କପୋତ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୦
- ସ୍ଥିତି
- ସାର୍ବଜନୀନ (Public domain)
ଆଜି ଏ କାନ୍ତାରେ କି ଗୀତ ବସି,ଗାଅ ରେ କପୋତ ମନ ନିବେଶିଏ ନିର୍ଜନ ସ୍ଥଳୀ, ଦେଇଛୁ କି ଢାଳିପ୍ରାଣେ ଉପଲବ୍ଧି ଅମିୟରାଶି ।ଗ୍ରୀଷମ ସମୟ ବଡ଼ ଦାରୁଣସେ ବିଷୟେ ତୋତେ ନାହିଁ ବାରଣକି ପ୍ରାଣ-ଉଲ୍ଲାସେ ଏ ତପନ ତ୍ରାସେଆନନ୍ଦେ ନିବେଶ ତୋ ପଞ୍ଚପ୍ରାଣ !ଲଭି ତୁ ଏ ଘୋର ଯାତନା କ୍ଲେଶଦେଖିଛି ନୋହୁ ତୁ ଲେଶେ ବିରସକି ପ୍ରେମ-ସୁଧାରେ ଆଜି ବସୁଧାରେଉଛୁଳାଉ ଭାବ ଧ୍ୟାୟି ମହେଶ ।କି ପ୍ରାଣ-ଉଲ୍ଲାସେ ସୁମନେ ଧ୍ୟାୟିମହେଶ ଶ୍ରୀପଦେ କି ଗୀତ ଗାଇମଣିବା ସଙ୍କଟ ଭବ ଘୋର ହାଟତରିବାକୁ ବାଇ ହୋଇଛୁ ତୁହି ?ନାହିଁ କେହି ଏଥି ତୋ ବନ୍ଧୁଗଣଏକାକୀ ତୁ କା’କୁ କରୁ ଭଜନକେତେ ନବ ଭାବ ଉଛୁଳି ପଡ଼ୁଛିତୋର ପୂତ ସ୍ୱନୁ ଉଠି ସଘନ ।ସେ ଭାବଧାରଣେ ନୁହେ ମୁଁ ଯୋଗ୍ୟଏ ସଂସାର-ଭୋଗ ନୁହେ ମୋ ଭୋଗ୍ୟଦଣ୍ଡକ ସକାଶେ ସିନା ମୁଁ ଏ ଭବେତୋ ପୂତ ପ୍ରେମରେ ହେଲି ଆରୋଗ୍ୟ ।କରୁଛୁ କାହାକୁ କାତରେ ନତିଶିଖାଅ ମୋତେ ତୁ କରେ ମିନତିଏ ଦୁଃଖ-ସଂସାର ଘୋର ଭୟଙ୍କରମଣେ ମୁଁ ଏସବୁ ସଦା ଅରାତି ।ପ୍ରଭୁ ମହେଶ୍ୱର ପୂଜା ବିଧାନସେ ପଦାରବିନ୍ଦେ ନ ଜାଣେ ଧ୍ୟାନଏ ସନ୍ତପ୍ତ ପ୍ରାଣ ଉଦ୍ଧାର-କାରଣବତାଅ କପୋତ ପୁଣ୍ୟ ନିଦାନ ।ଅନନ୍ତ ପ୍ରେମରେ ଯାଉ ଏ ଭାସିଯାଉ ମୋର ମନ ତା ସଙ୍ଗେ ମିଶିପ୍ରେମ ଆଲିଙ୍ଗନେ ବିଶ୍ୱଜନ ପ୍ରାଣେଅନୁଭବି ପ୍ରାଣ ଯାଉ ରେ ହସି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର