ଯୌବନର ସ୍ୱପ୍ନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୮
- ସ୍ଥିତି
- ସାର୍ବଜନୀନ (Public domain)
(୧)ଜୀବନର ମଧୁମାସ ନବୀନ ଯୌବନେ,ନବୀନହୃଦୟ ଯେବେ ଲୋଡ଼ଇ ବ୍ୟାକୁଳେହୃଦୟର ଲକ୍ଷ୍ମୀ ମୂର୍ତ୍ତି ଆଶା ପ୍ରରୋଚନେ,ଭ୍ରମି ଭ୍ରମି ପ୍ରେମୋନ୍ମାଦେ ଭବ-ଉପକୂଳେମଧୁର-ଆକାଙ୍କ୍ଷା ଭରେ ଆକୁଳ ନୟନେ,ପ୍ରଣୟ-ପ୍ରତୀକ୍ଷାପୂର୍ଣ୍ଣ ପରାଣ ମୋହରକିଏକ ଅପୂର୍ବ ମୋହ-ମନ୍ତ୍ରର ଶାସନେଧାଇଁଲା ଚୌଦିଗେ ଲୋଡ଼ି ସଖୀ ପରାଣର !ହୃଦୟ-ସଙ୍ଗତେ ହୃଦ ମିଳାଇବା ଆଶେଲୋଡ଼ିଲା ଏ ଦେହ ଯେହ୍ନେ ଦେହର ମିଳନ,ବାଞ୍ଛିଲା ଏକଣ୍ଠ କାର ବାହୁଲତା ପାଶେ,ନୟନ ବାଞ୍ଛିଲା ପୁଣି ନୟନେ ମଜ୍ଜନ ।ଏମନ୍ତ ସମୟେ ଦିନେ ଦେଖିଲି ସ୍ୱପନ,ଅପରୂପ ଅପୂରୁବ ଦୃଶ୍ୟ ବିମୋହନ ।ଯୌବନର ସ୍ୱପ୍ନ(୨)ଦେଖିଲି ମୁଁ ଅକାଶରେ ରାକା-ଶଶଧରବିମଳକୌମୁଦୀ ସୁଧା ଢାଳୁଛି ନୀରବେ,ନିମ୍ନେ ବିସ୍ତାରିତ ମହା-ସୈକତ ପ୍ରାନ୍ତର,ସ୍ନାତ ପୁଣ୍ୟଜୋସ୍ନା-ମୟ ନିଶୀଥ-ଅର୍ଣ୍ଣବେ ।ଭ୍ରମୁ ଭ୍ରମୁ ସେ ପ୍ରାନ୍ତରେ ଦେଖିଲି ତଟିନୀଲୀଳାମୟୀ ବହେ ଶୁଭ୍ର ସୈକତ-ଶୟନେ,ତାରକା-ହୀରକ-ଚୂର୍ଣ୍ଣ-ଶେଜେ ମନ୍ଦାକିନୀବିଳସଇ ଆହା ଯଥା ଶାରଦ-ଗଗନେ ।ସେ ତଟିନୀତଟେ ବସି ଦେଖିଲି ନୟନେକୌମୁଦୀ କମଳବନେ ଉଭା ଶୋଭାରାଣୀ ।ପାରିଜାତ-ବରମାଲ୍ୟ ଅମୃତ ଯୌବନେଅର୍ପୁଛନ୍ତି ବିଶ୍ୱକଣ୍ଠେ ମହାପ୍ରେମେ ଆଣି ।ବିଶ୍ୱ ବିମୋହିନୀଙ୍କର ସେ ବିଶ୍ୱ ମୋହନଅମୃତ ଲାବଣ୍ୟନୀରେ ହେଲି ନିମଗନ ।ଯୌବନର ସ୍ୱପ୍ନ(୩)ସହସା ଦେଖିଲି ପୁଣି ଚମକି ପଲକେଷୋଡ଼ଶୀ ସୁନ୍ଦରୀ-ମୂର୍ତ୍ତି ସମ୍ମୁଖେ ମୋହର ।ଶୋଭିତ ଅନନ-ପଦ୍ମ ଲଳିତ ଅଳକେ,ସର୍ବାଙ୍ଗେ ପଡ଼ିଛି ଶୁଭ୍ର ରଶ୍ମି ଶଶାଙ୍କର ।ଅମଣ୍ଡନା, ଦୀନବସ୍ତ୍ରେ ମନୋଜ୍ଞ-ମଣ୍ଡନାଅର୍ଦ୍ଧମୁକୁଳିତ ନେତ୍ରୀ ଲଜ୍ଜା ମୂର୍ତ୍ତିମତୀ;ନିଜ ପ୍ରାଣେ ଅନୁଭବି ମେ । ପ୍ରାଣ କାମନା ।ସ୍ୱରଗରୁ ଆସିଛନ୍ତି ଯେହ୍ନେ ମୋର କତି ।ଦୃଦୟର ଲକ୍ଷ୍ମୀ ମୋର ପ୍ରାଣ-ସୀମନ୍ତିନୀ,ଚିହ୍ନିଲି ନିମେଷେ ସେହି ନୀରବଭାଷିଣୀ ।ପ୍ରେମାବେଗେ ଧରି ମୁହିଁ ବାହୁର ବେଷ୍ଟନେକହିଲି, ପରାଣ-ସଖି ଏ ପ୍ରାଣ ତୁମ୍ଭର’ ।ନୀରବେ ଅର୍ପିଲେ ବାଳା ଜୀବନ ଯୌବନେହୃଦୟ-କୁଟୀର-ରାଣୀ ମୋ ପ୍ରାଣ ଦୋସର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର