ରାମ−ରାବଣ ଯୁଦ୍ଧ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୮
- ସ୍ଥିତି
- ସାର୍ବଜନୀନ (Public domain)
ଲାଗିଅଛି ରାମ– ରାବଣ ଯୁଦ୍ଧ ହେଏହି ମନେ ନିରନ୍ତର,ମାନବର ମତି ଅଟେ ସୀତା ସତୀଧର୍ମରୂପୀ ରାମଙ୍କର ।ପାତକ−ରାବଣ ଛଳେ କଉଶଳେହରି ନେଇଯାଏ ସିନାମାତ୍ରକ ଏମତି ଯଥା ସୀତା ସତୀଧର୍ମେ ଝୁରୁଥାଏ କିନା ।ସେତୁ−ବନ୍ଧ ବାନ୍ଧି ଯେସନ ଶ୍ରୀରାମଜାନତୀ ଉଦ୍ଧାର କଲେ,ପୁଣ୍ୟ କର୍ମେ ସାଧୁ ତେସନ ଯତନେମତିକୁ ଉଦ୍ଧାର ଭଲେ ।ଯେସନ ଜାନକୀ ପବିତ୍ର ଦୀପିତହେଲେ ଅଗ୍ନି ପରୀକ୍ଷାରେ,ପାପୁଁ ଉଦ୍ଧୁରିଣ ବିଶୁଦ୍ଧ ପବିତ୍ରଦିଶେ ଆତ୍ମା ସେ ପ୍ରକାରେ ।ଯେସନେ ସୀତାଙ୍କୁ ସଂଶୟ ରଖିଲେଅଜ୍ଞାନରେ ପ୍ରଜାଜନ,ସେହିପରି ଆତ୍ମା— ନିର୍ମଳତା ଦେଖିନ ପାରନ୍ତି ମୂର୍ଖଜନ ।ଯେସନେ ଋଷିଏ ଜାଣିଲେ ଜାନକୀମହାସତୀ ଅକଳଙ୍କ,ତେସନେ ଜ୍ଞାନୀଏ ଆତ୍ମାକୁ ଜାଣନ୍ତିସଦା ଶୁଦ୍ଧ ନିଷ୍କଳଙ୍କ ।ଏହିପରି ରାମ— ରାବଣ−ସଂଗ୍ରାମଲାଗିଅଛି ନିରନ୍ତର,ଠିକେ ମୁଁ ଭଣିଲି ଆଉ ଯେତେ କଥାବୁଝ ଜ୍ଞାନି ! ଏ ପ୍ରକାର ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ