ହୃଦୟ ସଙ୍ଗୀତ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ଇନ୍ଦ୍ରିୟର କାରଗାରେ ରୁଦ୍ଧ ପ୍ରାଣ-ପକ୍ଷୀଦିବାନିଶି ବ୍ୟାକୁଳିତ ଅସ୍ଥିର ବିକଳ ।ନିଗୁଢ଼ ଆକାଙ୍କ୍ଷା ଆଶା କେଉଁଠାରେ ରଖି,ବାଷ୍ପାକୁଳ ଗଦ ଗଦ ସ୍ୱରେ ଅବିରଳତାହାର ସଙ୍ଗୀତ ଗାଏ ଚମକି ଚମକି ।ସେ ସଙ୍ଗୀତ ସଙ୍ଗେ ଶତ ସ୍ୱପନ ଚପଳମିଶାଉଛି କ୍ଷଣେ କ୍ଷଣେ କଳପନା ସଖୀ ।ସ୍ମୃତି ସହଚରୀ କେତେ କେତେ ଅଶ୍ରୁ ଜଳ,କେତେ ଚିନ୍ତା ସେ ସଙ୍ଗୀତେ କରଇ ମିଳିତ ।ଅନନ୍ତ-ର ଅଭିମୁଖେ ସେ ସଙ୍ଗୀତ ନଦବ୍ୟଗ୍ର ଧାଇବାରେ, କିନ୍ତୁ ଏକିରେ ବିପଦପଦେ ପଦେ ତାର ପଥ ପାଷାଣେ-ପିହିତ,ଭାଙ୍ଗି ସେ ପାଷାଣ, ଲଭି ପ୍ରେମ-ବିଷ୍ଣୁପଦ,ଅନନ୍ତେ ମିଳିବ କିରେ ଅନନ୍ତ ସଙ୍ଗୀତ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ