଖ୍ୟାତି ଯାର ଅଛି ପ୍ରଚାରିତଏହି ସେହି ଶିକ୍ଷାଗାର ବୀରେନ୍ଦ୍ର−ବନ୍ଦିତ ।କୌରବପାଣ୍ଡବ ବୀର ସତୀର୍ଥସେବିତଯହିଁ କେତେ ଚିତ୍ରରାଜି ଅଛି ସୁସଜ୍ଜିତ—ବୀରତ୍ୱ ଶୂରତ୍ୱ କେତେ ଅମର ବାରତାଦେବାସୁର ରାମରାବଣଙ୍କ ଯୁଦ୍ଧକଥା ।
—୨—
ସୌମ୍ୟଶାନ୍ତି ସ୍ୱିତହାସ୍ୟ ତରୁଣ ମୂରତି,ଆଚାର୍ଯ୍ୟଙ୍କୁ ଆସି କଲା ସାଷ୍ଟାଙ୍ଗ ପ୍ରଣତି ।ଯୋଡ଼ି ବେନି ପାଣି ଚାହିଁ ସତୃଷ୍ଣନୟନେଯାଚିଲା ଶିକ୍ଷ୍ୟତ୍ୱ ଭିକ୍ଷା ଦ୍ରୋଣ ସନ୍ନିଧାନେ ।ପୁଚ୍ଛିଲେ ଆଚାର୍ଯ୍ୟ“ସୌମ୍ୟ, କି ଗୋତ୍ର ତୁମ୍ଭର ?ଏଥି ମାତ୍ର ଶିକ୍ଷା ଅଧିକାର କ୍ଷତ୍ରିୟର ।”କହିଲା ସରଳ ଯୁବା, “ଭ୍ରମୁଁ ବନେ ବନେଗୋତ୍ର କୁଳଗୋଷ୍ଠୀ ପଡ଼ି ନାହିଁ ଏ ଶ୍ରବଣେ ।ପୁଛିଣ ମାତାଙ୍କୁ ଏଥି ଆସିବି ମୁଁ କାଲି,”କହି ଦିବ୍ୟ ସ୍ୱପ୍ନସମ ଦ୍ରୁତ ଗଲା ଚାଲି ।ନିବିଡ଼ ନିର୍ଜ୍ଜନ ଭୀମ ଅଟବୀ ମହାନତରୁଚ୍ଛାୟା ତଳେ ପଶି ହେଲା ଅନ୍ତର୍ଦ୍ଧାନ ।ପରଦିନ ପ୍ରଭାତରେ ପ୍ରଣମିଲା ଆସି“ନିଷାଦଗୋତ୍ରକୁ ନିଜେ ନିର୍ଭୀକେ ପ୍ରକାଶିଦୁର୍ବିନୀତ କୁରୁ ଦୁର୍ଯ୍ୟୋଧନ ଦୁଃଶାସନ—ଆଦି ହେୟଜ୍ଞାନ ତାକୁ କଲେ ପ୍ରଦର୍ଶନ ।କହିଲେ ଆଚାର୍ଯ୍ୟ ଦ୍ରୋଣ, “ନିଷାଦକୁମର !ଏଥି ଶିକ୍ଷା−ଅଧିକାର ମାତ୍ର କ୍ଷତ୍ରୟର ।”ପଦାହତ ଲଜ୍ଜାବତୀ−ଶାଖା−ପତ୍ର−ସମମଉନେ ଗଲା ସେ ଶୁଣି ସେ ବାକ୍ୟ ନିର୍ମମ ।ମହାମନା ଧନଞୟ ଗୁଣଗ୍ରାହୀ ବୀରନିଷାଦ−ତନୟ−ଦୁଃଖେ ସୁବିକ୍ଷଣ୍ଣ ଧୀର ।
—୩—
ବହୁଦିନ ଅନ୍ତେ ଦିନେ ଅରଣ୍ୟ ଭ୍ରମଣେରତଛନ୍ତି ଅନ୍ତେବାସୀ ଗୁରୁଙ୍କ ଗହଣେ ।ଶନଶନ ବାଣସ୍ୱନ କମ୍ପାଇ ଗଗନଚଉଦିଗେ ଘୋଟିଅଛି ଯେହ୍ନେ ଘୋର ଘନ ।ଅତ୍ରାସ ହୃଦୟେ ତ୍ରାସ ପୋଷି କୁରୁବୀରେଯାଇଣ ଭେଟିଲେ ଏକ ଯୁବକଙ୍କୁ ଧୀରେ ।ଶରାସନୁ ଶର ଆସି ଓଗାଳିଲା ବାଟଅନାୟତ୍ତେ ଠିଆ ହେଲେ ଆଚାର୍ଯ୍ୟ ଓ ଚାଟ ।ଶର ଏକ ଆସି କଲା ଗୁରୁଙ୍କୁ ପ୍ରଣାମପୁଛିଲେ ଆଚାର୍ଯ୍ୟ “କହ ତବ ଗୁରୁନାମ ।”ଦେଖାଇଲା ଯୁବା ଦ୍ରୋଣ−ମୃଣ୍ନୟ−ମୂରତିକହିଲା,“ନିଷାଦ−ପୁତ୍ର ଗଲି ତବ କତି ।ନିଷାଦର କ୍ଷାତ୍ରଚର୍ଯ୍ୟେ ନାହିଁ ଅଧିକାରବୋଲି ପ୍ରତ୍ୟାଖ୍ୟାନ କଲ ମୋହର ଶିକ୍ଷାର ।ମୂର୍ତ୍ତି ତବ ସ୍ଥାପି କଲି ଅସ୍ତ୍ରଶସ୍ତ୍ର ଶିକ୍ଷାଏ ମୃଣ୍ମୟ ମୂର୍ତ୍ତି ଦେଲେ ମୋତେ ସର୍ବ ଦୀକ୍ଷା ।”କହିଲେ ଆଚାର୍ଯ୍ୟ, ଗୁରୁ କଳ ମୋତେ ଯେବେଗୁରର ଦକ୍ଷିଣା ବତ୍ସ ଦେବ କି ନା ତେବେ ।”“ଆବଶ୍ୟ” ବୋଲିଣ ବୀର ହେଲେ ବଦ୍ଧାଞ୍ଜଳିକହିଲେ ଆଚାର୍ଯ୍ୟ, “ଭଦ୍ର ଦିଅ ବୃଦ୍ଧାଙ୍ଗୁଳି ।”ହାସ୍ୟମୁଖେ ବୃଦ୍ଧାଙ୍ଗୁଳି ବୀର କାଟିଦେଲାଆକାଶରୁ ଘନଘନ ପୁଷ୍ପବୃଷ୍ଟି ହେଲା ।“ଧନ୍ୟ ଧନ୍ୟ ଏକଲବ୍ୟ” ହେଲା ଶୂନ୍ୟବାଣୀ,ଯୁଗେ ଯୁଗେ ରହିଛି ତା ବୀରତ୍ୱକାହାଣୀ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ