ଏକାନ୍ତେ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୩
- ସ୍ଥିତି
- ସାର୍ବଜନୀନ (Public domain)
ଏକାନ୍ତେ ବସିଛି ନାରୀ ବନସ୍ତ ଭିତର,ନୟନୁ ଲୋତକଧାରା ବହେ ଝରଝର;କେବେ କେବେ ପଦେ ଅଧେ କହୁଅଛି କଥା,ବାକି ଯାକ କରେ ପୂର୍ଣ୍ଣ ତାର ନୀରବତା ।ମୁଁ ପୁଣି ଏକାକୀ ପାନ୍ଥ ସୁଦୂର ବନସ୍ତେ,ସାହା ସାଥି ଲୋଡେ ମୋର ସେ ବିଜନ ପଥେ ।ଏକେ ମୁହିଁ ବାଟ ବଣା, ଆକୁଳ ଦୋସର,କାହିଁ ଯାଏ, କି ଧିଆନେ, ନୁହଇ ଗୋଚର ।ଦେଖିଲି ଏକାନ୍ତେ ବସି କାନ୍ଦଇ ରମଣୀ;କ୍ରନ୍ଦନୁ ଅଧିକ ତାର ନୀରବ ଚାହାଣୀ ।ଲୋତକେ ଲୋତକ ଝରି ତିନ୍ତିଲା ନୟନ;ମନର ବେଦନା ହେଲେ ବୁଝିବ କି ମନ ?ରମଣୀ ଭାଳଇ ବସି ଆକୁଳ ପରାଣେ,ଅନାଇଁ ମୁଁ ରହିଥାଏ ତାପିତ ଧିଆନେ ।କେହି ନ ବୁଝଇ ହେଲେ କାହା ହୃଦ ପ୍ରାସ,ବେନି ଜନ ନେତ୍ରୁ ଯାଏ ବହି ଅଶ୍ରୁ ଶ୍ୱାସ ।କେତେବେଳେ ପରାଣୁ ମୋ ଅତି ଅତର୍କିତେ,ବହି ଚୋରା ଦୀର୍ଘଶ୍ୱାସ ଗଲାଟି ତୁରିତେ ।କି ବୁଝିଲା ନାରୀ ତହୁଁ ନ ପାରିଲି କଳିଦେଖିଲି, ବଦଳେ ରଙ୍ଗ ପିହୁଳାରୁ ବଳି ।ନେତ୍ରଯୁଗେ ଆସିଗଲା ଜ୍ୟୋତି ଆକଳନ,ହୃଦୟେ ହରଷଧାରା ଖେଳେ ଘନ ଘନ ।ବିସ୍ମିତ ବଦନେ ମୋର ଅନାଇ ସେ ବାରେ,ଫେରି ତହୁଁ ଲୁଚିଗଲା ବିପିନ ଉଢ଼ାଳେ ।ଖୋଜି ନାହିଁ, ଖୋଜିଥିଲେ ନଥାନ୍ତି ମୁଁ ପାଇ;ସତେ ନିଶ୍ଚେ ରହିଥିବ ବହୁଦୂରେ ଯାଇ ।ଗମ୍ଭୀର ବଦନେ ମୁହିଁ ହେଲି ମାତ୍ର ଠିଆ,ବିଚ୍ଛେଦ ସେ ସିନା, ମୋର ପୂରିଗଲା ହିଆ ।ଦିନେ ଭ୍ରମେ ସାଙ୍ଗେ ଛାଡ଼ି ଭୀଷଣ ଏକାକୀ,ଭ୍ରମି ଭ୍ରମି ବହୁପଥ ପାଦ ଯାଏ ଥକି ।ଆଉ ଖଣ୍ଡେ ଦୂର ଚାଲି ଦେଖଇ ନିୟତ,ଶ୍ୟାମଳ ପ୍ରାନ୍ତର ଶୋଭା ତଟିନୀ ସୈକତ ।ଜଳ ବେଣୁତାନେ ମିଶି ତୀର ତରୁସ୍ୱନ,କି ସୁଧା ସଙ୍ଗୀତେ ଭରେ ବସୁଧା ଗଗନ,କନକ କୁସୁମ, ଚାହିଁ ପଲ୍ଲବ ଗହଣେ,ଦେଖଇ ବଦନ ଶୋଭା ସଲିଳ ଦର୍ପଣେ ।ସେ ମେଳେ ଉଦାସ ମନେ ଧୀରେ ବୁଲିବାର,ପରିଚିତ ସେ ନାରୀଟି ଭେଟିଲି ଆବର ।କାନନ ନିକୁଞ୍ଜ ଶୋଭା କୁସୁମ ମାଧୁରୀଖେଳେ ନେତ୍ରେ ତାର ଚାରୁ ପ୍ରତିଫଳ ଢଳି,କେଶର ପରାଗ ସୁଧା ସୁବାସେ ଧଉତସମୀରେ ଉଛୁଳି ଉଠେ ସୀମନ୍ତିନୀ ଚିତ୍ତ ।ଅନାଇଁ ରହିଲି ମୁହିଁ ନୀରବ ଧିଆନେ,ସେ ନାରୀ ନିସର୍ଗ କ୍ରୀଡ଼ା ସମ୍ପାଦି ପରାଣେ ।ସେତିକି ମୋ ଦେଖା ନାରୀ ସଙ୍ଗତେ ସେଦିନ;ଆଉ ଥରେ ଭେଟ ଭବେ ନୋହିବ ଯେସନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର