କୌଣସି ପର-ଲୋକ-ବାସିନୀ ପ୍ରତି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୬
- ସ୍ଥିତି
- ସାର୍ବଜନୀନ (Public domain)
(୧)ବାଲ୍ୟ ନେତ୍ରେ ହିରଣ୍ମୟୀ ଲାବଣ୍ୟ ପ୍ରତିମା,ଥିଲ କ୍ରୀଡ଼ା-ସଖୀ, ଦେବି, ନବୀନ ଶୈଶବେ;ତବ ନିଳୋଜ୍ଜ୍ୱଳ ନେତ୍ର, ମୂର୍ତ୍ତି-ମଧୁରିମାହେରି ମଗ୍ନ ଥିଲା ପ୍ରାଣ ପବିତ୍ର ଉତ୍ସବେ ।ନୀଳାବ୍ଧି ନୀଳିମା- ନିନ୍ଦୀ ସେ ନେତ୍ର ନୀଳିମା,ସେ ପବିତ୍ର ଅଙ୍ଗ-ଲକ୍ଷ୍ମୀ ଲାବଣ୍ୟ-ଅର୍ଣ୍ଣବେ,ସହସା ଲଙ୍ଘିଣ ଦିନେ ଧରଣୀର ସୀମାବିରାଜିଲା ପରଲୋକେ ଅଦେହ-ଗୌରବେ ।ସେ ଅଦେଶ ଦେଶେ, ଦେବି, ଚାଲି ଗଲ ଭାସିସମୀରେ ସୌରଭ କିମ୍ବା ଗୀତ-ତାନ ଯଥା ।କାନ୍ଦିଲି ବିକଳେ, ଦେବି, ଢାଳି ଅଶ୍ରୁ ରାଶିବୁଝିଲକି, ଦୟାମୟି, ବ୍ୟଥିତର ବ୍ୟଥା ?ତେଣୁ କି ସ୍ୱପନେ ଆସି ଦେଲ ଦରଶନଢାଳିଲ ପାର୍ଥିବ ପ୍ରାଣେ ସ୍ୱର୍ଗୀୟ ବଚନ ।କୌଣସି ପର ଲୋକ ବାସିନୀ ପ୍ରତି(୨)ଆନନ-କମଳୁ ଝରି ବିମଳ ଆଲୋକକ୍ଷଣକେ ଖଣ୍ଡିଲା, ଦେବି, ଏ ହୃଦ-ଅନ୍ଧାରସେ ଶୋକ-ପାଶୋରାରୂପେ ପାଶୋରାଇ ଶୋକଭାଷିଲ ଅମୃତ ଭାଷା ପରମ ଉଦାର ।ଇଷ୍ଟ ମନ୍ତ୍ରରୂପେ ମୁହିଁ ସେ ପବିତ୍ର ଶୋକଯାବତ ଜୀବନ ଜପୁ ଥିବି ଅନିବାର ।ଏ ବାସନ ।-ଦଗ୍ଧ ପ୍ରାଣେ ସେ ଶାନ୍ତି-ଉଦକପୁଣ୍ୟ ମନ୍ଦାକିନୀ-ମୟ ମଣି-କର୍ଣ୍ଣିକାର ।ମର୍ମ-ଭେଦୀ ସ୍ନିଗ୍ଧ ସେହି ଅପୂର୍ବ ଭର୍ତ୍ସନା ।ଅଦ୍ୟାପି ଜାଗଇ ପ୍ରାଣେ ଅମୃତ ଝଙ୍କାରେ;ପୁଣ୍ୟ ପ୍ରେମାମୃତ-ସିକ୍ତ ସେ ଦେବ-ରସନା,କାହୁଁ ପଟାନ୍ତର ତାର ପାଇବି ସଂସାରେ ?ସ୍ୱର୍ଗ-ଶୁଭ୍ର ସେ ଅଧରୁ ବରଷି ଅମୃତକହିଲ ବଚନ, ଦେବି, ସତ୍ୟ-ଶାନ୍ତି-ପୂତ ।କୌଣସି ପର-ଲୋକ-ବାସିନୀ ପ୍ରତି(୩)“ଥିଲି ଯେବେ ମର୍ତ୍ତ୍ୟ ଧାମେ, ବାସନା-ବିକାରନ ଥିଲା କି କଦାପି ହେ ହୃଦୟରେ ତବ ?ଥାଏ ଯଦି ଏହିକ୍ଷଣି କର ପରିହାର;ସ୍ୱର୍ଗରେ କେବଳ ଶୁଦ୍ଧ-ସତ୍ତ୍ୱ ପ୍ରମୋତ୍ସବ ।”ଭାଷି ଏ ପବିତ୍ର ବାଣୀ, ଶାନ୍ତ ତିରସ୍କାର,ଶୁଣାଇଲ ଦେବି ପ୍ରେମ-ତତ୍ତ୍ୱ ଅଭିନବ ।ଲାଜ-ଭୟ-ଭକ୍ତି-ଭରେ ରୋମାଞ୍ଚ ସଞ୍ଚାରସମଗ୍ର ଶରୀର ମୋର କଲା ଅଭିଭବ ।କି ଅମୃତ-ତତ୍ତ୍ୱ ଦୀକ୍ଷା ଅଶାନ୍ତ ଯୌବନେଦେଲ, ଦେବୀ ପୁଣ୍ୟମୟି, ସ୍ୱର୍ଗୁ ଅବତରି ।ସେ ଦିକ୍ଷା-ପ୍ରଭାବ ମୋର ସମଗ୍ର ଜୀବନେମରମେ ମରମେ ଦେବି ଯାଉ ଗୋ ସଞ୍ଚରି ।ପୋଡ଼ି ଯାଉ ଜଗତର ବାସନା ବିକାର ।ଶୁଦ୍ଧ ପ୍ରେମ-ହେମ ବିଶ୍ୱେ ଜାଗୁ ଅନିବାର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ